
ସୃଜନଶୀଳ ମନୋଭାବ ନେଇ ବିଜ୍ଞାନ ଶିକ୍ଷା ଗ୍ରହଣ କଲେ ଛାତ୍ରଛାତ୍ରୀମାନେ ସବୁ କ୍ଷେତ୍ରରେ ସଫଳ ହୋଇ ମାଟିର ଗୌରବ ବୃଦ୍ଧି କରିପାରିବେ ବୋଲି କଷଣଅଣ୍ଟା ପଂଚାୟତ ହାଇସ୍କୁଲରେ ଆୟୋଜିତ ଜିଲ୍ଲା ବାଳବୈଜ୍ଞାନିକ ପ୍ରଦର୍ଶନୀ ଉଦଘାଟନ କରି ରାଜନଗର ବିଧାୟକ ଧ୍ରୁବ ସାହୁ ପ୍ରକାଶ କରିଛନ୍ତି । ଦୁଇ ଦିନ ଧରି ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ବାଳବୈଜ୍ଞାନିକ ପ୍ରଦର୍ଶନୀ ଉପଲକ୍ଷେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ଜିଲ୍ଲା ଶିକ୍ଷାଧିକାରୀଣୀ ଶୁଭଲଷ୍ମୀ ନାୟକ ପୌରହିତ୍ୟ କରିଥିଲେ । କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳି ସେଠୀ ବରେଣ୍ୟ ଅତିଥି ଭାବେ ଯୋଗ ଦେଇ ବିଜ୍ଞାନ ଦେଶ ବିକାଶର ଚାବିକାଠି ହୋଇଥିବାରୁ ଛାତ୍ରଛାତ୍ରୀମାନେ ନିଷ୍ଠା ଓ ଅଧ୍ୟବସାୟର ସହ ବିଜ୍ଞାନ ଶିକ୍ଷା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା ସମାଜକଲ୍ୟାଣ ଅଧିକାରିଣୀ ସତ୍ୟଭାମା ସେଠୀ ମୁଖ୍ୟବକ୍ତା,ଜଝାଙ୍ଗ କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ଅରୋବିନ୍ଦ ଦାସ, ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ହରିହର ଦଳାଇ ଓ କଷଣଅଣ୍ଟା ହାଇସ୍କୁଲ ପ୍ରଧାନଶିକ୍ଷକ କବି ସଚିତ୍ର ବେହୁରା ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲା ବିଜ୍ଞାନ ପରିଦର୍ଶକ ନିଶିଧ ବାରିକ ବାର୍ଷିକ ବିବରଣୀ ପାଠ କରିଥିଲେ । ନିରଞ୍ଜନ ବେହେରା ସ୍ୱାଗତଭାଷଣ ଓ ଅତିଥିପରିଚୟ ପ୍ରଦାନ କରିଥିଲେ । କବି ଅନ୍ତର୍ଯ୍ୟାମୀ ବେଜ ବିଜ୍ଞାନ ଭିତ୍ତିକ କବିତା ପାଠ କରିଥିଲେ । ଆଦିକନ୍ଦ ସାହୁ ଆବାହନୀ ସଂଗୀତ ଗାନ କରିଥିଲେ । ଶେଷରେ ଅନ୍ୟତମ ଜିଲ୍ଲା ବିଜ୍ଞାନ ପରିଦର୍ଶକ ପ୍ରକାଶ ପରିଡା ଧନ୍ୟବାଦ ଦେଇଥିଲେ । ଭୁବନେଶ୍ୱର ରିଜୋନାଲ ସାଇନ୍ସ ସେଣ୍ଟର ଏଜୁକେସନ ଅଫିସର କୁନି କୁନି ବୈଜ୍ଞାନିକମାନଙ୍କୁ ବିଜ୍ଞାନ ଭିତ୍ତିକ କୌତୁକ ପ୍ରଦର୍ଶନ କରାଇଥିଲେ । ଉଦଯାପନୀ ଉତ୍ସବରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ରାଜେନ୍ଦ୍ର ପଣ୍ଡା ମୁଖ୍ୟଅତିଥି,ପଟ୍ଟାମୁଣ୍ଡାଇ ପୌରପରିଷଦ ଅଧକ୍ଷ ହେମନ୍ତ ସାହୁ, ପଟ୍ଟାମୁଣ୍ଡାଇ କଲେଜ ଅଧକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁ, କେନ୍ଦ୍ରାପଡ଼ା କଲେଜ ପଦାର୍ଥ ବିଜ୍ଞାନ ମୁଖ୍ୟ ବିଶ୍ୱରଞ୍ଜନ ପୁହାଣ, ରାଜ୍ୟ ପୁରସ୍କୃତ ପ୍ରାକ୍ତନ ଶିକ୍ଷକ କଣ୍ଡୁରୀ ଚରଣ ସ୍ୱାଇଁ ସମ୍ମାନିତଅତିଥି ଭାବେ ଯୋଗ ଦେଇ ବିଜ୍ଞାନ ଶିକ୍ଷାର ମହତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନଶିକ୍ଷକ ଶୁଭ୍ରାଂଶୁ ଦାସ ସ୍ୱାଗତଭାଷଣ ଓ ଅତିଥିପରିଚୟ ପ୍ରଦାନ କରିଥିଲେ । ଶିକ୍ଷୟତ୍ରୀ ଅର୍ଚନା ବଳ ଓ ଶୁଭଶ୍ରୀ ସାହୁ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଶିକ୍ଷକନେତା କବି ମନୋଜ ଶତପଥୀ ଧନ୍ୟବାଦ ଦେଇଥିଲେ ।ଏଇ ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସି ଆର ସି ସି ମଳୟ ଜେନା ସଂଯୋଜନା କରିଥିବାବେଳେ ପଟ୍ଟାମୁଣ୍ଡାଇ ବ୍ଲକ ବି ଆର ସି ସି ଚନ୍ଦ୍ରଶେଖର ତ୍ରିପାଠୀ,ସି ଆର ସି ସି ରଞ୍ଜନ ସାହୁ,ବ୍ଲକ ବିଜ୍ଞାନ ସଂଯୋଜକ ପ୍ରଭାସ ରଞ୍ଜନ ପ୍ରଧାନ ବୀରବର ସେନାପତି, ଶିବ ପ୍ରସାଦ ମହାନ୍ତି, ଭାଗିରଥି ମହାନ୍ତି, ସୁରେଶ ଜେନା, ପୀତବାସ ପଣ୍ଡା ଓ ଦେବରାଜ ନାୟକ ପରିଚାଳନା କରିଥିବାବେଳେ ସି ଆର ସି ସି ରଞ୍ଜନ ସାହୁ, ପ୍ରଦୀପ ତରାଇ, ଅରବିନ୍ଦ ବଳ, ଏମ ଡି ମସିଉଲ୍ଲା, ସଞ୍ଜୟ ସାହୁ ବିଶ୍ୱରଞ୍ଜନ ଦାଶ ଓ ସତ୍ୟବ୍ରତ ସାମନ୍ତରାୟ ସମେତ ସମସ୍ତ ସି ଆର ସି ସି ଓ କଷଣଅଣ୍ଟା ହାଇସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ । ଦୁଇ ଦିନ ବ୍ୟାପି ଆୟୋଜିତ ଏହି ଜିଲ୍ଲା ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀରେ ଜିଲ୍ଲାର ୯ଟି ବ୍ଲକର ବିଭିନ୍ନ ସ୍କୁଲର ୪୫ଟି ପ୍ରକଳ୍ପ ସ୍ଥାନ ପାଇଥିଲା । ସାଇ ଗଙ୍ଗୋତ୍ରୀ ସିଂହ (ବଳଭଦ୍ରପୁର ବା ଲୁଙ୍କେଶ୍ୱର ନୋଡାଲ ବିଦ୍ୟାପୀଠ ଡେରାବିଶ ), ଅନ୍ମୟ ପରିଡା (ପତ୍ରପୁର ସାମନ୍ତ କେଳୁ ଚରଣ ଉଚ୍ଚ ବିଦ୍ୟାଳୟ, ଆଳି ), ଅନ୍ବେଷା ମହାପାତ୍ର, କୁଦାନଗରୀ ଉଚ୍ଚବିଦ୍ୟାଳୟ, ଗରଦପୁର ), ଅଭିଜିତ ଭୋଳ ଆଡୋଇ ଆଦର୍ଶ ବିଦ୍ୟାଳୟ, ମହାକାଳପଡ଼ା ), ଆୟୁଷ ମହାନ୍ତି ଅଚିନ୍ତ ଆଦର୍ଶ ବିଦ୍ୟାଳୟ, ରାଜକନିକା )ଙ୍କ ପ୍ରକଳ୍ପ ଯୋଗ୍ୟ ବିବେଚିତ ହୋଇ ରାଜ୍ୟସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀକୁ ମନୋନୀତ କରାଯାଇଛି ।










