କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଦାବୀରେ , ଛାତ୍ର କଂଗ୍ରେସର ବିକ୍ଷୋଭ


କେନ୍ଦ୍ରାପଡା ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ପରଭେଜ ଅକତରଙ୍କ ନେତୃତ୍ୱରେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ହୋଇଥିବା ଦୁର୍ନୀତି ଦାବୀରେ ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ମାଧ୍ୟମରେ ଦାବୀପତ୍ର ଦିଆଯାଇଛି ।

ଗରାପୁର କଂଗ୍ରେସ କାର୍ଯ୍ୟଳୟଠାରୁ ଏକ ବିଶାଳ ବାଇକ୍ ରାଲି ବାହାରି ତିନିମୁହାଣୀ, ନୂଆ ବସ୍‌ଷ୍ଟାଣ୍ଡ୍ ଓ ପୁରୁଣା ବସ୍‌ଷ୍ଟାଣ୍ଡ୍ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଞ୍ଚିଥିଲା । କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଦୁର୍ନୀତି ଓ ଅର୍ଥ ତୋଷରପାତ ପ୍ରସଙ୍ଗ ଦାଣ୍ଡରେ ପଡି ହାଟରେ ଗଡିଛି । ପରିଚାଳନା ପରିଷଦ ଓ ଅଧ୍ୟକ୍ଷଙ୍କ ଅସାଧୁ ମେଣ୍ଟ ହେତୁ କଲେଜର ବିବିଧ ପ୍ରକଳ୍ପ ପାଇଁ ମିଳିଥିବା ଅର୍ଥ ଲୁଟ୍ ଚାଲିଛି । ସାଧାରଣରେ କଲେଜ ଅର୍ଥ ବିନର୍ବ୍ୟୟକୁ ନେଇ ବ୍ୟାପକ ଅସନ୍ତୋଷ ସୃଷ୍ଟି ହୋଇଛି । ରାଜ୍ୟ ସରକାର ଦୁର୍ନୀତି ପ୍ରସଙ୍ଗରେ ଅତ୍ୟନ୍ତ ଶୀତଳ ମନୋଭାବ ପ୍ରଦର୍ଶନ କରୁଛନ୍ତି । ବହୁ କୋଟି ଟଙ୍କାର କେଳେଙ୍କାରି ଘଟଣାର ତଦନ୍ତ ଆଞ୍ଚଳିକ ନିର୍ଦ୍ଦେଶକଙ୍କ ଦ୍ୱାରା କରାଯିବାର ନିଷ୍ପତ୍ତି ନେଇ ଉଚ୍ଚଶିକ୍ଷା ବିଭାଗ ହାତ ଟେକି ଦେଇଛନ୍ତି । ସରକାରଙ୍କ ହେୟଜ୍ଞାନ ମନୋଭାବର ତୀବ୍ର ନିନ୍ଦା କରୁଛି ଜିଲ୍ଲା ଛାତ୍ର କଂଗ୍ରେସ । ଦୁର୍ନୀର ପର୍ଦାଫାସକୁ ଦୁର୍ନୀତିରେ ଲିପ୍ତ ସମସ୍ତ କଲେଜ ଅର୍ଥ ହଡପକାରୀଙ୍କୁ ଦଣ୍ଡ ବିଧାନ ନିମନ୍ତେ ଭିଜିଲାନ୍ସ ତଦନ୍ତ ଦାବୀରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ତରଫରୁ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ଦାବୀପତ୍ର ଗ୍ରହଣ କରିଥିଲେ । ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ବିଧାନସଭା କ୍ଷେତ୍ରର ଛାତ୍ର ସଭାପତି ବିକାଶ କୁମାର ମଲ୍ଲିକ, ରାକେଶ ବେହେରା, ମହମ୍ମଦ ସାବିତ ଅଲ୍ଲୀ, ମହମ୍ମଦ ସଜାମିଲ, ଅମିତ ଜେନା, ସାର୍ଥକ ମହାପାତ୍ର, ବିଶ୍ୱଜିତ୍ ବେଉରା, ରାଜ୍ୟ ସାଧାରଣ ସମ୍ପାଦକ ରାମେଶ୍ୱର ଶତପଥୀ, ଉମାକାନ୍ତ ମଲ୍ଲିକ, କାର୍ତ୍ତିକ ବେହେରା, ହିମାଂଶୁ ବେହେରା, ସୋନୁ ଜେନା, ୟାସିନ ଅହମ୍ମଦ, ଅମୀର ଅହମ୍ମଦ, ଏସ୍‌କେ ଅନୱାର, ରକିବ୍ ଖାନ, ସେକ ଜଲିଲ, ୱାଇଦୁର ରହେମାନ, ଆଦିପ ଖାନ, ରମାକାନ୍ତ ମଲ୍ଲିକ, ରିଙ୍କୁ ଖାନ, ସାହିଦ ଅକ୍ତର, ସୁଜିତ କୁମାର ଦାସ ଓ ନରେଶ କୁମାର ଜେନାଙ୍କ ସମେତ ଶତାଧିକ ଛାତ୍ର ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ଉପସଭାପତି ପ୍ରଫୁଲ୍ଲ କୁମାର ଦାସ, ଜିଲ୍ଲା କିଷାନ କଂଗ୍ରେସ ସଭାପତି ନାରାୟଣ ଚନ୍ଦ୍ର ପରିଡା, ପୂର୍ବତନ କାଉନସିଲର ସୌମେନ୍ଦ୍ର ପୃଷ୍ଟି, ବିଧାନସଭା ଯୁବ କଂଗ୍ରେସ ସଭାପତି ରତିକାନ୍ତ ସାମଲ ଓ ମଧୁସୂଦନ ସେଠୀ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading