କନେଷ୍ଟବଳଙ୍କ ଉନ୍ମତକାଣ୍ଡ ନିଜକୁ ଡିଏସପି କହି ଅଟକିଥିବା ଆମ୍ବୁଲାନ୍ସକୁ ବାଡେଇବା ଭିଡିଓ ଭାଇରାଲ


ମଦ ପିଇ ଜଣେ ଯୁବକ ପୋଲିସ କର୍ମଚାରୀ ବୋଲି କହି ଆମ୍ବୁଲାନସ୍କୁ ଅଟକାଇ ଉନ୍ମତକାଣ୍ଡ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବିନା କାରଣରେ ଆମ୍ବୁଲାନସ୍‌କୁ ବାଡେଇ ଧମକ ଚମକ ଦେଇ ତାଳଚୁଆ ଥାନାର ପୋଲିସ ଡିଏସପି ବୋଲି କହିଥିବା ଆମ୍ବୁଲାନ୍ସ ଚାଳକ ଅସିତ ରାଉତରାୟ କହୁଥିବା ବେଳେ ଯୁବକ ଜଣଙ୍କ ମୁଁ ଜଣେ ସାଧାରଣ ଲୋକ ବୋଲି କହିଥିବା ଘୁରିବୁଲୁଥିବା ଭିଡିଓରୁ ଜଣାପଡିଛି ।

ଭାଇରାଲ ଭିଡିଓରୁ ଜଣାପଡେ ଯେ, ଜୟଗୁରୁ ଆମ୍ବୁଲାନ୍ସ ନଂ- ଓଡି- ୦୨- ଆର-୯୪୯୬ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ରୋଗୀ ନେଇ କେନ୍ଦ୍ରାପଡା ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ ଛାଡି ଫେରୁଥିବା ବେଳେ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଶାସନ ଠିକିରୀ ପୋଲ ନିକଟରେ ଆମ୍ବୁଲାନ୍ସ ବ୍ରେକ ଡାଉନ ହେବାରୁ ଚାଳକ ତାହା ଠିକ କରୁଥିବା ବେଳେ  ତାଳଚୁଆ ସାମୁଦ୍ରିକ ଥାନାର କନେଷ୍ଟବଳ ବ୍ରଜକିଶୋର ସ୍ୱାଇଁ ଆମ୍ବୁଲାନ୍ସକୁ ବାଡେଇଥିଲେ । କାହିଁକି ଆମ୍ବୁଲାନ୍ସକୁ ବାଡାଉଛ ବୋଲି ଡ୍ରାଇଭର ଅସିତ କୁମାର ରାଉତରାୟ କନେଷ୍ଟବଳ ଶ୍ରୀ ସ୍ୱାଇଁଙ୍କୁ ପଚାରିବାରୁ ମୁଁ ତାଳଚୁଆ ସାମୁଦ୍ରିକ ଥାନାର ଡିଏସପି ଅଛି । ମୋତେ କଣ ପଚାରୁଚୁ । ତୋ କାଗଜପତ୍ର ଦେଖା କହି ପାଟି କରିଥିଲେ । ବାଟରେ ଯାଉଥିବା ଲୋକମାନେ ଅଟକି ଯାଇ ଘଟଣାର ସତ୍ୟାସତ୍ୟ ଜାଣିବା ପରେ ଭିଡିଓ କରି ଭାଇରାଲ କରିଦେଇଥିଲେ । ଏନେଇ ଡ୍ରାଇଭର ଅସିତ ରାଉତରାୟଙ୍କୁ ଘଟଣା ସଂପର୍କରେ ପଚାରିବାରୁ ମୁଁ ଗାଡି ରଖି ପରିସ୍ରା ଯାଇଥିଲି । ସେ ହଠାତ ଆସି କନେଷ୍ଟବଳ ଆମ୍ବୁଲାନ୍ସକୁ ହାତରେ ବାଡେଇଥିଲେ । ତାଙ୍କ ପାଟିରୁ ଜୋରରେ ମଦର ଗନ୍ଧ ହେବା ସହ ନିଶାଶକ୍ତ ଅବସ୍ଥାରେ ଥିଲେ । ସ୍ଥାନୀୟ ଲୋକ ନଥିଲେ ସେ ମୋତେ ମାଡ ମାରିଥାନ୍ତା ବୋଲି କହିଛନ୍ତି । ମାତ୍ର କନେଷ୍ଟବଳ ସେହି ଭାଇରାଲ ଭିଡିଓରେ କାହିଛନ୍ତି ମୁଁ ଜେନ ସାଧାରଣ ଲୋକ ମୁଁ ରାଜନଗର ବୁଲି ଆସିଥିଲି । ଆମ୍ବୁଲାନ୍ସ ପୋଲ ଉପରେ ରଖି ମଦ ପିଉଥିଲା । ପଚାରିବାରୁ ମୋ ଭିଡିଓ କରିଛି ବୋଲି କହିଥିବା ଘୁରିବୁଲୁଥିବା ଭିଡିଓରୁ ଜଣାପଡିଛି ।

ସୂଚନା ଥାଉକି, ସାମୁଦ୍ରିକ ଥାନା କନେଷ୍ଟବଳ ଶ୍ରୀ ସ୍ୱାଇଁ ପୂର୍ବରୁ ତାଳଚୁଆ ଅଂଚଳରେ ପୋଷାକରେ ଥାଇ ମଦ୍ୟପାନ କରି ଉତ୍ପାତ କରୁଥିବା ଅଭିଯୋଗ ହୋଇଆସୁଥିଲା । ରାତି ସମୟରେ ତାଳଚୁଆ ଜେଠିରେ ନିଶାସକ୍ତ ଅବସ୍ଥାରେ ଷଣ୍ଢର ଶିଙ୍ଗକୁ ଧରି ଲଢେଇ କରିବାକୁ ଆହ୍ୱନ ଦେଉଥିବା ବେଳେ ଷଣ୍ଢ ରାଗିଯାଇ ଗୋଡାଇବାର ଦେଖିବାକୁ ମିଳିଥିଲା । ଏନେଇ ବିଭାଗୀୟ ଉଚ୍ଚ କର୍ତୁପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।


Discover more from

Subscribe now to keep reading and get access to the full archive.

Continue reading