କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇରେ ୫ଟି ତଥା ଆମ ଓଡିଶା ନବୀନ ଓଡିଶା ଅଧ୍ୟକ୍ଷ କାର୍ତିକେୟାନ ପାଣ୍ଡିଆନଙ୍କୁ ପଟ୍ଟାମୁଣ୍ଡାଇ ଭାଜପା ବିରୋଧ କରିବା ସହ ନାରାବାଜି କରିଛନ୍ତି । କାର୍ତିକେୟାନ ପାଣ୍ଡିଆନ ପଟ୍ଟାମୁଣ୍ଡାଇ ମେଡିକାଲ ଛକ ସଭା ମଂଚରେ ପହଂଚିବା ପୂର୍ବର ଭାଜପା ପକ୍ଷରୁ କର୍ମୀମାନେ ଜବାବ ମାଗୁଛି ଓଡିଶା ଏକ କଳା ବ୍ୟାନର ଲେଖା ଯାଇଥିବା ଓଡିଶାର ଶିକ୍ଷିତ ଯୁବତୀ ଯୁବକକୁ ବେକାର କରିଛି କିଏ, ମନ୍ତ୍ରୀ ନବ ଦାସ ହତ୍ୟାକାରୀ ପଛରେ କିଏ, ମମତା ମେହେର ହତ୍ୟା କାରୀଙ୍କୁ ଘଂଟ ଘୋଡାଉଛି କିଏ, ଗରିବ ଓଡିଶାର ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥ ରତ୍ନ ଭଣ୍ଡାର ଲୁଟିଛି କିଏ, ଓଡିଶାକୁ ଲୁଟୁଥିବା ତାମିଲ ଠିକାଦାରଙ୍କ ପଛରେ କିଏ, ଓଡିଶାର ଖଣିଜ ସମ୍ପତି ଲୁଟୁଛି କିଏ ବୋଲି ଲେଖାଥିବା ବ୍ୟାନର ଧରି ସଭା ମଂଚର ଅନତି ଦୂରରେ ରହି ପାଣ୍ଡିଆନଙ୍କୁ କଳା ପତାକା ଦେଖାଇବାକୁ ଉଦ୍ୟମ କରିବା ସହ ‘ଗୋ ବ୍ୟାକ’ ନାରା ଦେଉଥିବା ଦେଖିବାକୁ ମିଳିଛି । ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ରଂଜିତ ମହାନ୍ତି ପୋଲିସ ଫଉଜ ସହ ଘଟଣାସ୍ଥଳରେ ପହଂଚି ବିଜେପି କର୍ମୀମାନଙ୍କୁ ଘଉଡ଼ାଇ ଦେବା ପରେ ପାଣ୍ଡିଆନଙ୍କ ସଭା ସ୍ୱାଭାବିକ ଭାବେ ଅନୁଷ୍ଠିତ ହୋଇଥିଲା ।
kanikanews.in
Next Post
ପଟ୍ଟାମୁଣ୍ଡାଇରେ ଭି କାର୍ତିକେୟନ ପାଣ୍ଡିଆନଙ୍କୁ ଉଛସ୍ୱିତ ସମ୍ବର୍ଦ୍ଧନା , ବଲୁରିଆ ଜ୍ୱାଇଁ ଯୋଗୁଁ ପଟ୍ଟାମୁଣ୍ଡାଇ ପାଇଁ ଓଡିଶା ଆସିଛି
Mon Dec 18 , 2023
ଓଡିଶା ରାଜନୀତିର ଚର୍ଚ୍ଚିତ ବ୍ୟକ୍ତିତ୍ୱ ୫ଟି ଓ ନବୀନ ଓଡିଶା ଅଧକ୍ଷ ତଥା ପଟ୍ଟାମୁଣ୍ଡାଇର ଜ୍ୱାଇଁ କାର୍ତିକେୟନ ପାଣ୍ଡିଆନ ଆଜି ରାଜନଗର ନିର୍ବାଚନମଣ୍ଡଳୀ ଗସ୍ତରେ ପଟ୍ଟାମୁଣ୍ଡାଇ ଉପକଣ୍ଠ ଏମଏନ ହାଇସ୍କୁଲ ଠାରେ ପହଂଚିବା ମାତ୍ରେ ହଜାର ହଜାର ମହିଳା, ପୁରୁଷ ଯୁବ ଛାତ୍ରମାନେ ଉଛସ୍ୱିତ ସମ୍ବର୍ଦ୍ଧନା ଜ୍ଞାପନ କରି ଏକ ବିଶାଳ ଶୋଭାଯାତ୍ରାରେ ପଟ୍ଟାମୁଣ୍ଡାଇ ମେଡିକାଲ ଛକ ପର୍ଯ୍ୟନ୍ତ ଆଣିଥିଲେ । ରାସ୍ତା ସାରା ଲୋକମାନେ ପାଣ୍ଡିଆନଙ୍କ କାର ଉପରକୁ […]

You May Like
- 4 months ago
ସଂଜୀବନୀ ବିଦ୍ୟାମନ୍ଦିରର ପଞ୍ଚଦଶ ବାର୍ଷିକ ଉତ୍ସବ
- 2 years ago
ନବଜାତ ଶିଶୁ ଯତ୍ନ ସପ୍ତାହ ପାଳିତ