ମଦ୍ରାସା ଆରବିୟା ତାଲିମୂଲ ଇସଲାମର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ



କେନ୍ଦ୍ରାପଡ଼ା, ୨୦ା୧୨ : କେନ୍ଦ୍ରାପଡା ସହରର ବଡହାଟସ୍ଥିତ ମଦ୍ରାସା ଆରବିୟା ତାଲିମୂଲ ଇସଲାମ୍‌ର ୨୯ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ତିନିଦିନ ଧରି ଚାଲିଥିବା ଏହି କ୍ରୀଡା ପ୍ରତିଯୋଗିତାରେ ମଦ୍ରାସାର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉଚ୍ଚାଡିଆଁ, ଲମ୍ବଡିଆଁ, ଏକଶହ, ଦୁଇଶହ ଓ ଚାରିଶହ ମିଟର ଦୈାଡ, ଗଣିତ ଦୈାଡ,ଜିଲାପି ଡିଆଁ, ମ୍ୟୁଜିକ ଚେୟାର ପ୍ରଭୃତି ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା । ଏହି ଉପଲକ୍ଷେ ମଦ୍ରାସାର ଅଧ୍ୟକ୍ଷ ମହମ୍ମଦ ଜାହାଙ୍ଗିରଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ପୈାରାଧ୍ୟକ୍ଷା ସରିତା ସାହୁ ମୁଖ୍ୟ ଅତିଥି, ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ତଥା ବି.ଆର.ସି.ସି. କୁମୁଦିନି ଦେଇ ମୁଖ୍ୟବକ୍ତା, ବିଜେଡି ସଂଖ୍ୟାଲଘୁ ସେଲ ସଭାପତି ମହମ୍ମଦ ସେକ ଇନାୟତ(ଚନ୍ଦନ) ଓ ମଦ୍ରାସାର ସଭାପତି ମୀର ହସିମୁଲ୍ଲା ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ମଦ୍ରାସାର ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ସହଯୋଗରେ କୋଚ ସୈାକତ ଖାନ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ । କେନ୍ଦ୍ରାପଡା ଜିଲ୍ଲାର ୩୨ଟି ମଦ୍ରାସା ମଧ୍ୟରୁ ଏକମାତ୍ର ଏହି ମଦ୍ରାସାଟି ୫-ଟି ରେ ସାମିଲ ହୋଇଥିବାରୁ ମଦ୍ରାସା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଶେଷରେ ଅଧ୍ୟକ୍ଷ ମହମ୍ମଦ ଜାହାଙ୍ଗିର ଧନ୍ୟବାଦ ଅର୍ପଣ କରିଥିଲେ ।


Next Post

ପଟ୍ଟାମୁଣ୍ଡାଇ କଲେଜରେ ସଡ଼କ ସୁରକ୍ଷା ସଚେତନତା

Wed Dec 20 , 2023
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ କଲେଜ ପକ୍ଷରୁ ସାମାଜିକ କଲ୍ୟାଣ ଓ ସଡ଼କ ଦୁର୍ଘଟଣା ରୋକିବା ଦିଗରେ ଯୁବବର୍ଗଙ୍କୁ ସଚେତନତା କରିବା ପାଇଁ ରାଜ୍ୟ ସରକାରଙ୍କ ନୂଆ-ଓ ଯୋଜନାରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁ ଉଦଘାଟନ କରିଥିଲେ । ନୂଆ-ଓ ନୋଡାଲ ଅଫିସର ପ୍ରାଧ୍ୟାପକ ଡ଼ ରମେଶ କୁମାର ସାହୁ ଓ ସମାଜକଲ୍ୟାଣ +୩ ନୋଡାଲ ଅଫିସର […]

You May Like