ପଟ୍ଟାମୁଣ୍ଡାଇ ନଗର କଂଗ୍ରେସ ସମ୍ମିଳନୀ


ପଟ୍ଟାମୁଣ୍ଡାଇ ନଗର କଂଗ୍ରେସ କର୍ମୀ ସମ୍ମିଳନୀ ସ୍ଥାନୀୟ ଆଶୁତୋଷ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ନଗର କଂଗ୍ରେସ ସଭାପତି ଅମୂଲ୍ୟ ପ୍ରଧାନଙ୍କ ପୌରହିତ୍ୟରେ ଆୟୋଜିତ ସମ୍ମିଳନୀରେ ରାଜନଗର ନିର୍ବାଚନମଣ୍ଡଳୀ ପୂର୍ବତନ ବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି ଅଂଶୁମାନ ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତି, ଦୁର୍ନୀତି ଭ୍ରଷ୍ଟାଚାର ନେଇ କଡା ସମାଲୋଚନା କରିବା ସହିତ ପି ସି ସି ସଭାପତି ଶରତ ପଟ୍ଟନାୟକଙ୍କ କେନ୍ଦ୍ରାପଡ଼ା ଗସ୍ତ ସଫଳ କରିବାକୁ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ଏଥି ସହିତ ସଂଗଠନକୁ ମଜଭୁତ କରି ବିଜେଡି ଭାଜପାକୁ ମୁକାବିଲା କରିବାକୁ ପରାମର୍ଶ ଦେଇଥିଲେ । ଏହି ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ଉପସଭାପତି ପ୍ରଫୁଲ୍ଲ ଦାସ, ପଟ୍ଟାମୁଣ୍ଡାଇ ବ୍ଲକ କଂଗ୍ରେସ ସଭାପତି ମଳୟ ଦାସ, ଉପସଭାପତି ବିରଂଚି ନାରାୟଣ ଦାଶ, ନଗର କଂଗ୍ରେସ ଉପସଭାପତି ଅବିନାଶ ଲେଙ୍କା ଓ ସନାତନ ବିଶ୍ୱାଳ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ରଞ୍ଜନ ବେହେରା, ବରିଷ୍ଠନେତା ରମାକାନ୍ତ ଦାଶ, କାଉନସିଲର ସମ୍ରାଟ ଜେନା ଓ ମଳୟ ଓଝା, ପୂର୍ବତନ କାଉନସିଲର ହିରଣ୍ୟ ରାଉତ, ଏସ କେ ଅମରୁଲ ଓ ମାଳତୀ ପାତ୍ର, ଯୁବନେତା ତପନ ପାତ୍ର, ସରପଂଚ ନରେଶ ମଳିକ, ବ୍ରଜବନ୍ଧୁ ଦାଶ, ମନୋଜ ନାୟକ, ମନୋରଞ୍ଜନ କର, ସୁନାମଣି ଦାଶ , ଓଁକାର ମହାନ୍ତି, ରଶ୍ମିରେଖା ପାତ୍ର, ସୁଚିତ୍ରା ବିଶ୍ୱାଳ, ସଞ୍ଜୟ ପଣ୍ଡା, ଦେବାଶିଷ ମହାନ୍ତି ଗୋବିନ୍ଦ ସେଠୀ, ଦିବ୍ୟକାନ୍ତ ବିଶ୍ୱାଳ, ଅଜୟ ମଲିଜ ପ୍ରମୁଖ ଭାଷଣ ଦେଇ ନଗର ଓ ବ୍ଲକ କଂଗ୍ରେସ ସଂଗଠନକୁ ମଜଭୁତ କରି ବିଜେଡି ଓ ବିଜେପିକୁ ଠିକଣା ଜବାବ ଦେବାକୁ କର୍ମୀମାନଙ୍କୁ ନିବେଦନ କରିଥିଲେ । ଏହି ସମ୍ମିଳନୀରେ ପଟ୍ଟାମୁଣ୍ଡାଇ ନଗରର ବିଭିନ୍ନ ୱାର୍ଡରୁ ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ।

 


Next Post

ଏସ ଏସ ଜି ଋଣ ପ୍ରଦାନ ମେଳା

Wed Dec 6 , 2023
ମିଶନ ଶକ୍ତି ବିଭାଗ ପକ୍ଷରୁ ପଟ୍ଟାମୁଣ୍ଡାଇ ଧୋୟାଂଚଳ ଦାଣ୍ଡିସାହି ବ୍ରାହ୍ମଣୀ କଲେଜ ଠାରେ ମିଶନ ଶକ୍ତି ଋଣ ମେଳା ଅନୁଷ୍ଠିତ ହୋଇଯାଇଛିା ଓଏଲଏମ ସେକସନର ବନଜା ନନ୍ଦିନୀ ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ କେନ୍ଦ୍ରାପଡ଼ା ଜିଲ୍ଲାପରିଷଦ ଅଧକ୍ଷା ଗୀତାଞ୍ଜଳି ସେଠୀ, ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ଯୋଗଦେଇ  ସ୍ୱୟଂ ସହାୟିକା ଗୋଷ୍ଠୀ (ଏସ୍‌ଏଚ୍‌ଜି) ମା ମାନଙ୍କୁ ଋଣ ମଞ୍ଜୁରୀ ପତ୍ର ପ୍ରଦାନ କରିଥିଲେ । ଏହି […]

KANIKA