ଅବସରପ୍ରାପ୍ତ ଶିକ୍ଷା ପରିଦର୍ଶକ ସଂଗଠନ ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ



କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷା ପରିଦର୍ଶକ ସଂଗଠନ ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଗରାପୁରସ୍ତ କାର୍ଯ୍ୟାଳୟଠାରେ ସଭାପତି ପୂର୍ଣ୍ଣାନନ୍ଦ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସାଧାରଣ ସମ୍ପାଦକ ନରୋତ୍ତମ ଜେନା ବନ୍ଧୁମାନଙ୍କୁ ସ୍ୱାଗତ ଜଣାଇବା ସହ ଆଗାମୀ ବାର୍ଷିକ ଉତ୍ସବ ଓ ସଂଗଠନର ମୁଖପତ୍ର ‘ସାୟଂପ୍ରଭା’ ଉନ୍ମୋଚନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ବରିଷ୍ଠ ଉପଦେଷ୍ଟା ତଥା ସଂଗଠନର ପ୍ରମୁଖ ପ୍ରାଣ ପ୍ରତିଷ୍ଠାତା ମନ୍ମଥ କୁମାର ରାୟ ସଂଗଠନର ପ୍ରତି ଶୃଙ୍ଖଳିତ କାର୍ଯ୍ୟଧାରା ଉପରେ ଆଲୋଚନା କରି ଆଗାମୀ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମକୁ ସଫଳ କରିବାରେ ସମସ୍ତ ସଭ୍ୟ ଓ କର୍ମକର୍ତ୍ତାମାନଙ୍କୁ ଦିଗ୍‌ଦର୍ଶନ ପ୍ରଦାନ କରିଥିଲେ । ବୈଠକରେ ସମସ୍ତ ସଭ୍ୟ, କର୍ମକର୍ତ୍ତା, ଉପଦେଷ୍ଟା ଓ ପ୍ରତ୍ୟେକ ବ୍ଲକର ସଂଯୋଜକମାନେ ଯୋଗଦାନ କରି ନିଜ ନିଜର ମତାମତ ରଖିଥିଲେ । ଆସନ୍ତା ଜାନୁୟାରୀ ୭ ତାରିଖ ରବିବାର ବାର୍ଷିକ ଉତ୍ସବ କରିବା ପାଇଁ ସ୍ଥିର କରାଯିବା ସହ କେତେକ କାର୍ଯ୍ୟକ୍ରମ ଉପରେ ଦାୟିତ୍ୱ ବଣ୍ଟନ କରାଗଲା । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଉପଦେଷ୍ଟା କାମପାଳ ଜେନା, ହେମନ୍ତ କୁମାର ଜେନା, ଗୋପୀନାଥ ଦାଶ, ସୋମନାଥ ପଢିହାରୀ, ନିରଞ୍ଜନ ନାୟକ, ନିରଞ୍ଜନ ସାମଲ, ନରହରି ପାତ୍ର, ନରୋତ୍ତମ ବେହେରା, ଆବାହକ ନରେନ୍ଦ୍ର କୁମାର ନାୟକ, ସଂଗଠନ ସମ୍ପାଦକ ଈଶ୍ୱର ଚନ୍ଦ୍ର ମନ୍ତ୍ରୀ, ସନାତନ ତରାଇ, ବାଉରୀ ବନ୍ଧୁ ମୁଦୁଲି, କୁଞ୍ଜ ବିହାରୀ ସାହୁ, ବିଜୟ କୁମାର ନାଥ, ଦୋଳ ଗୋବିନ୍ଦ ସାହୁ, ଚୌଧୁରୀ କୈଳାସ ପଟ୍ଟନାୟକ, ମାଗୁଣି ଚରଣ ବିଶ୍ୱାଳ ପ୍ରଭୃତି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବାର୍ଷିକ ଉତ୍ସବ ପୂର୍ବରୁ ସଭ୍ୟମାନଙ୍କୁ ନିଜ ନିଜର ଆର୍ଥିକ ସହାୟତା ସମ୍ପାଦକଙ୍କ ନିକଟକୁ ପଠାଇବା ପାଇଁ ପରାମର୍ଶ ଦିଆଯାଇଥିଲା । ଏ ସମସ୍ତ କାର୍ଯ୍ୟକ୍ରମକୁ ପତ୍ରିକା ତଥା ମିଡିଆ ସଂଯୋଜକ କାଶୀନାଥ ରାଉତରାୟ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading