କୁମ୍ଭୀର ଆକ୍ରମଣ ନେଇ ସଚେତନତା ଓ  ମୃତ ଓ ଆହତଙ୍କ ସର୍ଭେ


ୱାଇ୍ଲଡ଼ ଲାଇଫ ଟ୍ରଷ୍ଟ ଅଫ ଇଣ୍ଡିଆ (ଡ଼ବ୍ଲ୍ୟ ଟି ଆଇ )ପକ୍ଷରୁ ସମ୍ପ୍ରତି ଆତଙ୍କ ସୃଷ୍ଟି କରିଥିବା କୁମ୍ଭୀର ଆକ୍ରମଣ ନେଇ   ସର୍ଭେ କରାଯିବା ସହିତ ଏ ଦିଗରେ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି ଚଳିତବର୍ଷ କୁମ୍ଭୀର ଆକ୍ରମଣରେ  ପଟ୍ଟାମୁଣ୍ଡାଇ ବ୍ଲକରେ ୬ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି   ସମ୍ପ୍ରତି ବିଭିନ୍ନ ନଦନଦୀ ଏପରିକି କେନାଲ ମାନଙ୍କରେ କୁମ୍ଭୀର ଉପଦ୍ରଵ ଦେଖିବାକୁ ମିଳିଛି ସାଧାରଣ ଜନତାଙ୍କ ସୁରକ୍ଷା ବିପନ୍ନ ହୋଇଥିବାରୁ ଲୋକମାନେ ନଦୀ ମଧ୍ୟକୁ ଯିବାକୁ ଭୟ କରିଛନ୍ତି କୁମ୍ଭୀର ଆକ୍ରମଣରୁ ସୁରକ୍ଷା ଦେବା ପାଇଁ ବନବିଭାଗର ସମସ୍ତ ଉଦ୍ୟମ ଫଳପ୍ରଦ ହୋଇପାରୁନାହିଁ ଏଭଳି ଅଭାବନୀୟ ପରିସ୍ଥିତିରେ ଡବ୍ଲ୍ୟଟିଆଇ ଓ ବିକାଶ ସାଥୀ ପକ୍ଷରୁ ବିଗତ ବର୍ଷମାନଙ୍କ କୁମ୍ଭୀର ଆକ୍ରମଣରେ ମୃତ ଓ ଆହତ ସମ୍ପର୍କରେ ସର୍ଭେ କରାଯିବା ସହିତ ଏ ଦିଗରେ ସୁରକ୍ଷିତ ରହିବା ପାଇଁ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି I ବିକାଶ ସାଥୀ ପ୍ରତିଷ୍ଠାତା ଡ଼ ବିଶ୍ୱଜିତ ପଣ୍ଡାଙ୍କ ମାର୍ଗଦର୍ଶନ ଓ ଡ଼ବ୍ଲ୍ୟୁଟିଆଇ ପ୍ରକଳ୍ପ ମୁଖ୍ୟ ରୁତିକା ନାଥଙ୍କ ନେତୃତ୍ୱରେ ରାଜେଶ ମହାରଣା,କାହ୍ନI ନାୟକ, ହୃଷିକେଶ ନାଥ, ମହେଶ୍ୱର ଲେଙ୍କା, ଧୀରେନ୍ଦ୍ର ପ୍ରଧାନ,ଶ୍ରବଣ କୁମାର ସାମଲ ପ୍ରମୁଖ ପଟ୍ଟାମୁଣ୍ଡାଇ ବ୍ଲକର କୁମ୍ଭୀର ଉପଦୃତ ବିଭିନ୍ନ ଗ୍ରାମକୁ ଯାଇ କୁମ୍ଭୀର ଆକ୍ରମଣରେ ମୃତ ଓ ଆହତ ପରିବାରକୁ ଭେଟି କୁମ୍ଭୀର ଆକ୍ରମଣର ବିଭିନ୍ନ ଦିଗ ଓ ସୁରକ୍ଷା ତଥା ସତର୍କତା ଉପରେ ଆଲୋଚନା କରିଥିଲେ ଏହି ଟିମ କୁମ୍ଭୀର ଆକ୍ରମଣରେ ୨୦୨୩ମସିହାରେ ମୃତ୍ୟୁବରଣ କରିଥିବା ଶାସନ ପଂଚାୟତ ନିମପୁର ଗ୍ରାମର ଆଶୁତୋଷ ଆଚାର୍ଯ୍ୟ ପରିବାରକୁ ଭେଟି ଆଲୋଚନା କରିବା ସହିତ ସବିଶେଷ ତଥ୍ୟ ହାସଲ କରିଥିଲେ ଏଥି ସହିତ ଏହି ଟିମ ଆଳି ବ୍ଲକ ପତ୍ରପୁର ଗୋପାଳପୁର ବ୍ରାହ୍ମଣୀ ନଦୀ କୂଳରେ ପହଂଚି କୁମ୍ଭୀର ପ୍ରତି ସତର୍କ ରହିବାକୁ ନିବେଦନ କରି ବ୍ୟାନର ମାଧ୍ୟମରେ ଲୋକମାନଙ୍କ ମଧ୍ୟରେ ଜନସଚେତନତା ସୃଷ୍ଟି କରାଯାଇଥିଲା ଆଗାମୀଦିନରେ ପଟ୍ଟାମୁଣ୍ଡାଇ, ରାଜନଗର, ଆଳି, ରାଜକନିକା ଆଦି ଜିଲ୍ଲାର ବିଭିନ୍ନ ବ୍ଲକରେ ସର୍ଭେ ଓ ସଚେତନତା କାର୍ଯ୍ୟକ୍ରମକୁ ଜୋର ଦାର କରାଯିବ ବୋଲି ପ୍ରକଳ୍ପ ମୁଖ୍ୟ ରୁତିକା ନାଥ ସୂଚନା ଦେଇଛନ୍ତି


Next Post

ଭଜପା ପକ୍ଷରୁ ଆମ ଓଡିଶା ନବୀନ ଓଡିଶା ଅଧ୍ୟକ୍ଷଙ୍କୁ ବିରୋଧ

Mon Dec 18 , 2023
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇରେ ୫ଟି ତଥା ଆମ ଓଡିଶା ନବୀନ ଓଡିଶା ଅଧ୍ୟକ୍ଷ କାର୍ତିକେୟାନ ପାଣ୍ଡିଆନଙ୍କୁ ପଟ୍ଟାମୁଣ୍ଡାଇ ଭାଜପା ବିରୋଧ କରିବା ସହ ନାରାବାଜି କରିଛନ୍ତି । କାର୍ତିକେୟାନ ପାଣ୍ଡିଆନ ପଟ୍ଟାମୁଣ୍ଡାଇ ମେଡିକାଲ ଛକ ସଭା ମଂଚରେ ପହଂଚିବା ପୂର୍ବର ଭାଜପା ପକ୍ଷରୁ କର୍ମୀମାନେ ଜବାବ ମାଗୁଛି ଓଡିଶା ଏକ କଳା ବ୍ୟାନର ଲେଖା ଯାଇଥିବା ଓଡିଶାର ଶିକ୍ଷିତ ଯୁବତୀ ଯୁବକକୁ ବେକାର କରିଛି କିଏ, ମନ୍ତ୍ରୀ ନବ ଦାସ […]