ବଡପଡାରେ ଦୁର୍ଘଟଣା ପେଟ୍ରୋଲ ନିଆଁରେ ଶିଶୁପୁତ୍ର ମୃତ , ୩ ଜଣ ଗରୁତର



କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଚଂଳ ଥାନା ଅନ୍ତର୍ଗତ ବଡପଡା ଗ୍ରାମରେ ବିବାହ ଉତ୍ସବରେ ଏକ ବଡ ଧରଣର ଦୁର୍ଘଟଣା ଗୁରୁବାର ସନ୍ଧ୍ୟାରେ ଘଟିଯାଇଛି । ବିବାହ ଉତ୍ସବରେ ସାମିଲ ହୋଇଥିବା ବରଯାତ୍ରୀଙ୍କ ବାଇକ ଗାଡିରେ ପେଟ୍ରୋଲ ଭରିବା ପାଇଁ ଆସିଥିବା ପେଟ୍ରୋଲରେ ଅକସ୍ମାତ ଘରେ ନିଆଁଲାଗି ଜଣେ ନାବାଳକ ଜୀବନ୍ତ ଦଗ୍ଧ ହେବା ସହିତ ୩ ଜଣ ଗରୁତର ଆହତ ହୋଇଛନ୍ତି । ପଟ୍ଟାମୁଣ୍ଡାଇ ଅଗ୍ନିଶମ ବାହିନୀ ପହଁଞ୍ଚି  ନିଆଁକୁ ଆୟତ କରିଥିବ ବେଳେ ଆହତ ମାନଙ୍କୁ ହସ୍ପିଟାଲରେ ଭର୍ତି କରଯାଇଥିଲା ।  ଏଭଳି ଦଃଖଦ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିବା ବେଳେ କାନ୍ଦ ବୋବାଳିରେ ଗାଁ ଫାଟିପଡୁଛି । ବିବାହ ଉତ୍ସବରେ ଏପରି ଦୁର୍ଘଟଣା ବଡପଡା ଗ୍ରାମ ସମେତ ଆଖପାଖ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟିହୋଇଛି ।


ଘଟଣାରୁ ପ୍ରକାଶ ଯେ ବଡପଡା ଗ୍ରାମର ରତ୍ନାକର ମଳିକଙ୍କ ବଡପୁଅ ଯାଗେଶ୍ୱରର ଚଉଦକୁଲାଟ ଅଂଚଳରେ ବିଭାଘର ପାଇଁ ଗୁରୁବାର ତିଥିଧାର୍ଯ୍ୟ ହୋଇଥିଲା । ସମସ୍ତ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଁଚିଂ ଥିଲା । ବରଯାତ୍ରୀଯିବା ପାଇଁ ବର ଘର ପକ୍ଷରୁ ଏକ ପଲଷ୍ଟିକ ଜାରରେ ପେଟ୍ରୋଲ ଆସି ଘରେ ରଖାଯାଇଥିଲା । ବରଯାତ୍ରୀ କନ୍ୟାଘର ଅଭିମୁଖେ ଯିବାପାଇଁ ପ୍ରସ୍ତୁତ ହୋଇ ସାରିଥିଲେ । ବର ଓ ବରଯାତ୍ରୀ କନ୍ୟାଘର ଅଭିମୁଖେ ବାହାରିବାର ୧୦ ମିନିଟ ପୂର୍ବରୁ ଘଟିଗଲା ଏକ ବଡ ଦୁର୍ଘଟଣା । ରତ୍ନାକରଙ୍କର ଘର ମଧ୍ୟରେ ରଖାଯାଇବା ପେଟ୍ରୋଲ ଜାରରେ ନିଆଁ ଲାଗି ନିମିଷକେ ମଧ୍ୟରେ ଚାରିଆଡେ ବ୍ୟାପି ଯାଇଥିଲା । ଘର ମଧ୍ୟରେ ବନ୍ଧୁ ବାନ୍ଧବ , ସ୍ତ୍ରୀ , ପିଲା , ଭର୍ତିହୋଇ ରହିଥବାରୁ ନିଆଁ ମଧ୍ୟରୁ ପଦାକୁ ବାହାରି ଆସିବା ପାଇଁ ହାଲ୍ଲା ହୁଳା ଲାଗି ଯାଇଥିଲା । ଠେଲା ପେଲାରେ ଯିଏ ଜେମିତି ପାରିଲା ପଦାକୁ ଦୈଡି ପଳାଇ ଆସିଲୋ ତେବେ ପିୟୁସି ଘରକୁ ବିବାହ ଉତ୍ସବରେ ଯୋଗଦେବାକୁ ଯାଇଥିବା ପଟ୍ଟାମୁଣ୍ଡାଇ ପୈାରାଚଂଳର ଅନ୍ତର୍ଗତ ମାଟିଆ ଗ୍ରାମର ପପୁ ମଳିକଙ୍କ ପୁଅ ଗୁଗୁଲ ମଳିକ (୩) ନିଆଁରୁ ବାହାରି ପାରି ନଥିଲେ । ସେଠାରେ ଥୁଆ ହୋଇଥିବା ହେଂସରେ ନିଆଁ ଲାଗି ଗୁଗୁଲୁ ଉପରେ ପଡିଯାଇଥିଲା । ଫଳରେ ସେଠାରେ ଗୁଗୁଲୁ ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁବରଣ କରିଥିଲେ । ପୁତୁରା ଗୁଗୁଲୁଙ୍କୁ ବଂଚାଇବାକୁ ଯାଇ ଦାଦା ଶିପୁ ମଳିକ(୧୪) ଗୁରୁତର ଆହତ ହୋଇ ପଡିଥିଲେ । ମୃତ ଆହତଙ୍କୁ ଉଦ୍ଧାର କାରାଯାଇ ପ୍ରଥମେ ବଡପଡା ପରେ ପଟ୍ଟାମୁଣ୍ଡାଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ସେଠାରେ ଗୁଗୁଲୁଙ୍କୁ  ଡାକ୍ତର ମରୁତ ଘୋଷଣା କରିଥିବା ବେଳେ ଆହତ  ତ୍ରୀନାଥ ମଳିକ(୪୦), ତପନ ମଳିକ (୪୨) ଓ ଶିପୁଙ୍କୁ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟ ସ୍ତାନାନ୍ତରଣ କରାଯାଇଛି ।

