ବ୍ଲକ୍ ସ୍ତରୀୟ ଓଷ୍ଟା ଶିଶୁ ଉତ୍ସବ ଉଦଯାପିତ


କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ମଣ୍ଡପଡା ଭବନେଶ୍ୱର ହାଇସ୍କୁଲ ପରିସରରେ ଶନିବାର ବ୍ଲକ୍ ସ୍ତରୀୟ ଶିଶୁ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ପଟ୍ଟାମୁଣ୍ଡଇ ବ୍ଲକ ୩୦ ଟି ବିଦ୍ୟାଳୟର ୨୨୦ ଛାତ୍ରୀଛାତ୍ରଙ୍କୁ ନେଇ ଓଷ୍ଟା ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଛି । ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ପଟ୍ଟାମୁଣ୍ଡାଇ ସଭାପତି ବିଜୟ କୁମାର ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମଣ୍ଡପଡାର ବିଶିଷ୍ଠ ସାମାଜିକକର୍ମୀ ବରାହ ଚରଣ ସାମଲ ଯୋଗଦେଇ ପାରମ୍ପରିକ ରିତିରେ ଦ୍ଵୀପପ୍ରଜ୍ୱଳନକରି ଉଦଘାଟନ କରିଥିଲେ । ସମ୍ପାଦକ ବାବାଜୀ ଚରଣ ଦାସ ଉତ୍ସବର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ମୁଖ୍ୟ ବକ୍ତା ଭାବେ ଓଷ୍ଟାର ପୂର୍ବତନ ରାଜ୍ୟ ସମ୍ପାଦକ କାଳୀପ୍ରସାଦ ନାୟକ ଯୋଗଦେଇ ଶିଶୁମାନେ ଆସନ୍ତା କାଲିର ଭବିଷ୍ୟତ । ଛାତ୍ରୀଛାତ୍ରଙ୍କ ଶୈକ୍ଷିକ ବିକାଶରେ ଓଷ୍ଟାର ଭୂମିକାକୁ ସୂଚିତ କରିଥିଲେ । ଉତ୍ସବରେ ସମ୍ମାନିତ ଅତିଥି  ଭାବେ ବାଛରା ସରପଞ୍ଚ ରଂଜିତା ସାହୁ  ଓ ସମିତିସଭ୍ୟା ସୁମିତ୍ରା ସାହୁ ଯୋଗ ଦେଇ ଶିଶୁ ମାନେ ପାଠ ପଢା ସହିତ ସହ ଶିକ୍ଷା କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପ୍ରତିଯୋଗୀ ମନୋଭାବ ନେଇ ବିଦ୍ୟା ଅଧ୍ୟୟନ କରିବାକୁ ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନନ୍ତ ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଗୋକୁଳ ରାଉତ, ଡା.ଇନ୍ଦ୍ରଭାନୁ ପ୍ରଧାନ, ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ରବିନ୍ଦ୍ର ପରିଡା, ପ୍ରାକ୍ତନ ବ୍ଲକ ସଭାପତି ତ୍ରୈଲୋକ୍ୟ ପ୍ରସାଦ ମିଶ୍ର, ଧବଳେଶ୍ୱର ଖଣ୍ଡାଇ ଓ ଗୋକୁଳ ଚନ୍ଦ୍ର ରାଉତ,ପ୍ରାକ୍ତନ ସମ୍ପାଦକ ରବୀନ୍ଦ୍ର ପରିଡା, ତିତିକାନ୍ତ ନାୟକ ଅତିଥି ଭାବେ ଯୋଗ ଦେଇ ଶିଶୁ ମହୋତ୍ସବର ମହତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ଉଦ୍ୟାପନୀ ଉତ୍ସବରେ ଜିଲ୍ଲା ଓଷ୍ଟା ସଂଘର ସମ୍ପାଦକ ନିର୍ମଳ ନାୟକ ମୁଖ୍ୟଅତିଥି ଓ ପ୍ରମୋଦ ନାୟକ ମୁଖ୍ୟବକ୍ତା ରୂପେ ଉପସ୍ଥିତ ଥାଇ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ହୋଇଥିଲା । ବରାହ ସାମଲ, ପ୍ରମୋଦ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରମୋଦ ତ୍ରିପାଠୀ ମାନପତ୍ର ପାଠ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ଓଷ୍ଟା ସଂଘର ଗିରିଜା ଶଙ୍କର ସାମଲ, ଦିଲ୍ଲୀପ ରାଉତ, ଅକ୍ଷୟ ମହାନ୍ତି, ବିରେନ୍ଦ୍ର ସାମଲ, ଅନ୍ତର୍ଯ୍ୟାମୀ ବେଜ, ଶୁଶାନ୍ତ ଦାସ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷୟତ୍ରୀ, ଶିକ୍ଷକ, ଶିକ୍ଷା କର୍ମଚାରୀମାନେ ପରିଚାଳନା କରିଥିଲେ । ଶେଷରେ ଗୋଲେଖ ବିହାରୀ ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading