ପୁଣି ଫେରିଲା କରୋନା ଭୟ


ମହାମାରୀ କରୋନାକୁ ତାଲିକାରୁ ହଟାଇ ଦିଆଯାଇଥିବା ବେଳ ଏବେ ପୁଣି ଥରେ ଚିନ୍ତା ବଢାଇଛି । କିଛି ଦିନ ହେବ କ୍ରମାଗତ ଭାବେ ରୋଗୀ ଚିହ୍ନଟ ହେବା ସ୍ୱାସ୍ଥ୍ୟ ବିଭାଗକୁ ଚିନ୍ତାରେ ପକାଇଛି । କରୋନାର ସବ୍‌ଭ୍ୟାରିଏଣ୍ଟ ଜେଏନ୍ ୧ କର୍ନାଟକ ଓ କେରଳ ସମେତ ଦେଶର କେତେକ ସ୍ଥାନରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିିଛି । କେତେ ଜଣଙ୍କ ଜୀବନ ବି ନେଲାଣି, କରୋନାର ନୂଆ ପ୍ରଜାତି । ଯାହାକୁ ନେଇ ଲୋକଙ୍କ ଭିତରେ ପୁଣି ଥରେ ଭୟ ସୃଷ୍ଟି ହୋଇଛି । ଯାହାକୁ ଅତି ଗୁରୁତର ସହ ନେଇଛନ୍ତି କେନ୍ଦ୍ର ସରକାର । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ସତର୍କ ରହିବାକୁ ପରାମର୍ଶ ଦେଇଛି । ବିଶେଷ କରି ଆଗକୁ ଖ୍ରୀଷ୍ଟମାସ ଏବଂ ଇଂରାଜୀ ନବବର୍ଷ ଆସୁଥିବାରୁ ଭିଡ ନିୟନ୍ତ୍ରଣ କରିବାକୁ ପରାମର୍ଶ ଦିଆଯାଇଛି । ଏଥିସହ ଜିଲ୍ଲାସ୍ତରରେ ଇନଫ୍ଲୁଏଞ୍ଜା ଲାଇକ୍ ଇଲନେସ୍‌ଏବଂ ସିଭିୟର ଆକ୍ୟୁଟ୍ ରେସ୍ପିରେଟୋରି ଇଲନେସ୍‌ ଲକ୍ଷଣ ପ୍ରତି ଦୃଷ୍ଟି ରଖିବାକୁ ପରାମର୍ଶ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ସେହିପରି ଜିଲ୍ଲାସ୍ତରରେ କୋଭିଡ ପରୀକ୍ଷା ସହ ଟେଷ୍ଟ ଏବଂ ପଜିଟିଭ ସାମ୍ପଲକୁ ଜିନମ୍ ସିକ୍ୟୁଏନ୍ସିଂ ପାଇଁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।


Discover more from

Subscribe now to keep reading and get access to the full archive.

Continue reading