ଏହି ଦୁଃଖଦ ଖବର ଜାଣିବା ପରେ ସମଗ୍ର ଅଂଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହେବା ସହିତ ବିବାହ ଉତ୍ସବକୁ ବାତିଲକରି ଦିଆଯାଇଛି । ଏହି ଅଗ୍ନିକାଣ୍ଡରେ ୨ ବଖରା ଘର ସମେତ ସମସ୍ତ ଆସବାବ ପତ୍ରପୋଡି ପାଉଁଶ ହୋଇଯାଇଛି । ଅପରପକ୍ଷେ ବିଦ୍ୟୁତ ସଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଥିବା ବେଳେ ବରଯାତ୍ରୀଙ୍କ ଗାଡିରେ ପେଟ୍ରୋଲ ଭରିବା ସମୟରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିଥିବା କେତେକ କହୁଛନ୍ତି । ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ । ଘଟଣା ସ୍ଥଳରେ ପଟ୍ଟାମୁଣ୍ଡାଇ ଗ୍ରମାଂଚଳ ଥାନା ଆଇଆଇସି ପଦ୍ମାଳୟା ପ୍ରଧାନ ପହଁଞ୍ଚି ତଦନ୍ତ ଜାରି ରଖିଛନ୍ତି ।


2 thoughts on “ବଡପଡାରେ ଦୁର୍ଘଟଣା ପେଟ୍ରୋଲ ନିଆଁରେ ଶିଶୁପୁତ୍ର ମୃତ , ୩ ଜଣ ଗରୁତର

Comments are closed.

Next Post

ଗଣତନ୍ତ୍ରର ସୁରକ୍ଷା ସମସ୍ତଙ୍କ ଦାୟିତ୍ୱ

Fri Dec 8 , 2023
ଗଣତାନ୍ତ୍ରିକ ଭାରତ ଦେଶରେ ସମ୍ବିଧାନର ଗୁରୁତ୍ୱ ଅଧିକ । ଏହା ମୁତାବକ ସୁଶାସନ ଆସିପାରିବ । ଏହାର ସୁରକ୍ଷାରେ ସମସ୍ତଙ୍କୁ ଉପଯୁକ୍ତ ନ୍ୟାୟ ମିଳିବ ବୋଲି ସମ୍ବିଧାନ ପ୍ରଣେତା ଡ. ବାବାସାହେବ ଆମ୍ବେଦକରଙ୍କ ମହାପ୍ରୟାଣ ଦିବସରେ ଅନୁଷ୍ଠିତ ସଭାରେ ଅତିଥିମାନେ ମତ ଦେଇଛନ୍ତି । ବାବାସାହେବ ସ୍ମୃତି ପରିଷଦ ଓ କେନ୍ଦ୍ରାପଡା ଜିଲା ବାବାସାହେବ ଷ୍ଟାଚ୍ୟୁ କମିଟି ପକ୍ଷରୁ ଏହି କାର୍ଯ୍ୟକ୍ରମ ବୁଧବାର ଆୟୋଜିତ ହୋଇଥିଲା । କମିଟି ସଭାପତି […]

KANIKA