ନିଶା ଦେଇ ଯୁବତୀଙ୍କ ନଗ୍ନ ଫଟୋ ଉଠାଇ ବ୍ଲାକମେଲ , ବାରମ୍ବାର ଶାରୀରିକ ସମ୍ପର୍କ ରଖିବା ନେଇ ଥାନାରେ ଅଭିଯୋଗ ; ଅଭିଯୁକ୍ତ ଗିରଫ ଓ କୋର୍ଟଚାଲାଣ


ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଂଚଳର ଜନୈକା ଦଳିତ ଯୁବତୀଙ୍କୁ ଖାଦ୍ୟରେ ନିଶା ବଟିକା ଦେଇ ଚେତାଶୂନ୍ୟ ଅବସ୍ଥାରେ ଅଶୀଳ୍ଳ ଫଟୋ ଉଠାଇ ଭାଇରାଲ କରିଦେବା ଭୟଭୀତ କରାଇ ତାଙ୍କ ସହିତ ବାରମ୍ବାର ଶାରୀରିକ ସମ୍ପର୍କ ରଖିବା ନେଇ ପୀଡିତା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଏ ସମ୍ପର୍କରେ ଏକ ମକଦମା ରୁଜୁ କରି ଆସାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ବୋଲି ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧିକାରୀ ରଂଜିତ ମହାନ୍ତି ସୁଚନା ଦେଇଛନ୍ତି ।
ସୁଚନାଅନୁଯାଇ ଦାଣ୍ଡିସାହି ବଜାରରେ ଚୌଦକୁଲାଟ ନିଳିକଂଟା ଗ୍ରାମର ପ୍ରତାପ ସାହୁ ନାମକ ଜନୈକ ଯୁବକ ଏକ ବିଉଟି ପାର୍ଲରର ଖୋଲିଥିଲେ । ସେହି ପାର୍ଲରରେ ସ୍ଥାନୀୟ ଅଂଚଳର ୨୨ବର୍ଷ ବୟସ୍କା ଜନୈକା ଦଳିତ ଯୁବତୀ ମାସିକ ୫,୦୦୦ଟଙ୍କା ଦରମାରେ ଚାକିରୀ କରୁଥିଲେ । ଇତି ମଧ୍ୟରେ ପାର୍ଲର ମାଲିକ ପ୍ରତାପ ଖାଦ୍ୟରେ ନିଶା ବଟିକା ମିଶାଇ ସମ୍ପୃକ୍ତା ଯୁବତୀଙ୍କୁ ଖାଇବାକୁ ଦେଇଥିଲେ । ଏହି ଖାଦ୍ୟ ଖାଇବା ପରେ ଯୁବତୀ ଜଣକ ଚେତାଶୂନ୍ୟ ହୋଇପଡ଼ିଥିଲେ । ଏହାର ସୁଯୋଗ ନେଇ ପାର୍ଲର ମାଲିକ ପ୍ରତାପ ତାଙ୍କର ବିଭିନ୍ନ ଅଶୀଳ୍ଳ ଫଟୋ ଉଠାଇଥିଲେ । ଏହାପରେ ପ୍ରତାପ ସମ୍ପୃକ୍ତା ଯୁବତୀ ଅଶୀଳ୍ଳ ଫଟୋ ଗୁଡିକ ଦେଖାଇ ଭୟଭୀତ କରିବା ସହିତ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ । ଏଥିରେ ଯୁବତୀ ଜଣକ ରାଜି ନହେବାରୁ ତାଙ୍କୁ ବିବାହ ପ୍ରତିଶୃତି ଦେବା ସହିତ ରାଜି ନହେଲେ ଫଟୋ ଗୁଡିକ ସୋସିଆଲ ମିଡ଼ିଆରେ ଭାଇରାଲ କରିବାକୁ ଧମକ ଦେଇଥିଲେ । ଶେଷରେ ଯୁବତୀ ଜଣକ ଭୟଭୀତ ହୋଇ ଅନ୍ୟ କୌଣସି ଉପାୟ ନପାଇ ପାର୍ଲର ମାଲିକ ପ୍ରତାପଙ୍କ ସହିତ ବାରମ୍ବାର ଶାରୀରିକ ସମ୍ପର୍କ ରଖି ଆସିଥିଲେ । ମାତ୍ର ପରବର୍ତୀ ସମୟରେ ସମ୍ପୃକ୍ତା ଯୁବତୀ ଜଣକ ଅଧିକ ଦରମାରେ କେନ୍ଦ୍ରାପଡ଼ାରେ ଯାଇ ଚାକିରୀ କଲେ । କିନ୍ତୁ ପ୍ରତାପ ତାଙ୍କର ପିଛା ଛାଡି ନଥିଲେ । କେନ୍ଦ୍ରାପଡ଼ାରେ ଯୁବତୀ ଜଣକ ଚାକିରୀ କରୁଥିବା ଅଫିସରେ ପହଂଚି ପ୍ରତାପ ହାଙ୍ଗାମା କରିବା ସହିତ ପୁନରାୟ ଯୁବତୀ ଜଣଙ୍କୁ ତାଙ୍କର ଅଶୀଳ୍ଳ ଫଟୋକୁ ନେଇ ବ୍ଲାକମେଲ କରିଥିଲେ । ଏ ସମ୍ପର୍କରେ ଯୁବତୀ ଜଣକ ତାଙ୍କ ପରିବାରକୁ ଜଣାଇବା ପରେ ପରିବାର ଲୋକମାନେ ପ୍ରତାପଙ୍କୁ ଘଟଣା ସମ୍ପର୍କରେ ପଚାରି ଥିଲେ । ମାତ୍ର ଏଥିରେ ଉତକ୍ଷିପ୍ତ ହୋଇ ପ୍ରତାପ ସେମାନଙ୍କୁ ଜାତିଆଣ ନେଇ ଗାଳିଗୁଲଜ କରିବା ସହିତ ଧମକ ଚମକ ଦେଇଥିଲେ । ବାରମ୍ବାର ନିର୍ଯ୍ୟାତିତ ହେଉଥିବା ଯୁବତୀ ଜଣକ ଅନ୍ୟ ଉପାୟ ନପାଇ ଗତକାଲି ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ପାର୍ଲର ମାଲିକ ପ୍ରତାପଙ୍କ ବିରୋଧରେ ଏତଲା ଦେଇଥିଲେ । ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧିକାରୀ ରଂଜିତ ମହାନ୍ତି ଏତଲା ଆଧାରରେ ଥାନା କେଶ ନଂ ୫୫୮/୨୩ରେ ଭାରତୀୟ ପିଙ୍ଗଳ କୋଡ଼ର ୩୭୬,୩୨୮,୩୮୪ ଦଫା ଓ ଏସ ସି ଏସ ଟି ଆକ୍ଟ ୬୭ ଆଇ ଟି ଆକ୍ଟରେ ମୋକଦମା ରୁଜୁ କରି ଆସାମୀ ପ୍ରତାପ ସାହୁଙ୍କୁ ଗିରଫ କରିଛନ୍ତି । କେନ୍ଦ୍ରାପଡ଼ା ଡି ଏସ ପି ଶାନ୍ତା ନୂତନ ସମଦ ଏହି ମାମଲାର ତଦନ୍ତ କରି ଗିରଫ ଅଭିଯୁକ୍ତ ପ୍ରତାପ ସାହୁଙ୍କୁ ଆଜି କୋର୍ଟ ଚାଲାଣ କରିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading