ପୁଣି ଫେରିଲା କରୋନା



ନୂଆଦିଲ୍ଲୀ: ଭାରତକୁ ଫେରିଲା କୋଭିଡ଼ ।କେରଳ ସହ କର୍ଣ୍ଣାଟକରେ ସଙ୍ଗୀନ ହେଉଛି ସ୍ଥିତି । ସାରା ଦେଶକୁ ହାଇ ଆଲର୍ଟ । କୋଭିଡର ଜେଏନ୍ ୧ ଭାରିଆଣ୍ଟ ନେଇ ସବୁ ରାଜ୍ୟକୁ କେନ୍ଦ୍ର ସରକାର ଚିଠି ଜରିଆରେ ସତର୍କ କରିବା ସହ ସ୍ଥିତି ସମୀକ୍ଷା କରିବାକୁ ଦେଇଛନ୍ତି ପରାମର୍ଶ । ଆଗକୁ ବଡ଼ଦିନ ଓ ନୂଆବର୍ଷ ପାଳନ ଯୋଗୁଁ ଭିଡ଼ ବଢିବାର ଆଶଙ୍କା ରହିଛି । ଯାହାକୁ ନେଇ ଭୟ ବଢିଛି । ଆସନ୍ତାକାଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ସବୁ ରାଜ୍ୟଙ୍କ ସହ କୋଭିଡ ସ୍ଥିତି ନେଇ ବୈଠକ କରିବାର ରହିଛି କାର୍ଯ୍ୟକ୍ରମ । ପୁଣି ଫେରିପାରେ ମାସ୍କ ପିନ୍ଧା ଦିନ । କୋଭିଡର ନୂଆ ଭାରିଆଣ୍ଟ ଜେଏନ୍ ୧.ଦକ୍ଷିଣ ଭାରତର କେରଳ ଓ କର୍ଣ୍ଣାଟକରେ ସ୍ଥିତି କଲାଣୀ ସଙ୍ଗୀନ । କର୍ଣ୍ଣାଟକକୁ ଓଡ଼ିଶାରୁ ଅଧିକାଂଶ ଲୋକଙ୍କ ଯିବାଆସିବା ଥିବାରୁ, ସତର୍କ ହେବାର ସମୟ ଆସିଛି ।  ବର୍ତ୍ତମାନ ସୁଦ୍ଧା ଏହି ନୂଆ ଭାରିଆଣ୍ଟର ସିଭିଆରିଟି ନେଇ କୌଣସି ସୂଚନା ମିଳିନି । ବୁଧବାର ସବୁ ରାଜ୍ୟଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ସମୀକ୍ଷା ବୈଠକ ନେବାକୁ ଯାଉଛନ୍ତି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ବୈଷୟିକ କମିଟି ବି ସମୀକ୍ଷା ଜାରି ରଖିଛି ।


Next Post

ଖଡିଅଂଟା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ୨୦୨୩ ପାଳିତ

Wed Dec 20 , 2023
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଳକ୍ ଅନ୍ତର୍ଗତ ଖଡିଅଂଟା ପଂଚାୟତ ସରକାରି ନୋଡାଲ୍ ଉଚ୍ଚ ବିଦ୍ୟାଳୟର ୪୭ ତମ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଯାଇଅଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆଶିଷ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷା କ୍ଷେତ୍ରରେ ଉନ୍ନତୀ ପାଇଁ ବିଦ୍ୟାଳୟରେ ଶିକ୍ଷକ ଘରେ ଅଭିଭାବକ ମାନଙ୍କର ପିଲାଙ୍କ ପ୍ରତି ଲକ୍ଷ୍ୟ […]

KANIKA