
ମିଶନ ଶକ୍ତି ବିଭାଗ ପକ୍ଷରୁ ପଟ୍ଟାମୁଣ୍ଡାଇ ଧୋୟାଂଚଳ ଦାଣ୍ଡିସାହି ବ୍ରାହ୍ମଣୀ କଲେଜ ଠାରେ ମିଶନ ଶକ୍ତି ଋଣ ମେଳା ଅନୁଷ୍ଠିତ ହୋଇଯାଇଛିା ଓଏଲଏମ ସେକସନର ବନଜା ନନ୍ଦିନୀ ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ କେନ୍ଦ୍ରାପଡ଼ା ଜିଲ୍ଲାପରିଷଦ ଅଧକ୍ଷା ଗୀତାଞ୍ଜଳି ସେଠୀ, ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ଯୋଗଦେଇ ସ୍ୱୟଂ ସହାୟିକା ଗୋଷ୍ଠୀ (ଏସ୍ଏଚ୍ଜି) ମା ମାନଙ୍କୁ ଋଣ ମଞ୍ଜୁରୀ ପତ୍ର ପ୍ରଦାନ କରିଥିଲେ । ଏହି ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକର ପୂର୍ବତନ ଅଧକ୍ଷ ମାନସ ରଞ୍ଜନ ସାମଲ, ୧୫ନଂ ଜୋନ ଜିଲ୍ଲାପରିଷଦ ସଦସ୍ୟା ପ୍ରିୟଦର୍ଶନୀ ତରାଇ, ପେଣ୍ଠ ପାଳ ସରପଂଚ ଅନ୍ନପୂର୍ଣ୍ଣା ସେଠୀ, ସମିତି ସଭ୍ୟ ଶଶାଙ୍କ ଶେଖର ବିଶ୍ୱାଳ, ସିଂହଗାଁ ସମିତି ସଭ୍ୟ ଅଭୟ ସ୍ୱାଇଁ, ବଳଭଦ୍ରପୁର ସରପଂଚ ପ୍ରିୟବ୍ରତ ଓଝା, ଅଣ୍ଢରା କାନାଡ଼ା ବ୍ୟାଙ୍କ ପରିଚାଳକ ପ୍ରଶାନ୍ତ ସାହୁ, ଦାଣ୍ଡିସାହି ପରିଚାଳକ ରଶ୍ମି ରଞ୍ଜନ ସାହୁ, ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଚୌଦକୁଲାଟ ପରିଚାଳକ ଦୀପ୍ତି ରଞ୍ଜନ ସାହୁ, କଟକ କେନ୍ଦ୍ର ସମବାୟ ବ୍ୟାଙ୍କ କ୍ଷେତ୍ରା ଧିକାରୀ ସୁଭାଶିଷ ସାହୁ, ଅଣ୍ଢରା ମିନି ବ୍ୟାଙ୍କ ମୁଖ୍ୟକାର୍ଯ୍ୟନିର୍ବାହୀ ଅଜିତ ମଲ୍ଲିକ, ମିଶନଶକ୍ତି ମହାସଂଘ ସଭାନେତ୍ରୀ ସୁପ୍ରଭା ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ମିଶନଶକ୍ତି ବ୍ଲକ ସଂଯୋଜକ ପ୍ରଭୁ ଧବଳେଶ୍ୱର ବରାଳ ସ୍ୱାଗତଭାଷଣ ଦେଇ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଜୀବିକା ମିଶନ ସଂଯୋଜିକା ସସ୍ମିତା ରାଉତ ଅତିଥିପରିଚୟ ପ୍ରଦାନ କରିଥିଲେ । ଶେଷରେ ତରଡ଼ିପାଳ ସମିତି ସଭ୍ୟ ନିରଞ୍ଜନ ବାରିକ ଧନ୍ୟବାଦ ଦେଇଥିଲେ । ଏହି ଋଣ ପ୍ରଦାନ ମେଳାରେ ପଟ୍ଟାମୁଣ୍ଡାଇ ବ୍ଲକର ବିଭିନ୍ନ ପଂଚାୟତର ୧୩୫ଟି ମହିଳା ଏସ ଏସ ଜି ଗ୍ରୁପକୁ ୬କୋଟି ୫୦ଲକ୍ଷ ଟଙ୍କାର ଋଣ ମଞ୍ଜୁରୀ ପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ମିଶନଶକ୍ତି ମହାସଂଘ ସଭାପତି ସୁପ୍ରଭା ଦାସ ଉପସଭାପତି ଅନ୍ନପୂର୍ଣ୍ଣା ନାଥ ଓ ସମ୍ପାଦିକା ନିର୍ମଳା ନନ୍ଦ ପରିଚାଳନା କରିଥିଲେ ।











