
ପଟ୍ଟାମୁଣ୍ଡାଇ ରାଧାରମଣ ମଠ ପରିସରରେ ଥିବା ସରସ୍ୱତୀ ଶିଶୁ ଶିକ୍ଷା ମନ୍ଦିର ବାର୍ଷିକ କ୍ରୀଡା ଉତ୍ସବ ତିନି ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଆଚାର୍ଯ୍ୟ ନାରାୟଣ ଚନ୍ଦ୍ର ସାହୁ ଓ ସମ୍ପାଦକ ଆମ୍ବୁଜଭୂଷଣ ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ବାର୍ଷିକ କ୍ରୀଡା ଉତ୍ସବକୁ ଖବରଦାତା ଅକ୍ଷୟ ସାହୁ ଉଦଘାଟନ କରିଥିଲେ । ଲମ୍ବ ଡିଆଁ, ଉଚ୍ଚ ଡିଆଁ, ଅଖା ଦୌଡ଼, କୌତୁକ ପୋଷାକ, ମ୍ୟୁଜିକ ଚେୟାର ଆଦି ବିଭିନ୍ନ ପ୍ରକାର କ୍ରୀଡା ପ୍ରତିଯୋଗିତା କରାଯାଇଥିଲା । ସହକାରୀ ପ୍ରଧାନଆଚାର୍ଯ୍ୟ ଅଜିତ ମଲିକ ପ୍ରଭୁଦତ ଦାଶ, ପ୍ରଭାସ ବେହେରା ପ୍ରଭାକର ସାହୁ, ଭାଗ୍ୟଶ୍ରୀ ପରିଡା ସୁଲୋଚନା ମିଶ୍ର ପରିଚାଳନା କରିଥିବାବେଳେ ଅର୍ପିତା ଦାସ, ରୀନା ନାୟକ ସ୍ମିତା ଦାସ ସୁଚିତ୍ରା ମହାନ୍ତି, ମମତା ଦେ, ଭାଗ୍ୟଶ୍ରୀ ଜେନା, ପ୍ରଭାତୀ ଦାସ ଜ୍ୟୋତ୍ସ୍ନାରାଣୀ ପ୍ରଧାନ, ସାଗରୀକା ଦାଶ, କଳ୍ପନା ସେନାପତି ଓ ବିଜୟଲଷ୍ମୀ ପରିଡା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଏହି କ୍ରୀଡା ଉତ୍ସବରେ ସମସ୍ତ ଗୁରୁ ଗୁରୁ ମା ଅଭିଭାବକ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।











