ଏମ ଏନ ହାଇସ୍କୁଲରେ ଭୀମଭୋଇ ଭିନ୍ନକ୍ଷମ ଚିହ୍ନଟ ଶିବିର


କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଏମ ଏନ ହାଇସ୍କୁଲ ଠାରେ ଭୀମଭୋଇ ଭିନ୍ନକ୍ଷମ ଚି୍‌ହ୍ନଟ ଓ ସହାୟକ ଉପକରଣ ବଂଟନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅନ୍ତର୍ଯ୍ୟାମୀ ବିଶ୍ୱାଳଙ୍କ ପୌରହିତ୍ୟରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ସବଡିଭିଜନ ସାମାଜିକ ସୁରକ୍ଷା ଅଧିକାରିଣୀ ରୁପାଲି ପ୍ରିୟଦର୍ଶନୀ, ବ୍ଲକ ଉପାଧ୍ୟକ୍ଷା ଜୟନ୍ତୀ ସ୍ୱାଇଁ, ପଟ୍ଟାମୁଣ୍ଡାଇ ବିଡ଼ିଓ ଶୁଭ୍ରାଂଶୁ ସାହୁ, ଜଗତସିଂହପୁର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଉଦାର ସୁନ୍ଦର ସ୍ୱାଇଁ ପ୍ରମୁଖ ଯୋଗ ଦେଇ ସରକାରଙ୍କ ବିଭିନ୍ନ ଭିନ୍ନକ୍ଷମ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ଅମ୍ବିକା ପ୍ରସାଦ ମହାନ୍ତି ସ୍ୱାଗତଭାଷଣ ଓ କ୍ଷଣପ୍ରଭା ସ୍ୱାଇଁ ଅତିଥିପରିଚୟ ପ୍ରଦାନ କରିଥିଲେ । ମାନସ କୁମାର ନନ୍ଦ ଧନ୍ୟବାଦ ଦେଇଥିଲେ । ଏହି ଶିବିରରେ ବିଭିନ୍ନ ବିଭାଗରେ ୨୨୫ ଜଣ ନାମ ପଂଞିକରଣ କରାଯାଇଥିବା ବେଳେ ବସପାସ-୧୦, ଡି ଆର ଆଇ ଲୋନ-୧୩, ରାସନକାର୍ଡ -୧୫, ଗ୍ରାମାଂଚଳ ଗୃହ ନିର୍ମାଣ-୫୮ ଅସ୍ଥିଶଲ୍ୟ -୨, ହୁଇଲ ଚେୟାର -୫, ଟ୍ରାଇସାଇକେଲ-୧, ଭି ଆଇ -୩. ଏମ ଆର -୪୨, ଏଚ ଆଇ -୩୫ ଜଣଙ୍କୁ ମନୋନୀତ କରାଯାଇଥିଲା । ଏହି ଶିବିରକୁ ପ୍ରିୟରଞ୍ଜନ ସାମଲ, ମାମିନି ପଣ୍ଡା, ତପସ୍ୱିନୀ ଦାଶ, ଅଲେଖ ସେଠୀ ଓ ରଞ୍ଜନ ପଣ୍ଡା ପରିଚାଳନା କରିଥିଲେ ।


Next Post

ଜିଲ୍ଲାସ୍ତରୀୟ ଗ୍ରାମ୍ୟ ବିପର୍ଯ୍ୟୟ ପରିଚାଳନା ଯୋଜନା କର୍ମଶାଳା ଅନୁଷ୍ଠିତ

Fri Dec 8 , 2023
କେନ୍ଦ୍ରାପଡା ପଞ୍ଚୟତ ସମିତି ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଗ୍ରାମ୍ୟ ବିପର୍ଯ୍ୟୟ ପରିଚାଳନା ଯୋଜନା କର୍ମଶାଳା ଶୁକ୍ରବାର ପୂର୍ବାହ୍ନରେ  ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପୀତାମ୍ବର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଚୟନ କରାଯାଇଥିବା ୫୫୦ଟି ଗ୍ରାମରେ ଗ୍ରାମ୍ୟ ବିପର୍ଯ୍ୟୟ ପରିଚାଳନା ଯୋଜନା ନିର୍ଦ୍ଧାରିତ ସମୟ ମଧ୍ୟରେ କିପରି ପ୍ରସ୍ତୁତ କରାଯିବ ସେଥିନେଇ ଅତିରିକ୍ତ ଜିଲ୍ଲାପାଳ ସବିଶେଷ ଆଲୋଚନା କରିଥିଲେ । ଉକ୍ତ ଯୋଜନା ପ୍ରସ୍ତୁତ କରିବା ସମୟରେ ଜନ ପ୍ରତିନିଧି, ଅଙ୍ଗନୱାଡି […]