କେନ୍ଦ୍ରାପଡ଼ା, ୧୦ା୧୨ : ଗ୍ରାମୀଣ ଡାକସେବକ ସଙ୍ଘ ମିଳିତ କ୍ରୀୟାନୁଷ୍ଠାନ କମିଟିର ଆହ୍ୱାନରେ ଅଖିଳ ଭାରତ ଗ୍ରାମୀଣ ଡାକସେବକ ସଙ୍ଘ, ଜାତୀୟ ଗ୍ରାମୀଣ ଡାକସେବକ ସଙ୍ଘ, ଓଡିଶା ସର୍କଲ ପକ୍ଷରୁ ମହାସଂଗ୍ରାମ ଅଧିକାର ପାଇଁ ଆସନ୍ତା ଡିସେମ୍ବର ୧୨ତାରିଖରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଦେଶବ୍ୟାପି ଧର୍ମଘଟ ଆରମ୍ଭ ହେଉଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡାମଣ୍ଡଳରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗ୍ରାମୀଣ ଡାକସେବକଙ୍କ କାର୍ଯ୍ୟ ନିର୍ଘଣ୍ଟ ଦୈନିକ ୮ଘଣ୍ଟା ସ୍ଥିର କରାଯିବା, ପ୍ରତି ୧୨ବର୍ଷରେ ଆର୍ଥିକ ପଦୋନ୍ନତି ଦେବା ସୁପାରିଶକୁ ଶୀଘ୍ର ଲାଗୁ କରାଯିବା, ସମସ୍ତ ଗ୍ରାମୀଣ ଡାକସେବକଙ୍କୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟବୀମା ପ୍ରଦାନ କରାଯିବା, ଗ୍ରାମୀଣ ଡାକସେବକମାନଙ୍କୁ ପେନସନ ପ୍ରଦାନ ଏବଂ ଗ୍ରାଚ୍ୟୁଇଟି ଓ ସେଭେରାନ୍ସ ଆଲାଉନ୍ସ ୫ଲକ୍ଷ ଟଙ୍କା ପ୍ରଦାନ କରାଯିବା ଓ ଟାର୍ଗେଟ ନାଁରେ ଅଧିକାରୀମାନଙ୍କ ଜୁଲମ ବନ୍ଦ ହେବା ଦାବିରେ ସର୍ବ ଭାରତୀୟ ମିଳିତ କ୍ରୀୟାନୁଷ୍ଠାନ କମିଟି ଆହ୍ୱାନରେ ଏହି ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧର୍ମଘଟ ୧୨ତାରିଖରୁ ଆରମ୍ଭ ହେବାକୁ ଯାଉଛି ବୋଲି କେନ୍ଦ୍ରାପଡା ମଣ୍ଡଳର ସାଧାରଣ ସମ୍ପାଦକ ବିଜୟ କିଶୋର ଦାସ ସୂଚନା ଦେଇଛନ୍ତି ।
kanikanews.in
Next Post
ଐତିହାସିକ କୃଷକ ଆନ୍ଦୋଳନ ପ୍ରତି ବିଶ୍ୱାସ ଘାତକତା ବିରୋଧରେ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର
Mon Dec 11 , 2023
କେନ୍ଦ୍ରାପଡ଼ା, ୧୧ା୧୨ : କେନ୍ଦ୍ରସରକାରଙ୍କ ଦ୍ୱାରା ୨୦୨୦ମସିହାରେ ଆଗତ ୩ଟି କୃଷି ଆଇନକୁ କୃଷକ ବିରୋଧୀ ଦର୍ଶାଇ ଦେଶର ୫ଶହରୁ ଅଧିକ କୃଷକ ସଂଗଠନ ରାଜଧାନୀ ଦିଲ୍ଲୀର ଚାରି ସୀମାରେ ଦୀର୍ଘ ୧୩ମାସ ଧରି ଆନ୍ଦୋଳନ ସଂଗଠିତ କରିଥିଲେ । ପରେ ପ୍ରଧାନମନ୍ତ୍ରୀ କୃଷି ଆଇନକୁ ପ୍ରତ୍ୟାହାର କରିନେବା ସଂକ୍ରାନ୍ତରେ ଘୋଷଣା କରିବା ସହ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆନ୍ଦୋଳନରତ ନେତୃତ୍ୱଙ୍କ ସହ ଏକ ଚୁକ୍ତି ସ୍ୱାକ୍ଷର ହେବା ପରେ […]

KANIKA
- 2 years ago
ବିଶିଷ୍ଟ ସମାଜସେବୀ ବାନାମ୍ବର ସାହୁଙ୍କ ବିୟୋଗ
- 5 months ago
କେ ସି ସି ଏଲ ପଟ୍ଟାମୁଣ୍ଡାଇ ଶାଖା ୨୨ତମ ସ୍ୱନକ୍ଷତ୍ର ଉତ୍ସବ
- 9 months ago
ବାତ୍ୟା ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ
- 1 year ago
କଂଗ୍ରେସରୁ ଇସ୍ତଫା ଦେଲେ ସାର୍ଥକ କୁମାର ମହାପାତ୍ର
- 1 year ago
ଜଳସେବା କେନ୍ଦ୍ର ମାଧ୍ୟମରେ ଭୋଟର୍ ସଚେତନତା
- 8 months ago
ବିଶ୍ବ ଭିନ୍ନକ୍ଷମ ଦିବସ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ
- 10 months ago
ହବିଷ୍ୟାଳୀଙ୍କ ପଞ୍ଚୁକ ବ୍ରତ ପାଳନ ପାଇଁ ପ୍ରସ୍ତୁତି ବୈଠକ
- 2 years ago
କେନ୍ଦ୍ରାପଡା ଜିଲ୍ଲା ସ୍ତରୀୟ ଲୋକ ଅଦାଲତ