ପଟ୍ଟାମୁଣ୍ଡାଇ ପୌର ପରିଷଦ ବୈଠକ


ପଟ୍ଟାମୁଣ୍ଡାଇ ପୌର ପରିଷଦ ବୈଠକ ପୌରାଧ୍ୟକ୍ଷ ହେମନ୍ତ ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପୌରାଂଚଳ ବିକାଶ ପାଇଁ ରାଜ୍ୟସରକାରଙ୍କ ସମସ୍ତ ଯୋଜନାର ସଫଳ ରୂପାୟନ ସହ ସମସ୍ତ ମୌଳିକ ସମସ୍ୟା ସମାଧାନ କରି ପୌରାଂଚଳ ବାସୀଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥି ସହିତ ସମସ୍ତ ଅସମ୍ପୂର୍ଣ୍ଣ ପ୍ରକଳ୍ପ ନିର୍ଧାରିତ ସମୟରେ ସଂପୂର୍ଣ୍ଣ କରିବାକୁ ନିର୍ଦେଶ ଦେଇଥିଲେ । ପୌର ନିର୍ବାହୀ ଅଧିକାରୀ ଅଜିତ ନାରାୟଣ ଗିରି ପୌର ପରିଷଦର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ବୈଠକରେ ଗତ ୭.୧୦.୨୦୨୩ ସାଧାରଣ ଅଧିବେଶନ ବିବରଣୀ ପଠନ ଓ ଦୃଢ଼ୀକରଣ କରାଯାଇଥିବାବେଳେ, ଗତ ଅକ୍ଟୋବର ନଭେମ୍ବର ୨୦୨୩ ୨ ମାସର ଆୟବ୍ୟୟ ଅନୁମୋଦନ କରାଯାଇଥିଲା । ଭେଣ୍ଡିଂ ଜୋନ, ପ୍ରଧାନମନ୍ତ୍ରୀ ଆବାସଯୋଜନା କାର୍ଯ୍ୟାଦେଶ ବଂଟନ, ଜାଗା ମିଶନ ଜରିଆରେ ଜମି ପଟା ବଂଟନ, ମହିଳା ମହାସଂଘ ଗଠନ ଜଳନିଷ୍କାସନ, ରାସ୍ତାଘାଟ, ପାନୀୟଜଳ, ବିଦ୍ୟୁତ, ଶିକ୍ଷା, ସ୍ୱାସ୍ଥ୍ୟ, ସାଧାରଣ ବଂଟନ, ଭତା, ବୁଲା ଗାଇ ଗୋରୁ ଆଦି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ୨୦ ଟି ୱାଡର କାଉନସିଲର ମାନେ ଉପସ୍ଥିତ ରହି ନିଜ ୱାର୍ଡର ସମସ୍ୟା ଉପସ୍ଥାପନ କରିଥିଲେ । ପୌର ଅଧ୍ୟକ୍ଷ ବିଭିନ୍ନ ୱାର୍ଡ ସମସ୍ୟା ସମାଧାନ ପାଇଁ ପୌର ପ୍ରଶାସନକୁ ନିର୍ଦେଶ ଦେଇଥିଲେ । ଏହି ବୈଠକରେ ପୌର ସହନିର୍ବାହୀ ଯନ୍ତ୍ରୀ ଜଳଧର ବେହେରା, ଉପନିର୍ବାହୀ ଯନ୍ତ୍ରୀ, ସହସହକାରୀ ଯନ୍ତ୍ରୀ ସୁଶୀଲ ବେହେରା, ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀ ସ୍ମୃତି ରଞ୍ଜନ ରଥ, ଅଙ୍ଗନବାଡି ସୁପରଭାଇଜର ତୁଳସୀ ଦାସ ପ୍ରମୁଖ ପ୍ରଶାସନିକ ଅଧିକାରୀ ଯୋଗ ଦେଇଥିଲେ । ଏହି ବୈଠକକୁ ସରୋଜ ପଣ୍ଡା, ସତ୍ୟାନନ୍ଦ ସାହୁ, ମାମିନି ପଣ୍ଡା, ତପସ୍ୱିନୀ ଦାଶ, ବିଜୟ ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ ।


Next Post

ପ୍ରଧାନମନ୍ତ୍ରୀ ଆବାସ କାର୍ଯାଦେଶ ବଂଟନ, ନିର୍ଦ୍ଧିଷ୍ଟ ସମୟରେ ଘର ସଂପୂର୍ଣ୍ଣ କରି ପ୍ରୋତ୍ସାହନ ରାଶି ହାସଲ କରନ୍ତୁ

Tue Dec 19 , 2023
ପଟ୍ଟାମୁଣ୍ଡାଇ ପୌର ପରିଷଦର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀମାନେ ନିର୍ଦ୍ଧିଷ୍ଟ ସମୟରେ ଗୃହ ନିର୍ମାଣ ସଂପୂର୍ଣ୍ଣ କରି ସରକାରୀ ପ୍ରୋତ୍ସାହନ ରାଶି ହାସଲ କରିବା ସହିତ ଜୀବନ ଧାରଣ ମାନ ଉନ୍ନତ କରିବାକୁ ରାଜନଗର ବିଧାୟକ ଧ୍ରୁବ ସାହୁ ଆଜି ପଟ୍ଟାମୁଣ୍ଡାଇ ପୌର ପରିଷଦ ପ୍ରେକ୍ଷାଳୟ ଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଂଟନ କରି ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ପ୍ରକାଶ କରିଛନ୍ତି । ପୌର ନିର୍ବାହୀ ଅଧିକାରୀ […]

You May Like