
ପଟ୍ଟାମୁଣ୍ଡାଇ ପୌର ପରିଷଦର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀମାନେ ନିର୍ଦ୍ଧିଷ୍ଟ ସମୟରେ ଗୃହ ନିର୍ମାଣ ସଂପୂର୍ଣ୍ଣ କରି ସରକାରୀ ପ୍ରୋତ୍ସାହନ ରାଶି ହାସଲ କରିବା ସହିତ ଜୀବନ ଧାରଣ ମାନ ଉନ୍ନତ କରିବାକୁ ରାଜନଗର ବିଧାୟକ ଧ୍ରୁବ ସାହୁ ଆଜି ପଟ୍ଟାମୁଣ୍ଡାଇ ପୌର ପରିଷଦ ପ୍ରେକ୍ଷାଳୟ ଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଂଟନ କରି ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ପ୍ରକାଶ କରିଛନ୍ତି । ପୌର ନିର୍ବାହୀ ଅଧିକାରୀ ଅଜିତ ନାରାୟଣ ଗିରିଙ୍କ ପୌରହିତ୍ୟରେ କାର୍ଯ୍ୟାଦେଶ ବଂଟନ ସମାରୋହରେ ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ହିତାଧିକାରୀମାନେ ନିର୍ଦ୍ଧିଷ୍ଟ ସମୟରେ ଗୃହ ନିର୍ମାଣ ସଂପୂର୍ଣ୍ଣ କରିବାକୁ ପରାମର୍ଶ ଦେଇଥିଲେ । ବିଧାୟକ ସାହୁ ୭୭ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଂଟନ କରିଥିଲେ । ଏହି ଉତ୍ସବରେ ପୌର ପୌର ପରିଷଦର ସମସ୍ତ କାଉନସିଲର ସହସହକାରୀ ଯନ୍ତ୍ରୀ ସୁଶୀଲ ବେହେରା, ସରୋଜ ପଣ୍ଡା, ଅଶୋକ ମହାନ୍ତି, ଅରବିନ୍ଦ ପରିଡା ଓ ବ୍ରଜ କିଶୋର ସେଠୀ ପ୍ରମୁଖ ପୌର ପ୍ରଶାସନର ଅଧିକାରୀ ଓ କର୍ମଚାରୀ ଯୋଗ ଦେଇଥିଲେ ।











