କେନ୍ଦ୍ରାପଡାରେ ଭିକେ ପାଣ୍ଡିଆନ୍‌ଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା , ବହୁବିଧ ରୂପାନ୍ତିକରଣକୁ ନେଇ ବିରୋଧିଙ୍କୁ କଟାକ୍ଷ, ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡାକୁ ବହୁତ ଭଲପାଆନ୍ତି


 

କେନ୍ଦ୍ରାପଡା, ୧୮/୧୨-ନବୀନ ଓଡିଶା ଓ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍‌ଙ୍କୁ କେନ୍ଦ୍ରାପଡାରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ହଜାର ହଜାର ମୋଟର ସାଇକଲ ଶୋଭାଯାତ୍ରାରେ ବିଜେଡି କର୍ମୀମାନେ କେନ୍ଦ୍ରାପଡା ସହରସ୍ଥ ତିନିମୁହାଣୀଠାରୁ ସହର ପରିକ୍ରମା କରାଇ ଶ୍ରୀ ବଳଦେବଜୀଉ ମନ୍ଦିରକୁ ପାଛୋଟି ଆଣିଥିଲେ । ସେଠାରେ ଉପସ୍ଥିତ ଥିବା ମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକ, ବିଧାୟକ ଶଶିଭୂଷଣ ବେହେରା ସ୍ୱାଗତ କରି ମନ୍ଦିର ଭିତରକୁ ନେଇଥିଲେ । ନବୀନ ଓଡିଶା ଅଧ୍ୟକ୍ଷ ବଳଦେବଙ୍କ ଦର୍ଶନ କରି ଆଶୀଷ ନେଇଥିଲେ । ସହରର ଦୁଇପାଶ୍ୱର୍ରେ ଲୋକମାନେ ତାଙ୍କୁ ସ୍ୱାଗତ କରିବା ସହିତ ପୁଷ୍ପ ବୃଷ୍ଟି କରିଥିଲେ । ହରିବୋଲ ହୁଳହୁଳିରେ ରଥ ଦାଣ୍ଡ ପ୍ରକମ୍ପିତ ହୋଇଥିଲା । ପରେ ପରେ ରଥ ଦାଣ୍ଡରେ ନିର୍ମିତ ଖୋଲା ମଞ୍ଚରେ କେନ୍ଦ୍ରାପଡାର ବିକାଶ ଉପରେ ବକ୍ତବ୍ୟ ରଖି କହିଥିଲେ ଯେ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡାକୁ ବହୁତ ଭଲପାଆନ୍ତି । ଜାପାନ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଆର୍ସେଲ ମିତ୍ତଲ ଷ୍ଟିଲ୍‌ପ୍ଲାଣ୍ଟ ପ୍ରତିଷ୍ଠା ନିମନ୍ତେ କେନ୍ଦ୍ରାପଡା ନାମକୁ ପନ୍ଦର ଥର ଧରିଥିଲେ ।

ବିଜୁବାବୁଙ୍କ କର୍ମଭୂମି କେନ୍ଦ୍ରାପଡାରେ ଶିଳ୍ପ ଆସିବ । ପୃଥିବୀର ସର୍ବବୃହତ୍ତମ ଆର୍ସେଲ ମିତ୍ତଲ ଇସ୍ପାତ କାରଖାନା ପ୍ରତିଷ୍ଠା ହେବ । କେନ୍ଦ୍ରାପଡାର ରୁପ ବଦଳି ଯିବ । ଏହା ଦ୍ୱାରା ଜିଲ୍ଲାର ବିକାଶ ହେବ । କେନ୍ଦ୍ରାପଡା ସାରା ଓଡିଶାକୁ ଅର୍ଥ ଯୋଗାଇବା ଓ କର୍ମ ଯୋଗାଇବ । ଏଥି ସହିତ ୨୦ହଜାର ଯୁବକ/ଯୁବତୀ ରୋଜଗାର ପାଇବେ ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡା ପାଇଁ ସ୍ୱପ୍ନ ଦେଖୁଛନ୍ତି । ଏହାକୁ ସାକାର କରିବା ପାଇଁ ଆମେ ଦିନରାତି ଲାଗିପଡିବା । ମୁଁ କେନ୍ଦ୍ରାପଡାର ଜ୍ୱାଇଁ ବୋଲି ତାଙ୍କ ବକ୍ତବ୍ୟରେ କହି ଉପସ୍ଥିତ ଜିଲ୍ଲା ବାସୀଙ୍କୁ ଖୁସି କରାଇଥିଲେ । ଆପଣଙ୍କ ପିଲାମାନଙ୍କୁ ଖୁସି କରିବା ପାଇଁ ହାଇସ୍କୁଲକୁ ରୁପାନ୍ତରିତ କରିଛନ୍ତି । ଏହାର ୫୦ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି । ସେହିପରି ପ୍ରତି ପଞ୍ଚାୟତର ମନ୍ଦିରକୁ ଆର୍ଥୀକ ଅନୁଦାନ ଦିଆଯାଇଛି । ଆଗାମୀ ଦୁଇ ବର୍ଷରେ ଆହୁରି ମନ୍ଦିରକୁ ଅନୁଦାନ ଯୋଗଇ ଦିଆଯିବ । ଯେଉଁ ଦରଖାସ୍ତ ଆସିବ ତାହା ୭ଦିନ ଭିତରେ କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ ରୁପାନ୍ତରିକରଣ ହୋଇଛି । ପ୍ରାକୃତିକ ବିପର୍ଯୟ ପରିଚାଳନା କ୍ଷେତ୍ରରେ ରୁପାନ୍ତରିକରଣ ହୋଇଛି । ଯେଉଁଥି ପାଇଁ ଓଡିଶା ଜାତି ସଂଘରେ ପୁରସ୍କୃତ ହୋଇଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ରୁପାନ୍ତରି କରଣ କରାଯାଇ ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ୨୬୦କୋଟି ଟଙ୍କା ରାଜ୍ୟରେ ବିନିଯୋଗ ହୋଇଛି । ଏହା ଦ୍ୱାରା ଗରିବ ଲୋକମାନେ ବଡବଡ ବେସରକାରୀ ଡାକ୍ତରଖାନାରେ ଚିକିତ୍ସା କରିପାରୁଛନ୍ତି । ଖାଦ୍ୟ ସୁରକ୍ଷାରେ ଅଧିକ ଖାଦ୍ୟ ଅମଳକରାଯାଇ ଅନ୍ୟ ରାଜ୍ୟକୁ ଯୋଗାଇ ଦିଆଯାଉଛି । ଏହା ଆଉଏକ ରୁପନ୍ତରି କରଣ ।

