ହରିହରାନନ୍ଦ ବାଳାଶ୍ରମ ପକ୍ଷରୁ ଜିଲ୍ଲା ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା : ୧୨ଜଣ ପ୍ରତିଯୋଗୀ ରାଜ୍ୟସ୍ତରକୁ ମନୋନୀତ ହେଲେ


କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅରୁଆ ଗ୍ରାମରେ ଥିବା ହରିହରାନନ୍ଦ ବାଳାଶ୍ରମରେ ଜିଲ୍ଲା ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରୁ ବିଭିନ୍ନ ବ୍ଲକରେ ୧୬ଟି ସ୍ଥାନରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ଏହି ପ୍ରତିଯୋଗିତା ୪ଟି ବିଭାଗରେ ବିଭକ୍ତ କରାଯାଇଛି । ‘କ’ ବିଭାଗରୁ କେନ୍ଦ୍ରାପଡା ସେଣ୍ଟ ଜାଭିୟର ହାଇସ୍କୁଲର ସାଇପ୍ରେରଣା, ପଟ୍ଟାମୁଣ୍ଡାଇ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ରାଜସ୍ମିତା କର ଓ ପୋଖରୀଆପଡା ନୋଡାଲ ହାଇସ୍କୁଲର ପ୍ରିୟଙ୍କା ପ୍ରିୟଦର୍ଶିନୀ ସାମଲ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ହୋଇଛନ୍ତି । ସେହିପରି ‘ଖ’ ବିଭାଗରୁ କେନ୍ଦ୍ରାପଡା ସରକାରୀ ବାଳିକା ହାଇସ୍କୁଲର ଜିଜ୍ଞାସା ତ୍ରିପାଠୀ, ସନ୍ଥପଡା ଏମ୍‌.ଏସ୍‌. ଉଚ୍ଚ ପ୍ରାଥମିକ ସ୍କୁଲର ଇପ୍‌ସିତା ରଥ ଓ କେନ୍ଦ୍ରାପଡା ବିବେକାନନ୍ଦ ବିଦ୍ୟାପୀଠର ତେଜସ୍ୱିନୀ ମିଶ୍ର ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଭାବେ ମନୋନୀତ ହୋଇଛନ୍ତି । ‘ଗ’ ବିଭାଗ ପକ୍ଷରୁ ପଟ୍ଟାମୁଣ୍ଡାଇ ଗୁଣୁପୁର ମା’ ଛୁଆଳିଆ ହାଇସ୍କୁଲର ପ୍ରମୋଦିନୀ ଦାଶ, କେନ୍ଦ୍ରାପଡା ଲାଲ୍ ବାହାଦୂର ସରକାରୀ ହାଇସ୍କୁଲର ମନୋସ୍ୱିନୀ ଦାଶ ଓ କେନ୍ଦ୍ରାପଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସାଇଶ୍ରୀ ଦାସ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଭାବେ ମନୋନୀତ ହୋଇଛନ୍ତି । ‘ଘ’ ବିଭାଗରୁ ପଟ୍ଟାମୁଣ୍ଡାଇ ଡିଗ୍ରୀ ମହାବିଦ୍ୟାଳୟର ପୁଷ୍ପା ପଣ୍ଡା, ପଟ୍ଟାମୁଣ୍ଡାଇ ବାଳିକା ଡିଗ୍ରୀ ମହିଳା ମହାବିଦ୍ୟାଳୟର ଅର୍ପିତା ଅର୍ଘ୍ୟରୂପା ଓ ରାଜକନିକା ଏସ୍‌ଏନ୍ ମହାବିଦ୍ୟାଳୟର ଯାମିନୀ ପ୍ରଧାନ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଭାବେ ମନୋନୀତ ହୋଇଛନ୍ତି । କୃତକାର୍ଯ୍ୟ ହୋଇଥିବା ସମସ୍ତ ପ୍ରତିଯୋଗୀଙ୍କୁ ଟ୍ରଫି ଓ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଲକରୁ ୧୨ଜଣ ସଂସ୍କୃତ ବିଷାରଦ ବିଚାରକ ଭାବରେ ଯୋଗ ଦେଇଥିଲେ । ଏଥିରେ ଚୟନ ହୋଇଥିବା ୧୩୨ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ଏହି ୧୨ଜଣ ପ୍ରତିଯୋଗୀ ରାଜ୍ୟ ସ୍ତରରେ ପ୍ରତିଯୋଗିତାରେ ଭାଗ ନେବାପାଇଁ ମନୋନୀତ ହୋଇଛନ୍ତି । ପୁରୀସ୍ଥିତ ବାଲିଘାଇଠାରେ ଥିବା ହରିହରାନନ୍ଦ ଗୁରୁକୁଳ ଆଶ୍ରମରେ ଡିସେମ୍ବର ମାସ ପ୍ରଥମ ସପ୍ତାହରେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ବାଳାଶ୍ରମ ପକ୍ଷରୁ ସୂଚନା ଦିଆଯାଇଛି । ଏହି କାର୍ଯ୍ୟକ୍ରମକୁ ସ୍ୱାମୀ ଅର୍ନିବାଣନନ୍ଦ ଓ ସ୍ୱାମୀ ସୁଗୀତାନନ୍ଦ ପରିଚାଳନା କରିଥିଲେ ।


Next Post

କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଦାବୀରେ , ଛାତ୍ର କଂଗ୍ରେସର ବିକ୍ଷୋଭ

Wed Nov 29 , 2023
କେନ୍ଦ୍ରାପଡା ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ପରଭେଜ ଅକତରଙ୍କ ନେତୃତ୍ୱରେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ହୋଇଥିବା ଦୁର୍ନୀତି ଦାବୀରେ ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ମାଧ୍ୟମରେ ଦାବୀପତ୍ର ଦିଆଯାଇଛି । ଗରାପୁର କଂଗ୍ରେସ କାର୍ଯ୍ୟଳୟଠାରୁ ଏକ ବିଶାଳ ବାଇକ୍ ରାଲି ବାହାରି ତିନିମୁହାଣୀ, ନୂଆ ବସ୍‌ଷ୍ଟାଣ୍ଡ୍ ଓ ପୁରୁଣା ବସ୍‌ଷ୍ଟାଣ୍ଡ୍ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଞ୍ଚିଥିଲା । କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଦୁର୍ନୀତି ଓ […]