ମୁଖ୍ୟମନ୍ତ୍ରୀ କଥା କମ କହନ୍ତି ବେଶି କାମ କରନ୍ତି : ପାଣ୍ଡିଆନ


ମାନ୍ୟବର ମୁଖ୍ୟମନ୍ତ୍ରୀ କଥା କମ କହନ୍ତି କାମ ବେଶି କରନ୍ତି । ଆମ୍ଭେମାନେ ତାଙ୍କର ଶିଷ୍ୟ । ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ଲୋକମାନଙ୍କ ପାଇଁ ଭଲ କାମ କରିବା , ସାଧାରଣ ଲୋକଟି ମୁହଁରେ ହସ ଫୁଟାଇବା ବୋଲି ରାଜ୍ୟ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ କହିଛନ୍ତି । ରାଜନଗର ବ୍ଲକ କେରଡାଗଡଠାରେ ଏକସାଧାରଣ ସଭାରେ ଯୋଗଦେଇ ସେ କହିଛନ୍ତି । ସୋମବାର ଅପରାହ୍ନରେ ହେଲିପ୍ୟାଡ ଯୋଗେ କେରଡାଗଡ ନିକଟରେ ଓହ୍ଲାଇବା ପରେ କେରଡାଗଡଏକମାଣିଆ ମଧ୍ୟରେ ଆରମ୍ଭ ହୋଇଥିବା ସେତୁକାମକୁ ନିରୀକ୍ଷଣ କରିଥିଲେ । ଆଠମାସ ତଳେ ଏଠାରେ ଡଙ୍ଗାବୁଡି ହୋଇଥିଲା । ଡଙ୍ଗାବୁଡିରେ ଦୁଇଜଣ ପ୍ରାଣ ହରାଇଥିଲେ । ୧୫ବର୍ଷର ବାଳକ ଦେବ ବେହେରା ଓ ଘାଟିଆ ସୁଦର୍ଶନ ସ୍ୱାଇଁ(ପାତିଆ) ପ୍ରାଣ ହରାଇଥିଲେ । ଏପରିକି ଅପ୍ରେଲ ୨୮ତାରିଖ ଦିନ କେରଡାଗଡ ଜଗନ୍ନାଥ ମନ୍ଦିର ପରିଦର୍ଶନରେ ଆସିବା ସମୟରେ ଘାଟିଆ ସୁଦର୍ଶନର ଶବ ରଖି ଲୋକମାନେ ରାସ୍ତାରୋକ କରିଥିଲେ । ସେହିଦିନ ପାଣ୍ଡିଆନ ପହଂଚି ଦୁଇମାସ ମଧ୍ୟରେ ସେତୁ ନିର୍ମାଣ ଆରମ୍ଭ କରାଯିବ ବୋଲି ଦେଇଥିବା ପ୍ରତିଶୃତିକୁ ଦୋହରାଇଥିଲେ । ଆପଣମାନଙ୍କ ଆଖିରେ ଲୁହ ଦେଖି ମୋ ଆଖିରେ ମଧ୍ୟ ଲୁହ ଆସିଯାଇଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀ ସେତୁ ନିର୍ମାଣ ପାଇଁ ୫୯କୋଟି ୮୭ଲକ୍ଷ ୮୪ହଜାର ୯୨୨ଟଙ୍କା ମଞ୍ଜୁର କରିଥିଲେ । ଯାହା ଏବେ କାମ ଆରମ୍ଭ ହୋଇଯାଇଛି । ସେ ଏହି ଅବସରରେ କମ୍ପାନୀର ଯନ୍ତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ । ଖୁବଶିଘ୍ର ସେତୁ କାର୍ଯ୍ୟ ଶେଷ ହୋଇଯିବ ବୋଲି କହିଥିଲେ । ମଂଚରେ ମନ୍ତ୍ରୀ ପ୍ରତାପକେଶରୀ ଦେବ, ବିଧାୟକ ଧୃବ ସାହୁ, ପଚାଂୟତ ସମିତି ଅଧ୍ୟକ୍ଷା ପ୍ରତିଭା ପାତ୍ର, ଉପାଧ୍ୟକ୍ଷ ଗଣେଷଚନ୍ଦ୍ର ଗୁଡିଆ, ଜିଲ୍ଲା ପରିଷଦ ସଭ୍ୟ ସୁରେନ୍ଦ୍ର ପ୍ରସାଦ ରାଉତ, ବ୍ଲକ ବିଜେଡି ସଭାପତି ନିରଂଜନ ରାଉତ, ଅରୁଣ ସାହୁ, ପ୍ରଶାନ୍ତ ରାଉତ, ଗୋବର୍ଦ୍ଧନ ପ୍ରଧାନ ପ୍ରମୁଖଙ୍କ ସହ ସରପଂଚ , ସମିତି ସଭ୍ୟ ଓ ଦଳୀୟ ନେତୃବୃନ୍ଦ ଯୋଗଦେଇଥିଲେ । ବିଜୁ ଜନତାଦଳର ରାଜ୍ୟ ସଙ୍ଗଠନର ସଂପାଦକ ପ୍ରଣବ ପ୍ରକାଶ ଦାସ(ବବି) ମଂଚ ଉପରକୁ ନଯାଇ ତଳେ ରହିଥିବା ଦେଖିବାକୁ ମିଳିଥିଲା । ମଂଚରୁ ଓହ୍ଲାଇବା ପରେ ହେଲିପ୍ୟାଡକୁ ନଯାଇ ରାସ୍ତାରେ ଯାଇଥିଲେ । କେରଡାଗଡର ଜଗନ୍ନାଥ ମନ୍ଦିର ମଧ୍ୟକୁ ପାଣ୍ଡିଆନ ଓ ପ୍ରଣବ ଯାଇ ଠାକରଙ୍କ ଦର୍ଶନ କରିଥିଲେ । ସାନବଡଗୋପାଳପୁର ଛକରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ପାଣ୍ଡିଆନ ପୁନର୍ବାର ରାଜନଗର ବ୍ଲକ ସହିତ ନିର୍ବାଚନ ମଣ୍ଡଳୀ ପାଇଁ ୧୩୫କୋଟି ଟଙ୍କା ମଞ୍ଜୁର କରିଥିବା କହିଥିଲେ । ବିଧାୟକ ଶ୍ରୀ ସାହୁ ସଭା ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଭି.କେ ପାଣ୍ଡିଆନଙ୍କୁ ବିଜୁ ଜନତା ଦଳ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ମହିଳା ଓ ପୁରୁଷମାନେ ଯୋଗଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading