ସମାଜସେବୀ ରଘୁନାଥ ସ୍ୱାଇଁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ସ୍ମୃତି ସଭା



କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ବିଶିଷ୍ଟ ସମାଜସେବୀ ରଘୁନାଥ ନାଥ ସ୍ୱାଇଁଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଅଣ୍ଢରା ଠାରେ ତାଙ୍କର ପୂର୍ଣ୍ଣଅବୟବ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ସ୍ବର୍ଗତ ସ୍ୱାଇଁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରି ଧୋୟାଞ୍ଚଳ ବିକାଶରେ ତାଙ୍କର ଅବଦାନ ସମ୍ପର୍କରେ ଆଲୋକପାତ କରିବା ସହିତ ତାଙ୍କ ଅମ୍ଲାନ ସ୍ମୃତି ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଶିକ୍ଷାବିତ ରାଜକୁମାର ବିଶ୍ୱାଳଙ୍କ ପୌରହିତ୍ୟ ଓ ଚିତ୍ତ ରଞ୍ଜନ ମଲ୍ଲିକଙ୍କ ସଂଯୋଜନାରେ ଆୟୋଜିତ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ବିଧାୟିକା ଡ଼ ସିପ୍ରା ମଲିକ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ମାନସ ରଞ୍ଜନ ସାମଲ, ଜିଲ୍ଲାପରିଷଦ ସଦସ୍ୟା ପ୍ରିୟଦର୍ଶନୀ ତରାଇ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀକାନ୍ତ ସାହୁ, ତରଡ଼ିପାଳ ସରପଞ୍ଚ ଦେବବ୍ରତ ନାୟକ,ସମିତି ସଭ୍ୟ ନିରଞ୍ଜନ ବାରିକ, ବଳଭଦ୍ରପୁର ସରପଞ୍ଚ ପ୍ରିୟବ୍ରତ ଓଝା, ପେଣ୍ଠପାଳ ସମିତିସଭ୍ୟ ଶଶାଙ୍କ ଶେଖର ବିଶ୍ୱାଳ, ସମବାୟ ସମିତି ସଭାପତି ଧନେଶ୍ୱର ପ୍ରଧାନ, ଗାଙ୍ଗପଡା ସରପଞ୍ଚ ଅଶ୍ୱିନୀ ପାତ୍ର, ବରିଷ୍ଠ ନେତା ମୋହନ ଆଚାର୍ଯ୍ୟ,ଅଣ୍ଢରା ପୂର୍ବତନ ସରପଞ୍ଚ ବସନ୍ତ ସ୍ୱାଇଁ, ଅମୃତମଣୋହି ପୂର୍ବତନ ସରପଞ୍ଚ କୂଳମଣି ମଲିକ, ଶିକ୍ଷାବିତ କାର୍ତିକ ରାଉତ, ସୁରେଶ ନାୟକ,ନିରଞ୍ଜନ ସୁନ୍ଦରରାୟ, ଖଣ୍ଡାୟତ ମହାସଭା ସଭାପତି ଶରତ ବେହୁରା ,କାର୍ଯ୍ୟକାରୀ ସଭାପତି ଗୋଲକ ପଢ଼ିଆରୀ,ଉପସଭାପତି ଭାଗିରଥି ଜେନା, ଉମାକାନ୍ତ ବଳ,ଭାରତ ଭୂଷଣ ନାୟକ ପ୍ରେମାନନ୍ଦ ସୂତାର, ନାରାୟଣ ମଲ୍ଲିକ, ସଚ୍ଚିଦାନନ୍ଦ ରାଉତ ଦଳିତ ନେତା ଅନିରୁଦ୍ଧ ମଲିକ,ନାରାୟଣ ବିଶ୍ୱାଳ, ସନ୍ତୋଷ ମଲ୍ଲିକ ପ୍ରମୁଖ ଭାଷଣ ଦେଇ ଦିବଂଗତ ରଘୁନାଥ ସ୍ୱାଇଁଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିବା ସହିତ ତାଙ୍କ ଅମ୍ଲାନ ସ୍ମୃତି ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ସିଂହଗାଁ ସମିତି ସଭ୍ୟ ଅଭୟ ସ୍ୱାଇଁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । କବି ନୃସିଂହ ରାଉତ ସଂଗୀତ ପରିବେଷଣ କରିଥିଲେ । ଶେଷରେ ଯୁବନେତା ପ୍ରଶାନ୍ତ ସ୍ୱାଇଁ ଧନ୍ୟବାଦ ଦେଇଥିଲେ । ଏହି ସ୍ମୃତି ଶ୍ରଦ୍ଧାଞ୍ଜଳି ସଭାରେ ଜିଲ୍ଲାର ବିଭିନ୍ନ ଅଂଚଳରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସ୍ଥାନୀୟ ଲୋକପ୍ରତିନିଧି ଓ ଜନସାଧାରଣ ଯୋଗ ଦେଇଥିଲେ ।


Next Post

ହାରିହରାନନ୍ଦ ବାଳାଶ୍ରମର ବାର୍ଷିକଉତ୍ସବ

Fri Dec 22 , 2023
କେନ୍ଦ୍ରାପଡା, ୨୨/୧୨- ହରିହରାନନ୍ଦ ବାଳାଶ୍ରମର ୧୯ ତମ ବାର୍ଷିକ ଉତ୍ସବ ଶୁକ୍ରବାର ଦିନ କେନ୍ଦ୍ରାପଡା ବ୍ଲକ ପଟ୍ଟାମୁଣ୍ଡାଇ ଅରୁଆ କଦଳିବଣ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଘଠନର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦେଶିକା ୟାମିନୀ ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ରମାଦେବୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ଼ଃ ସୁଚେତା ପ୍ରିୟଦର୍ଶିନୀ, ଭୁବନେଶ୍ୱର ଶିବାନନ୍ଦ ସେଣ୍ଟେନାରୀ ବାଳକ ଉଚ୍ଚ ବିଦ୍ୟାଳୟ ସ୍ୱାମୀ ଶିବଚିଦାନନ୍ଦ […]

KANIKA