ବକେୟା ଦୋକାନ ଭଡା ପଇଠ ନକରିବାରୁ କେନ୍ଦ୍ରାପଡା ପୈାରସଂସ୍ଥା ପକ୍ଷରୁ ହୋଟେଲ ଓ ପାଥୋଲାବ ସିଲ



କେନ୍ଦ୍ରାପଡା ପୈାରସଂସ୍ଥା ପକ୍ଷରୁ ବାରମ୍ବାର ନୋଟିସ ପରେବି ବକେୟା ଦୋକାନ ଭଡା ପଇଠ ନକରିବାରୁ ଗୋଟିଏ ହୋଟେଲ ଏବଂ ଅନ୍ୟ ଏକ ପାଥୋଲାବକୁ ସିଲ କରିଦିଆଯାଇଛି । ସୂଚନା ଅନୁଯାୟୀ କେନ୍ଦ୍ରାପଡା ସହରର ପୁରୁଣା ବସଷ୍ଟାଣ୍ଡ ସେଣ୍ଟ୍ରାଲ ମାର୍କେଟରେ ଥିବା ଏକ ହୋଟେଲ’ ପ୍ରାୟ ୪୧ମାସର ବକେୟା ଦୋକାନ ଭଡା ୩ଲକ୍ଷ ୪୭ହଜାର ଟଙ୍କା ବକେୟା ରଖିଥିଲା । ସେହିଭଳି ଖଡିଅଙ୍ଗସ୍ଥିତ ପୁରୁଣା ମେଡିକାଲ ଛକ ମାର୍କେଟ କମ୍ପେ୍ଲକ୍ସରେ ଥିବା ପାଥୋଲାବ୍‌ର ୬୬ମାସର ପ୍ରାୟ ୩୩ହଜାର ଟଙ୍କା ଦୋକାନ ଭଡା ବକେୟା ଥିଲା । ଉଭୟ ପାଥୋଲାବ ଓ  ହୋଟେଲକୁ ପୈାରସଂସ୍ଥା ପକ୍ଷରୁ ବାରମ୍ବାର ନୋଟିସ ପ୍ରଦାନ ପରେବି ସେମାନେ ନଶୁଣିବାରୁ ସେମାନଙ୍କୁ ଚୂଡାନ୍ତ ନୋଟିସ ପ୍ରଦାନ କରାଯାଇଥିଲେବି ଉଭୟ ସଂସ୍ଥା ବକେୟା ଦୋକାନ ଭଡା ପ୍ରଦାନ କରିନଥିଲେ । କେନ୍ଦ୍ରାପଡା ପୈାର ପରିଷଦର ନିଷ୍ପତ୍ତି ଓ ଉପଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଆଜି ପୂର୍ବାହ୍ନରେ ମ୍ୟାଜିଷ୍ଟେଟ ଦାୟୀତ୍ୱରେ ଥିବା ପୈାରନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ବିଶ୍ୱାଳ ଏବଂ ଏକ ପ୍ଲାଟୁନ ପୋଲିସ ଫୋର୍ସଙ୍କ ଉପସ୍ଥିତିରେ ପୈାରସଂସ୍ଥାର ଆର.ଆଇ. ଦେବିପ୍ରସାଦ ଦାସ, ପୈାରକର୍ମଚାରୀ ସଞ୍ଜୀବ କୁମାର ମହାନ୍ତି ଓ ଅନ୍ୟାମାନେ ଉଭୟ ପାଥୋଲାବ ଏବଂ ହୋଟେଲକୁ ସିଲ କରିଦେଇଥିବା ପୈାରସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି ।


Next Post

ପୁଣି ଫେରିଲା କରୋନା ଭୟ

Tue Dec 19 , 2023
ମହାମାରୀ କରୋନାକୁ ତାଲିକାରୁ ହଟାଇ ଦିଆଯାଇଥିବା ବେଳ ଏବେ ପୁଣି ଥରେ ଚିନ୍ତା ବଢାଇଛି । କିଛି ଦିନ ହେବ କ୍ରମାଗତ ଭାବେ ରୋଗୀ ଚିହ୍ନଟ ହେବା ସ୍ୱାସ୍ଥ୍ୟ ବିଭାଗକୁ ଚିନ୍ତାରେ ପକାଇଛି । କରୋନାର ସବ୍‌ଭ୍ୟାରିଏଣ୍ଟ ଜେଏନ୍ ୧ କର୍ନାଟକ ଓ କେରଳ ସମେତ ଦେଶର କେତେକ ସ୍ଥାନରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିିଛି । କେତେ ଜଣଙ୍କ ଜୀବନ ବି ନେଲାଣି, କରୋନାର ନୂଆ ପ୍ରଜାତି । […]

KANIKA