ଓଡିଶା ସଂସ୍କୃତି ଓ କଳା ପରିଷଦ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ମିଳନୀ , କଳା ସଂସ୍କୃତି ଓଡିଶାକୁ ବିଶ୍ୱବିଜୟୀ କରିଛି



ପଟ୍ଟାମୁଣ୍ଡାଇ ଗୌରବମୟ କଳା ସଂସ୍କୃତି ଓଡିଶାକୁ ବିଶ୍ୱ ବିଜୟୀ କରିଛି ବୋଲି ଆଜି ଓଡିଶା ସଂସ୍କୃତି ଓ କଳା ପରିଷଦ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପରିଷଦର ମୁଖ୍ୟ ଉପଦେଷ୍ଟା ତଥା କଟକ-ଚୌଦ୍ୱାର ପୂର୍ବତନ ବିଧାୟକ ଡ଼ ପ୍ରଭାତ ରଞ୍ଜନ ବିଶ୍ୱାଳ ପ୍ରକାଶ କରିଛନ୍ତି ।

ଓଡିଶା ସଂସ୍କୃତି ଓ କଳା ପରିଷଦ ରାଜ୍ୟ ସଭାପତି ଲଷ୍ମୀଧର ସାହୁଙ୍କ ପୌରହିତ୍ୟରେ ପଟ୍ଟାମୁଣ୍ଡାଇ ବ୍ଲକ ପେଣ୍ଠପାଳ ଠାରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପୂର୍ବତନ ବିଧାୟକ ଡ଼ ବିଶ୍ୱାଳ କହିଲେ ଓଡିଶାର ପ୍ରାଚୀନ କଳା ସଂସ୍କୃତି ଓ ଐତିହ୍ୟ ଆଜି ଦେଶ ବିଦେଶରେ ସୁନାମ ଅର୍ଜନ କରି ଓଡିଶାକୁ ଗୌରବାନ୍ୱିତ କରିଛି । ସଂସ୍କୃତିପ୍ରେମୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର କଳା ସଂସ୍କୃତିକୁ ରୁଦ୍ଧିମନ୍ତ କରିବା ପାଇଁ ସଂସ୍କୃତି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଠାରୁ ଆରମ୍ଭ କରି କଳାକାର ଭତା ପର୍ଯ୍ୟନ୍ତ ଅନେକ ପଦକ୍ଷେପ ନେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ଓଡିଶାରେ ବହୁ ଜାତୀୟ ଓ ଅନ୍ତର୍ଜାତୀୟ କଳା ସଂସ୍କୃତି ପ୍ରଦର୍ଶନୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇ ବିଶ୍ୱ ଦରବାରରେ ଓଡିଶାର ମାନ ବୃଦ୍ଧି କରିଛି ଓ କଳା ଓ ସଂସ୍କୃତି ପାଇଁ ନିଜର ଜୀବନ ଉତ୍ସର୍ଗ କରିଥିବା ଦୁସ୍ଥ କଳାକାରଙ୍କ ପାଇଁ କଳାକାର ଭତା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଯୋଗାଇ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ମୁଁହରେ ହସ ଫୁଟାଇ ଥିବାରୁ କଳାକାରମାନେ ମୁଖ୍ୟମନ୍ତ୍ରୀ ନୂତନ ବିକଶିତ ସମୃଦ୍ଧ ଓ ସଶକ୍ତ ଓଡିଶା ଗଠନର ସ୍ୱପ୍ନକୁ ସାକାର କରିବାକୁ ପରାମର୍ଶ ଦେଇଥିଲେ । ଓଡିଶା ସଂଗୀତ ନାଟକ ଓ ନୃତ୍ୟ କଳାକାର ସଂଘ ରାଜ୍ୟ ସଭାପତି ଚିତ ରଞ୍ଜନ ଦାସ, ଓଡିଶା ସଂସ୍କୃତି ଓ କଳା ପରିଷଦ ଜିଲ୍ଲା ସମ୍ପାଦକ ବାବାଜୀ ଉପାଧ୍ୟାୟ, ଜିଲ୍ଲା ସଂଯୋଜକ ତୁଷାର ଘୋଷ ଓ ଜିଲ୍ଲା ଉପଦେଷ୍ଟା ସୁବ୍ରତ ରାଉତ ପ୍ରମୁଖ ସମ୍ମାନିତଅତିଥି ଭାବେ ଯୋଗ ଦେଇ ଓଡିଶାର ଗୌରବମୟ କଳା ସଂସ୍କୃତି କଳାକାରମାନଙ୍କ ବିଭିନ୍ନ ସମସ୍ୟା ଓ ରାଜ୍ୟ ସରକାରଙ୍କ କଳାକାର କଲ୍ୟାଣ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ଶେଷରେ ସବିତା ଦେଉରୀ ଧନ୍ୟବାଦ ଦେଇଥିଲେ । ଏହି ଜିଲ୍ଲା ସମ୍ମିଳନୀରେ କେନ୍ଦ୍ରାପଡ଼ା ଜିଲ୍ଲାର କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ, ଆଳି, ରାଜନଗର, ରାଜକନିକା, ମାର୍ଶାଘାଇ, ମହାକାଳପଡ଼ା, ଗରଦପୁର ଓ ଡେରାବିଶ ଆଦି ୯ଟି ବ୍ଲକ ଓ କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ ୨ଟି ମୁନିସିପାଲିଟିର ପରିଷଦ କର୍ମକର୍ତା ଓ ୩୦୦ରୁ ଅଧିକ କଳାକାର ଯୋଗ ଦେଇଥିଲେ । ଏଇ ଅବସରରେ ପରିଷଦ ପକ୍ଷରୁ ଜିଲ୍ଲାର ବିଭିନ୍ନ କଳାକାର ଓ ପରିଷଦ କର୍ମକର୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।


Next Post

ପଟ୍ଟାମୁଣ୍ଡାଇ ପୌରପରିଷଦରେ ଜାଗା ମିଶନ କାର୍ଯ୍ୟକ୍ରମ ସମୀକ୍ଷା

Wed Dec 20 , 2023
ପଟ୍ଟାମୁଣ୍ଡାଇ ପୌର ପରିଷଦ ପ୍ରେକ୍ଷାଳୟରେ ଜାଗା ମିଶନ କାର୍ଯ୍ୟକ୍ରମ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।. ଏଥିରେ ଓଡିଶା ଜାଗା ମିଶନ ଉପଦେଷ୍ଟା ଶାଶ୍ୱତୀ ମିଶ୍ର ଯୋଗ ଦେଇ ପଟ୍ଟାମୁଣ୍ଡାଇ ସହର ମଧ୍ୟରେ ଥିବା ବସ୍ତି ବାସିନ୍ଦାମାନଙ୍କ ଜାଗା ମିଶନ ଜରିଆରେ ପଟ୍ଟା ଯୋଗାଇ ଦେବା ପାଇଁ ହୋଇଥିବା ସରକାରୀ ନିଷ୍ପତି କେତେଦୂର କାର୍ଯ୍ୟକାରୀ ହୋଇଛି ଓ କେତେ ଲୋକ ପଟ୍ଟା ପାଇବାକୁ ବାକି ଅଛନ୍ତି ସେ ସମ୍ପର୍କରେ ସମୀକ୍ଷା […]