ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା


କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଓ ରାଜ୍ୟ ଶିଶୁ କଲ୍ୟାଣ ପରିଷଦର ମିଳିତ ସହଯୋଗରେ ଆଜି ପୁରୁଣା ମୁଖ୍ୟ ଡାକ୍ତରଖାନା ନିକଟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ସକାଳ ୯ଟାରୁ ରେଜିଷ୍ଟ୍ରେସନ ଆରମ୍ଭ ହୋଇଥିବା ବେଳେ ୧୨.୩୦ ସମୟରେ ଏହି ପ୍ରତିଯୋଗିତା ଶେଷ ହୋଇଥିଲା । ୧୮୦ରୁ ଉର୍ଦ୍ଧ୍ୱ ଚିତ୍ରଶିଳ୍ପୀ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିଥିଲେ । କୁନିପିଲାଙ୍କ ତୂଳୀର ନିଖୁଣ ସ୍ପର୍ଶରେ କାର୍ଡ଼ବୋର୍ଡ଼ରେ ଜୀବନ୍ତ ହୋଇଉଠିଥିବା ଛବି ଦେଖି ଅବିଭୂତ ହୋଇଯାଇଥିଲେ କାର୍ଯ୍ୟକ୍ରମ ନିରୀକ୍ଷଣ ପାଇଁ ଆସିଥିବା ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ନିଲୁ ମହାପାତ୍ର । ପିଲାମାନଙ୍କ ଦ୍ୱାରା ଅଙ୍କା ଯାଇଥିବା ଚିତ୍ରର ମୂଲ୍ୟାଙ୍କନ କରିଥିଲେ ଏକ ତିନି ଜଣିଆ ବିଚାରକମଣ୍ଡଳୀ । ସୂଚନାଯୋଗ୍ୟ, ସାଧାରଣ ବର୍ଗ ମଧ୍ୟରେ ଗ୍ରୀନ ଗ୍ରୁପ୍‌, ହ୍ୱାଇଟ୍ ଗ୍ରୁପ୍‌, ବ୍ଲୁ ଗ୍ରୁପ୍ ଏବଂ ଦିବ୍ୟାଙ୍ଗ ପିଲାମାନଙ୍କ ମଧ୍ୟରେ ୟେଲୋ ଗ୍ରୁପ୍ ଓ ରେଡ୍ ଗ୍ରୁପ୍‌ରେ ପ୍ରଥମ ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ପିଲାମାନଙ୍କ ନାମ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ପଠାଯିବ । ଜିଲ୍ଲାସ୍ତରୀୟ ଉତ୍ସବରେ ଏହି ପିଲାମାନଙ୍କୁ ପୁରସ୍କୃତ କରାଯିବ ବୋଲି କହିଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ବିଜୟ କେତନ ସାହୁ । ସାଧାରଣ ବର୍ଗ ପାଇଁ ୫ରୁ ୧୬ ବର୍ଷ ବୟସ୍କ ପିଲାମାନେ ଅଂଶଗ୍ରହଣ କରିଥିବା ବେଳେ ଦିବ୍ୟାଙ୍ଗ ବର୍ଗରେ ୫ରୁ ୧୮ ବର୍ଷ ବୟସ୍କ ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାରେ ଭାଗ ନେଇଥିଲେ । ନୋଡାଲ୍ ଅଫିସର୍‌ଭାବେ ଏହି କାର୍ଯ୍ୟକ୍ରମକୁ କନକଲତା ବେହେରା ପରିଚାଳନା କରିଥିବା ବେଳେ ସହଯୋଗ କରିଥିଲେ ଶିଶୁ ମଙ୍ଗଳ କମିଟିର ସଦସ୍ୟା ବାସନ୍ତୀଲତା ବେହେରା ଏବଂ ଶିଶୁ ସୁରକ୍ଷା ୟୁନିଟ୍‌ର ସମସ୍ତ କର୍ମକର୍ତା ।


Next Post

ବାଲିଆ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ “ନୂଆ - ଓ”କାର୍ଯ୍ୟକ୍ରମ ଉଦଘାଟିତ

Mon Dec 11 , 2023
କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ଗ୍ରାମପଞ୍ଚାୟତର ବାଲିଆ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ “ନୂଆ- ଓ”ଯୁବ ଓଡିଶା ନବୀନ ଓଡିଶା ଉଦଘାଟନୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ପଦ୍ମାଳୟା ଦାଶ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ଭାଗବତପୁର ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରିୟଙ୍କା ପ୍ରିୟଦର୍ଶିନୀ ନାୟକ ଏବଂ ସମ୍ମାନୀତ ଅତିଥି ଭାବେ […]

KANIKA