ପ୍ରିୟ ମୁଖ୍ୟମନ୍ତ୍ରୀ ଅନେକ କ୍ଷେତ୍ରରେ ରୁପାନ୍ତରି କରଣ ଦ୍ୱାରା ଓଡିଶାର ବିକାଶ ଆଗକୁ ନେଉଥିବା ବେଳେ ଦିନରେ ଶୋଇବାର ଅଭିନୟ କରୁଥିବା କେତେକ ଲୋକ ଏହା ଜାଣିପାରୁନାହାନ୍ତି ବୋଲି କହି ବିରୋଧିଙ୍କୁ ଶ୍ରୀ ପାଣ୍ଡିଆନ କଟାକ୍ଷ କରିଥିଲେ । ଜୟ ବଳଦେବଜୀୟୁରୁ ଆରମ୍ଭ କରି ଶ୍ରୀ ଜଗନ୍ନାଥରେ ବକ୍ତବ୍ୟ ଶେଷ କରିଥିଲେ । ମନ୍ତ୍ରୀ ଶ୍ରୀ ନାୟକ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ବିଧାୟକ ଶ୍ରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ମଞ୍ଚଉପରେ ଅନ୍ୟମାନଙ୍କ ମଧ୍ୟରେ ପାଟକୁରା ବିଧାୟକ ପ୍ରତିନିଧି ସଞ୍ଜୟ ଅଗ୍ରୱାଲ, ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳୀ ସେଠୀ, କେନ୍ଦ୍ରାପଡା ନଗରପାଳ ସରିତା ସାହୁ ଉପସ୍ଥିତ ଥିଲେ । ଆଜିର ଏହି କାର୍ଯ୍ୟକ୍ରମକୁ ସଫଳ କରାଇବାରେ ମନ୍ତ୍ରୀ ଶ୍ରୀ ନାୟକଙ୍କ ବିଶେଷ ଭୂମିକା ଥିବା ବେଳେ ବିଧାୟକ ଶ୍ରୀ ବେହେରା ସହଯୋଗ କରିଥିଲେ । ପୂର୍ବତନ ବିଧାୟକ କିଶୋର ତରାଇ, ଜିଲ୍ଲା ବିଜେଡି ସଭାପତି ଉତ୍କଳ ପରିଡା, ଯୁବ ସଭାପତି ରାଜେଶ ଦାଶ, ବିଜେଡି ସମ୍ପାଦକ ରଞ୍ଜିତ ସାହୁ, ବିଜେଡି ନେତା ରାଜେଶ ପଣ୍ଡା, ଜୀବନ ବିନ୍ଦୁ ସଭାପତି ହିରଣ୍ୟ ପଣ୍ଡା, ଅଜୟ ରାଉତ, ମୁରଲୀ ସେଠୀ ସମେତ ୫ହଜାରରୁ ଅଧିକ ବିଜେଡି କର୍ମୀ ଓ ସାଧାରଣ ଜନତା ସାମିଲ ହୋଇଥିଲେ । ପୂର୍ବାହ୍ନରେ ରାଜନଗର ଯାଇ କେରେଡାଗଡ ଜଗନ୍ନାଥ ମନ୍ଦିର ଓ ବାୟାବାବା ମଠର ୫ଟି ଅନୁଦାନର କାର୍ଯ୍ୟ ତଦାରଖ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading