ପଟ୍ଟାମୁଣ୍ଡାଇ କଲେଜର ୫୩ ତମ ପ୍ରତିଷ୍ଠା ଦିବସ


ଛାତ୍ରଛାତ୍ରୀମାନେ ପ୍ରତିଭା ବଳରେ ସାରା ଦୁନିଆରେ ପଟ୍ଟାମୁଣ୍ଡାଇର ପରିଚୟ ସୃଷ୍ଟି କରନ୍ତୁ:ବିଧାୟକ

ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ପ୍ରଦର୍ଶନ କରି ସମଗ୍ର ବିଶ୍ୱରେ ନିଜର ଉପସ୍ଥିତି ଜାହିର କରିଥିବା ଗୌରବମଣ୍ଡିତ ପଟ୍ଟାମୁଣ୍ଡାଇକୁ ଆହୁରି ଆଗକୁ ନେବା ପାଇଁ ଛାତ୍ରଛାତ୍ରୀ ନିଜର ଅନନ୍ୟ ପ୍ରତିଭା ପ୍ରଦର୍ଶନ କରି ଶ୍ରେଷ୍ଠତ୍ୱ ହାସଲ କରିବାକୁ ରାଜନଗର ବିଧାୟକ ଧ୍ରୁବ ସାହୁ ପଟ୍ଟାମୁଣ୍ଡାଇ କଲେଜର ୫୩ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରକାଶ କରିଛନ୍ତି । ପଟ୍ଟାମୁଣ୍ଡାଇ କଲେଜ ଅଧକ୍ଷ ପ୍ରଫେସର ଦିଲ୍ଲୀପ କୁମାର ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସବରେ ଯୋଗ ଦେଇ ଶିକ୍ଷାପ୍ରେମୀ ବିଧାୟକ ଶ୍ରୀସାହୁ କହିଲେ ଯେ କେନ୍ଦ୍ରାପଡ଼ା ଜିଲ୍ଲାର ଦ୍ୱିତୀୟ ବୃହତମ କଲେଜ ପଟ୍ଟାମୁଣ୍ଡାଇ କଲେଜ ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ସାମନା କରି ନାକ ମାନ୍ୟତା ପାଇବାରେ ସଫଳ ହୋଇଛି । ସଠିକ ଭାବେ ସଠିକ ସମୟରେ ଉପଯୁକ୍ତ ନାକ ପ୍ରସ୍ତୁତି ଓ ମାନ୍ୟତା ହାସଲ ହିଁ କଲେଜର ଶୈକ୍ଷିକ ବିକାଶ ସହ ସାମଗ୍ରିକ ବିକାଶରେ ସହାୟକ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ । ସାମ୍ପ୍ରତିକ ପ୍ରତିଯୋଗିତାମୂଳକ ଦୁନିଆରେ ଛାତ୍ରଛାତ୍ରୀମାନେ ନିଜର ଦୁର୍ବଳତାକୁ ଶକ୍ତିରେ ପରିଣତ କରିପାରିଲେ ନିଜର ଲକ୍ଷ୍ୟସ୍ଥଳରେ ପହଂଚିବା ସହିତ ଏହି ଗୌରବମୟ ଶିକ୍ଷାନୁଷ୍ଠାନ ଓ ମାଟିର ଟେକ ବଜାୟ ରଖିପାରିବେ ବୋଲି ମତ ଦେଇ ଛାତ୍ରଛାତ୍ରୀମାନେ ଏ ଦିଗରେ ନିଷ୍ଠାର ସହିତ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ । ଜଝାଙ୍ଗ କୃଷି ବିଜ୍ଞାନକେନ୍ଦ୍ର ବୈଜ୍ଞାନିକ ପ୍ରଭଞ୍ଜନ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନେ ଉତମ ଶିକ୍ଷା ସହ ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ନିଯୁକ୍ତି ଓ ଆତ୍ମନିଯୁକ୍ତି ସୁଯୋଗ ହାସଲ ସହ ପରିବେଶ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ । ପଟ୍ଟାମୁଣ୍ଡାଇ ପୌରପରିଷଦ ଅଧକ୍ଷ ହେମନ୍ତ କୁମାର ସାହୁ ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ । ଏଇ ଅବସରରେ ପୂର୍ବତନ ଅଧକ୍ଷ ପ୍ରଫେସର ପ୍ରଭାକର ରାଉତ ଓ ପ୍ରଫେସର ପ୍ରମୋଦ ସାମଲ,ପୂର୍ବତନ ପ୍ରାଧ୍ୟାପକ ରବୀନ୍ଦ୍ର କୁମାର ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ +୩ବିଜ୍ଞାନ କଳା ବାଣିଜ୍ୟ ପରୀକ୍ଷା ସର୍ବୋଚ୍ଚ ନମ୍ବର