କେନ୍ଦ୍ରାପଡାରେ ନବୀନ ଓଡିଶା ଅଧ୍ୟକ୍ଷଙ୍କୁ ବିଜେପିର କଳାପତାକା ପ୍ରଦର୍ଶନ



କେନ୍ଦ୍ରାପଡା,ନବୀନ ଓଡିଶା ଓ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ କେନ୍ଦ୍ରାପଡା ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିବା ସହିତ ଶ୍ରୀ ବଳଦେବଜୀଉ ମନ୍ଦିର ଦର୍ଶନ କରିଥିଲେ । ଏହି ପରିପ୍ରେକ୍ଷୀରେ ସେ ଗସ୍ତ କରିବା ସମୟରେ ପଟ୍ଟାମୁଣ୍ଡାଇ ବଜାର ଏବଂ କେନ୍ଦ୍ରାପଡା ବଜାରରେ ବିଜେପି କଳାପତାକା ପ୍ରଦର୍ଶନ କରି ବିରୋଧ କରିଥିଲା । ଏକ ଶୋଭାଯାତ୍ରାରେ କେନ୍ଦ୍ରାପଡା ସହର ଦେଇ ଶ୍ରୀ ବଳଦେବଜୀଉ ମନ୍ଦିର ଯାଉଥିବାବେଳେ ବିଜେପିର କେତେକ କର୍ମୀ କଳାପତାକା ଧରି ଶୋଭାଯାତ୍ରାରେ ସାମିଲ ହୋଇଥିବା ଗାଡିକୁ କଳାପତାକା ପ୍ରଦର୍ଶନ କରିଥିଲେ । ଏହି ଗାଡି ପଛରେ ଭିକେ ପାଣ୍ଡିଆନଙ୍କ ଗାଡି ଆସୁଥିଲା । ପୋଲିସ ଆସିବା ପୂର୍ବରୁ ବିରୋଧ ପ୍ରଦର୍ଶନ କରିଥିବା ଯୁବକ ଫେରାର ହୋଇଯାଇଥିଲେ । ଏହି ଘଟଣାଟି ଜିଲ୍ଲା ବିକାଶରେ ପ୍ରଭାବ ପକାଇପାରେ ବୋଲି ବିଜେଡି କର୍ମୀ ମହଲରେ ଆଲୋଚନା ହେଉଛି । ଏ ସମ୍ପର୍କରେ ପୋଲିସ ସହିତ ଯୋଗାଯୋଗ କରିବାରୁ ଏହାର କୌଣସି ଉତ୍ତର ମିଳିନାହିଁ ।


Next Post

କେନ୍ଦ୍ରାପଡାରେ ଭିକେ ପାଣ୍ଡିଆନ୍‌ଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା , ବହୁବିଧ ରୂପାନ୍ତିକରଣକୁ ନେଇ ବିରୋଧିଙ୍କୁ କଟାକ୍ଷ, ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡାକୁ ବହୁତ ଭଲପାଆନ୍ତି

Mon Dec 18 , 2023
  କେନ୍ଦ୍ରାପଡା, ୧୮/୧୨-ନବୀନ ଓଡିଶା ଓ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍‌ଙ୍କୁ କେନ୍ଦ୍ରାପଡାରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ହଜାର ହଜାର ମୋଟର ସାଇକଲ ଶୋଭାଯାତ୍ରାରେ ବିଜେଡି କର୍ମୀମାନେ କେନ୍ଦ୍ରାପଡା ସହରସ୍ଥ ତିନିମୁହାଣୀଠାରୁ ସହର ପରିକ୍ରମା କରାଇ ଶ୍ରୀ ବଳଦେବଜୀଉ ମନ୍ଦିରକୁ ପାଛୋଟି ଆଣିଥିଲେ । ସେଠାରେ ଉପସ୍ଥିତ ଥିବା ମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକ, ବିଧାୟକ ଶଶିଭୂଷଣ ବେହେରା ସ୍ୱାଗତ କରି ମନ୍ଦିର ଭିତରକୁ ନେଇଥିଲେ । […]

KANIKA