
ପଟ୍ଟାମୁଣ୍ଡାଇ ପୌର ପରିଷଦ ପ୍ରେକ୍ଷାଳୟରେ ଜାଗା ମିଶନ କାର୍ଯ୍ୟକ୍ରମ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।. ଏଥିରେ ଓଡିଶା ଜାଗା ମିଶନ ଉପଦେଷ୍ଟା ଶାଶ୍ୱତୀ ମିଶ୍ର ଯୋଗ ଦେଇ ପଟ୍ଟାମୁଣ୍ଡାଇ ସହର ମଧ୍ୟରେ ଥିବା ବସ୍ତି ବାସିନ୍ଦାମାନଙ୍କ ଜାଗା ମିଶନ ଜରିଆରେ ପଟ୍ଟା ଯୋଗାଇ ଦେବା ପାଇଁ ହୋଇଥିବା ସରକାରୀ ନିଷ୍ପତି କେତେଦୂର କାର୍ଯ୍ୟକାରୀ ହୋଇଛି ଓ କେତେ ଲୋକ ପଟ୍ଟା ପାଇବାକୁ ବାକି ଅଛନ୍ତି ସେ ସମ୍ପର୍କରେ ସମୀକ୍ଷା କରିଥିଲେ । ବିଭିନ୍ନ ବସ୍ତିର ଲୋକମାନେ ମୌଳିକ ସୁବିଧା ସୁଯୋଗ ପାଉଛନ୍ତି ନା ନାହିଁ ସେ ସମ୍ପର୍କରେ ପଚାରି ବୁଝିଥିଲେ । ଏହି ସମୀକ୍ଷା ବୈଠକରେ ପଟ୍ଟାମୁଣ୍ଡାଇ ଅତିରିକ୍ତ ତହସିଲଦାର ଦିଲ୍ଲୀପ ନାୟକ, ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ, କାଉନସିଲର ସର୍ବଶ୍ରୀ ଗୋପୀବଲ୍ଲଭ ନାୟକ, ସାନିଆ ପରମିନ ସାହେବା, ଲଷ୍ମୀପ୍ରିୟା ସାହୁ, ବନିତା ମଳିକ, ସି ଓ ତପସ୍ୱିନୀ ଦାଶ, ସି ଏମ ଏମ ମାମିନି ପଣ୍ଡାଙ୍କ ସମେତ ପ୍ରଶାସନିକ ଅଧିକାରୀ, ଲୋକପ୍ରତିନିଧି ଓ ବସ୍ତିବସିନ୍ଦାମାନେ ଯୋଗ ଦେଇଥିଲେ ।