ରଖିଥିବା ଲିପ୍ସା ରାଣୀ ଦାଶ, ସୁମିତ୍ରା ଓଝା, ଦେବସୁନ୍ଦର ପାଢ଼ୀ ଓ +୨ ବିଜ୍ଞାନ କଳା ଓ ବାଣିଜ୍ୟ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ତନ୍ମୟ ସାହୁ, ଅନିତା ପରିଡା ଓ ମନୋଜ ମଲିକଙ୍କୁ ପୁରସ୍କୃତ ଓ ସମ୍ମାନିତ କରାଯାଇଥିଲା । ଅଧ୍ୟାପକ ଫକୀର ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ କଲେଜ ଅଧକ୍ଷ ପ୍ରଫେସର ଦିଲ୍ଲୀପ କୁମାର ଭୂୟାଁ ସ୍ୱାଗତଭାଷଣ ଦେଇ କଲେଜର ବିଭିନ୍ନ କାର୍ଯ୍ୟକ୍ରମ ଓ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରାଧ୍ୟାପକ ଡ଼ ସୁନୀଲ ପ୍ରଧାନ ଅତିଥିପରିଚୟ ପ୍ରଦାନ କରିଥିଲେ । ଏହି ଉତ୍ସବରେ ପୂର୍ବତନ ଅଧକ୍ଷ ସର୍ବଶ୍ରୀ ପ୍ରଫେସର ଦୁର୍ଯ୍ୟୋଧନ ନାୟକ, ପ୍ରଫେସର ଦୁର୍ଯ୍ୟୋଧନ ପରିଡା, ପ୍ରଫେସର କୈଳାଶ ପାତ୍ର, ପ୍ରଫେସର ଦେବବ୍ରତ ପ୍ରଧାନ, ପ୍ରଫେସର ପ୍ରଭାକର ରାଉତ, ପ୍ରଫେସର ପ୍ରମୋଦ ସାମଲ,ପ୍ରଫେସର ଡ଼ ପ୍ରେମ ଲତା ରାଉତ,ପ୍ରାଧ୍ୟାପକ ସର୍ବଶ୍ରୀ ରବୀନ୍ଦ୍ର ପଣ୍ଡା, ରଂଜିତ ସେନାପତି, ଡ଼ ଦୁଃଶାସନ ପରିଡା, ଡ଼ ରମେଶ ସାହୁ, ଡ଼ ଅଞ୍ଜଳି ଦାଶ, କ୍ୟାପଟେନ ମନୋଜ ପରିଡା, ଅମୀୟ ଦାସ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ କଲେଜ ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ । ଶେଷରେ ପ୍ରାଧ୍ୟାପକ ଡ଼ ସୁନୀଲ ପ୍ରଧାନ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ରଞ୍ଜନ ବେହୁରା, ରଞ୍ଜନ ଗାହାଣ, ପ୍ରଦ୍ୟୁମ୍ନ ପ୍ରଧାନ, ଶ୍ରୀମନ୍ତ ଜେନା,ସୁଭାଶିଷ ମିଶ୍ର, ଅରବିନ୍ଦ ପାଣ୍ଡବ ଅଧ୍ୟାପିକା ସରୋଜିନୀ ମିଶ୍ର, ସୀମାଙ୍ଗିନୀ ଦାସ ପ୍ରମୁଖ ପରିଚାଳନା କରିଥିବାବେଳେ ମୁଖ୍ୟକିରାଣୀ ପ୍ରମୋଦ ପରିଡା, ହିସାବରକ୍ଷକ ଅବିନାଶ ପରିଡା ଓ ମୁଖ୍ୟ ଲାଇବ୍ରେରିଆନ ବିଶ୍ୱଜିତ ଭଦ୍ର ପରିଚାଳନାରେ ସହଯୋଗ କରିଥିଲେ ।


Next Post

ରାଏଚାନ୍ଦ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବିଦାୟକାଳିନ ସମ୍ବର୍ଦ୍ଧନା

Fri Jul 7 , 2023
କେନ୍ଦ୍ରାପଡାତା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ରାଏଚାନ୍ଦ ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମୀନନୟନା ଷଡଙ୍ଗୀଙ୍କର ଅବସର ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇ ଯାଇଅଛି । ଏହି ସଭାରେ ସାଧନ କେନ୍ଦ୍ରର ସଂଯୋଜକ ରାଜେଶ କୁମାର ବାରିକ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ବିଶିଷ୍ଟ ଜ୍ୟୋତିର୍ବିଦ ତଥା ପାଲା ଗାୟକ ଅଖିଳ କୁମାର ନାୟକ, ମୁଖ୍ୟ ବକ୍ତା ଭଞ୍ଜ କିଶୋର ସ୍ୱାଇଁ ଓ […]

KANIKA