ସମ୍ବିଧାନର ସୁରକ୍ଷା ଆମ୍ବେଦକରଙ୍କ ୬୭ତମ ଶ୍ରାଦ୍ଧବାର୍ଷିକ ପାଳନ


କେନ୍ଦ୍ରାପଡ଼ା,୦୬/୧୨: ଆଜି ସମ୍ବିଧାନର ମୁଖ୍ୟ ସ୍ଥପତି ତଥା ସ୍ୱାଧୀନ ଭାରତର ପ୍ରଥମ ଆଇନମନ୍ତ୍ରୀ ଡକ୍ଟର ବି.ଆର ଆମ୍ବେଦକରଙ୍କ ୬୭ ତମ ଶ୍ରାଦ୍ଧ ବାର୍ଷିକ କେନ୍ଦ୍ରାପଡା ବି.ଆର ଆମ୍ବେଦକର ବିଚାର ମଞ୍ଚ ଆନୁକୂଲ୍ୟରେ ବିଚାର ମଞ୍ଚ ଅଧ୍ୟକ୍ଷ ପ୍ରଫେସର ନନ୍ଦ କିଶୋର ପରିଡାଙ୍କ ପୌରହିତ୍ୟରେ ପୁରୁଣା ବସଷ୍ଟାଣ୍ଡ ଠାରେ ବାବା ସାହେବଙ୍କ ପ୍ରତିମୃର୍ତ୍ତୀ ନିକଟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଚାର ମଞ୍ଚ ତରଫରୁ ବିଶିଷ୍ଟ ବ୍ୟକ୍ତିମାନେ ପ୍ରତିମୃର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ । ଆୟୋଜିତ ସମାବେଶରେ ପ୍ରଫେସର ନନ୍ଦ କିଶୋର ପରିଡା ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ ଡକ୍ଟର ଆମ୍ବେଦକରଙ୍କ ପ୍ରଣିତ ସମ୍ବିଧାନ ପ୍ରତି ଆମର ଅନୁଗତ କେବଳ ଅଭିଭାଷଣରେ ସୀମିତ ରହିବା ଦୁଃଖଦାୟକ । ସମ୍ବିଧାନର ପ୍ରତି ଧାରା ଓ ଉପଧାରାର ସତ୍ୟନିଷ୍ଠା ଅନୁପାଳନ ନିମନ୍ତେ ପ୍ରତ୍ୟୋକ ଦେଶବାସୀ ପ୍ରତିଜ୍ଞା କରିବା ଆଜି ଦିବସର ତାତ୍ପର୍ଯ୍ୟ । କାର୍ଯ୍ୟକାରୀ ଅଧ୍ୟକ୍ଷ ଗଣେଶ୍ୱର ବେହେରା କାର୍ଯ୍ୟକ୍ରମର ସଞ୍ଚାଳନ କରି ବକ୍ତବ୍ୟ ରଖିଥିଲେ ଯେ ଧାରା ୩୨ ଓ ୨୨୬ ସମ୍ବିଧାନର ଆତ୍ମା ବୋଲି ଡକ୍ଟର ଆମ୍ବେଦକର କହିଥିଲେ । ଏହି ବ୍ୟବସ୍ଥା ବଳରେ ପତ୍ୟେକ ନାଗରିକ ରାଷ୍ଟ୍ରର ସ୍ୱେଚ୍ଛାଚାର ବିରୋଧରେ ନିଜର ଗଣତାନ୍ତ୍ରିକ ତଥା ସାମ୍ବିଧାନିକ ଅଧିକାରର ସୁରକ୍ଷା ପାଇଁ ସର୍ବୋଚ୍ଚ ଓ ଉଚ୍ଚ ନ୍ୟାୟାଳୟରେ ନ୍ୟାୟ ଦାବି କରିପାରିବ । ଶ୍ରୀ ବେହେରା ପୁନଶ୍ଚ ଉଲ୍ଲେଖ କରିଥିଲେ ଯେ ଭଲ ମଣିଶଙ୍କ ହାତରେ ସମ୍ବିଧାନର କାର୍ଯ୍ୟକାରୀ ହେଲେ ଖରାପ ସମ୍ବିଧାନ ଭଲ ସମ୍ବିଧାନରେ ଓ ଖରାପ ଲୋକଙ୍କ ଉପରେ କାର୍ଯ୍ୟକାରିତା ନ୍ୟସ୍ତ ହେଲେ ଭଲ ସମ୍ବିଧାନ ଖରାପ ସମ୍ବିଧାନରେ ପରିଣତ ହୋଇଯିବ ବୋଲି ଡକ୍ଟର ଆମ୍ବେଦକରଙ୍କ ଚେତାବନୀ ପ୍ରତି ସଚେତନ କି ନା ତାହା ବିଚାର କରିବାର ସମୟ ଆସିଛି । ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ପୂର୍ବତନ ନଗରପାଳ ଆକବର ଅଲ୍ଲୀ, ଜିଲ୍ଲା କଂଗ୍ରେସ ମୁଖପାତ୍ର ପ୍ରଫୁଲ୍ଲ ଦାସ, ବିଚାର ମଞ୍ଚର ସାଧାରଣ ସମ୍ପାଦକ ମୁକ୍ତାର ଖାଁ, ସିପିଏମ ନେତା ଗୟାଧର ଧଳ, ବରିଷ୍ଠ ଆଇନଜୀବୀ ସରୋଜ ରାଜ ସିଂହ, ଜିଲ୍ଲା ଅନୁସୂଚିତ ଜାତି ମୁଖ୍ୟ ସର୍ବେଶ୍ୱର ସେଠୀ,ବିଜେଡି ନେତା ମାନସ ମଲ୍ଲିକ, ପିସିସି ଉପ ସଭାପତି ସୌମେନ୍ଦ୍ର ପୃଷ୍ଟି, ନଗର ଯୁବ କଂଗ୍ରେସ ସଭାପତି ଅମୀର ଖାଁ, ଆପ ସାଧାରଣ ସମ୍ପାଦକ ସେକ ସାହିଲ, ଡିସିସି ଉପସଭାପତି କମଳା କାନ୍ତ ବେହେରା, କ୍ରାନ୍ତିଧାର ଜିଲ୍ଲା ପ୍ରତିନିଧି ସୁନିଲ ମହାପାତ୍ର, ଯୁବ ନେତା ଜ୍ଞାନରଞ୍ଜନ ସାହୁ, ସାମ୍ବାଦିକ ନିରାକାର ପରିଡା, ଯୁବ ନେତା ରଞ୍ଜନ ନାୟକ, ସେକ ଜଲ୍ଲାଉଦ୍ଦିନ, ସେକ ଅଜମାତୁରା ଓ ସେଖ ଲାଲନ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading