ଜିଲ୍ଲାସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା-୨୦୨୩


କେନ୍ଦ୍ରାପଡ଼ା, ୦୫/୧୨: ପିଲାମାନଙ୍କ ମଧ୍ୟରେ ଚିତ୍ରକଳା ପ୍ରତି ଆଗ୍ରହ ସୃଷ୍ଟି ଓ ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାକୁ ବିକାଶ କରିବା ଲକ୍ଷ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜନ ହେବାକୁ ଯାଉଛି ଜିଲ୍ଲାସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା । ଏହି ପ୍ରତିଯୋଗିତା ଚଳିତ ଡିସେମ୍ବର ମାସ ୧୦ ତାରିଖ ରବିବାର ଦିନ ପୁରୁଣା ମୁଖ୍ୟ ଡାକ୍ତରଖାନା ନିକଟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ସକାଳ ୯ ଟାରୁ ୧୨ ଘଟିକା ମଧ୍ୟରେ ଅନୁଷ୍ଠିତ ହେବ । ରେଜିଷ୍ଟ୍ରେସନ ପାଇଁ ସମୟ ରହିଛି ସକାଳ ୯ ଟାରୁ ୧୦ଟା । ସାଧାରଣ ବର୍ଗରେ ୫ରୁ ୧୬ ବର୍ଷ ବୟସ୍କ ପିଲାମାନେ ଅଂଶଗ୍ରହଣ କରିପାରିବେ । ସେହିପରି ୫ରୁ ୧୮ ବର୍ଷ ବୟସ୍କ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ ଏହି ପ୍ରତିଯୋଗିତାରେ ଭାଗ ନେଇପାରିବେ । ସାଧାରଣ ବର୍ଗ ମଧ୍ୟରେ ଗ୍ରୀନ ଗ୍ରୁପ୍ ପାଇଁ ୫-୮ ବର୍ଷ, ହ୍ୱାଇଟ୍ ଗ୍ରୁପ୍ ପାଇଁ ୯-୧୨ ବର୍ଷ, ବ୍ଲୁ ଗ୍ରୁପ୍ ପାଇଁ ୧୩-୧୬ ବର୍ଷ ବୟସ ସୀମା ରହିଛି । ସେହିପରି ଦିବ୍ୟାଙ୍ଗ ପିଲାମାନଙ୍କ ମଧ୍ୟରେ ୟେଲୋ ଗ୍ରୁପ୍ ପାଇଁ ୫-୧୦ ବର୍ଷ ବୟସ ସୀମା ରହିଥିବା ବେଳେ ରେଡ୍ ଗ୍ରୁପ୍ ପାଇଁ ବୟସ ରହିଛି ୧୧-୧୮ ବର୍ଷ । ସମସ୍ତ ଅଭିଭାବକ ଓ ଆଗ୍ରହୀ ଛାତ୍ରଛାତ୍ରୀମାନଙ୍କୁ ଜିଲ୍ଲା ପ୍ରଶାସନର ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ନିବେଦନ କରାଯାଉଛି । ଏହି ପ୍ରତିଯୋଗିତାରେ ଯୋଗ୍ୟ ବିବେଚିତ ପିଲାମାନଙ୍କୁ ଯୋଗ୍ୟତାପ୍ରମାଣପତ୍ର ସହ ପୁରସ୍କାର ପ୍ରଦାନ କରାଯିବ । ସୂଚନାଯୋଗ୍ୟ, ଶ୍ରେଷ୍ଠ ବିବେଚିତ ଚିତ୍ରାଙ୍କନକୁ ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଅନୁମୋଦନ କରାଯିବ । ଯଦି ସେଠାରେ ଏହି ଚିତ୍ରାଙ୍କନ ଶ୍ରେଷ୍ଠ ବିବେଚିତ ହୁଏ ରାଜ୍ୟସ୍ତରୀୟ ଉତ୍ସବରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ କରାଯିବ । ଇଛୁକ ପ୍ରତିଯୋଗୀମାନେ ବୟସ ପ୍ରମାଣପତ୍ର ସହ ନିଜସ୍ୱ ରଙ୍ଗତୁଳୀ ଧରି ସକାଳ ୯ଟା ସମୟରେ ଆସି ପହଚିଂବେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଚିତ୍ରକଳା ପ୍ରତିଯୋଗିତା ପାଇଁ କାର୍ଡ଼ବୋର୍ଡ଼ ଯୋଗାଇ ଦିଆଯିବ । ଚିତ୍ରାଙ୍କନର ମୂଲ୍ୟାଙ୍କନ ପାଇଁ ଏକ ସ୍ୱତନ୍ତ୍ର ବିଚାରକମଣ୍ଡଳୀ ଗଠନ କରାଯାଇଛି । ଅଧିକ ବିବରଣୀ ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ସହ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ।


Next Post

ଅଙ୍ଗନୱାଡିକେନ୍ଦ୍ରରେ ଅନିୟମିତତାକୁନେଇ ଅନଶନ , ଉପଜିଲ୍ଲାପାଳଙ୍କହସ୍ତକ୍ଷେପ ପରେ ଆନ୍ଦୋଳନ ପ୍ରତ୍ୟାହୃତ

Wed Dec 6 , 2023
ପଟ୍ଟାମୁଣ୍ଡାଇ ବ୍ଲକ ସମନ୍ୱିତ ମହିଳା ଓ ଶିଶୁବିକାଶ ଯୋଜନାରେ ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ରକୁ ଯୋଗାଇ ଦିଆଯାଉଥିବା ସରକାରୀ ଅନୁଦାନ ଓ ସାମଗ୍ରୀ ଗୁଡିକର ବ୍ୟାପକ ବାଟମାରଣା ହେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଥିଲା । । ସବୁଜାଣି ବିଭାଗୀୟ ଅଧିକାରୀ ମାନେ ଚୁପ ରହିବା ଘଟଣା ପ୍ରତିବାଦରେ ମଙ୍ଗଳବାର ବିଲିକଣା ପଂଚାୟତ ତେରୋହୀ ଦଳିତ ସାହିର ମହିଳା ପୁରୁଷ ମାନେ ପଟ୍ଟାମୁଣ୍ଡାଇ ବ୍ଲକ ସିଡିପିଓ କାର୍ଯ୍ୟାଳୟ ପରିସରରେ ଅନଶନ ଧାରଣା […]

You May Like