ପାନୀୟଜଳ ଯୋଗାଣ ଏକକ ଦକ୍ଷତା ବିକାଶ ତାଲିମ ଚୟନ


ପଟ୍ଟାମୁଣ୍ଡାଇ ତା ୭/୧୨-ରାଜ୍ୟ ସରକାର ମେଗା ପାନୀୟଜଳ ପ୍ରକଳ୍ପ ମାନଙ୍କରେ ତାଲିମପ୍ରାପ୍ତ ଟେକ୍ନିସିଆନ ନିଯୁକ୍ତି ପାଇଁ  ଓରମାସ,, ଗ୍ରାମ୍ୟଜଳ ଯୋଗାଣ ଓ ପରିମଳ ଏବଂ ବସୁଧା ପକ୍ଷରୁ ପଟ୍ଟାମୁଣ୍ଡାଇ ବ୍ଲକରେ ଏକକ ଦକ୍ଷତା ବିକାଶ ତାଲିମ ପାଇଁ ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗ୍ରାମ୍ୟ ଜଳଯୋଗାଣ ବିଭାଗ କନିଷ୍ଠଯନ୍ତ୍ରୀ ବିଶ୍ୱଜିତ ମିଶ୍ରଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଗ୍ରାମାଞ୍ଚଳର ୧୮-୩୫ବର୍ଷ ଯୁବକ ଯୁବତୀ ମାନେ ମାଗଣାରେ ୬୭ଦିନ ତାଲିମ ଗ୍ରହଣ କରି ନିଜକୁ ବିଭିନ୍ନ ପାନୀୟ ଜଳ ପ୍ରକଳ୍ପରେ ନିୟୋଜିତ କରିପାରିବେ ବୋଲି ପ୍ରକାଶ କରି ବେକାର ଯୁବକ ଯୁବତୀମାନେ ଏହାର ଭରପୁର ଫାଇଦା ଉଠାଇବାକୁ ପରାମର୍ଶ ଦେଇଥିଲେ । ଓରମାସ ଜିଲ୍ଲା ସଂଯୋଜକ ବିଜୟ ଜେନା, ପଟ୍ଟାମୁଣ୍ଡାଇ ଗ୍ରାମ୍ୟଜଳଯୋଗାଣ ଓ ପରିମଳ ବିଭାଗ ସହନିର୍ବାହୀଯନ୍ତ୍ରୀ ଇଂ ରଞ୍ଜନ କୁମାର ଲେଙ୍କା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ I ଏଥିରେ ବହୁ ବେକାର ଯୁବକ ଯୁବତୀ ଯୋଗ ଦେଇଥିଲେ ।


Next Post

ବିଜେଡି ପ୍ରଶିକ୍ଷକଙ୍କୁ ଅଣ୍ଡାମାଡ

Fri Dec 8 , 2023
କେନ୍ଦ୍ରାପଡା ଜିଲା ୬ ଓ ୮ ନଂ ଜୋନରେ ଥିବା ବିଜେଡି କର୍ମକର୍ତାଙ୍କ ପ୍ରଶିକ୍ଷଣ ଶିବିର ସହର ନିକଟ ସଂସ୍କୃତି ଭବନ ଠାରେ ଗୁରୁବାର ଅନୁଷ୍ଠିତ ହୋଇଛି । ତେବେ ଏହି ଶିବରକୁ ଆସିଥିବା ପ୍ରଶିକ୍ଷକ ଦେବାଶିଷ ସ୍ୱାଇଁ ଓ ମିହିର ରାୟଙ୍କ କାରକୁ ଅଣ୍ଡାମାଡ ହୋଇଛି । ଯାହା ବିଜେଡିରେ ଥିବା ଅସନ୍ତୁଷ୍ଟଙ୍କ କାର୍ଯ୍ୟ ବୋଲି ସ୍ଥାନୀୟ ଅଂଚଳରେ ଆଲୋଚନା ହେଉଛି । ପୂର୍ବାହ୍ନରେ ଏହି ଶିବିର ବିଧାୟକ […]

KANIKA