ହାରିହରାନନ୍ଦ ବାଳାଶ୍ରମର ବାର୍ଷିକଉତ୍ସବ


କେନ୍ଦ୍ରାପଡା, ୨୨/୧୨- ହରିହରାନନ୍ଦ ବାଳାଶ୍ରମର ୧୯ ତମ ବାର୍ଷିକ ଉତ୍ସବ ଶୁକ୍ରବାର ଦିନ କେନ୍ଦ୍ରାପଡା ବ୍ଲକ ପଟ୍ଟାମୁଣ୍ଡାଇ ଅରୁଆ କଦଳିବଣ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଘଠନର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦେଶିକା ୟାମିନୀ ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ରମାଦେବୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ଼ଃ ସୁଚେତା ପ୍ରିୟଦର୍ଶିନୀ, ଭୁବନେଶ୍ୱର ଶିବାନନ୍ଦ ସେଣ୍ଟେନାରୀ ବାଳକ ଉଚ୍ଚ ବିଦ୍ୟାଳୟ ସ୍ୱାମୀ ଶିବଚିଦାନନ୍ଦ ସରସ୍ୱତୀ ମହାରାଜ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ଅତିଥିମାନଙ୍କୁ ବାଳାଶ୍ରାମରେ ପୁଷ୍ପଗୁଛ ଦେଇ ସ୍ୱାଗତ କରାଯାଇଥିଲା । ଅତିଥିମାନେ ବିଦ୍ୟାଳୟ ପରିସର ବୁଲି ପ୍ରଜ୍ଞାନ ମିଶନ ଦ୍ୱାରା ପରିଚାଳିତ ଓ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ମହାନ କ୍ରିୟାଯୋଗୀ ପରମହଂସ ପ୍ରଜ୍ଞାନାନନ୍ଦଜୀଙ୍କ ଦ୍ୱାରା ଓଡ଼ିଶାର ଗରିବ ଓ ଅବହେଳିତ ପିଲାମାନଙ୍କ ପାଇଁ ଗଢି ଉଠିଥିବା ଏହି ଆଦର୍ଶ ବିଦ୍ୟାଳୟର (ହରିହରାନନ୍ଦ ବାଳାଶ୍ରମ) ପରିଚାଳନା ବ୍ୟବସ୍ଥା ଓ ଆଭିମୁଖ୍ୟକୁ ପ୍ରଶଂସା କରିଥିଲେ ଉକ୍ତ ବିଦ୍ୟାଳୟ ଦ୍ୱାରା ପ୍ରଦାନ କରାଯାଉଥିବା ସମସ୍ତ ସୁବିଧା ସୁଯୋଗକୁ ସଦ୍ ଉପଯୋଗ କରି ଦେଶ ଓ ପ୍ରଜ୍ଞାନାନନ୍ଦଜୀ ମହାରାଜାଙ୍କ ମାନ ରଖିବାକୁ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ । ପ୍ରଜ୍ଞାନର ମିଶନ ବରିଷ୍ଠ ସନ୍ୟାସି ସ୍ୱାମୀ ସମର୍ପଣାନନ୍ଦ ଗିରି ଓ ସଭାପତି ସ୍ୱାମୀ ଗୁରୁକୃପାନନ୍ଦ ଗିରି ତାଙ୍କ ଅଭିଭାଷଣରେ ଛାତ୍ରଛାତ୍ରୀମାନଙ୍କୁ ଅନେକ ସୁଉପଦେଶ ପ୍ରଦାନ କାରିଥିଲେ । ଉକ୍ତ ଉତ୍ସବରେ ମହାନ କ୍ରିୟାଯୋଗୀ ପରମହଂସ ପ୍ରଜ୍ଞାନାନନ୍ଦଜୀ ମହାରାଜ ଛାତ୍ରଛାତ୍ରୀ ଓ ଜନସାଧାରଣମାନଙ୍କୁ ସଦାଚାରୀ, ଚରିତ୍ରବାନ ଓ ପ୍ରରିଶ୍ରମି ହେବାକୁ ପରାମର୍ଶ ଦେଇଛନ୍ତି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଡ଼ଃ ବୀଣାପାଣି ଦାଶ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ ।

ଏହି ଉତ୍ସବରେ ସ୍ୱାମୀ ସୁଗୀତାନନ୍ଦ ଗିରି, ବ୍ରହ୍ମଚାରୀ ବୋଧାନନ୍ଦ, ସ୍ୱାମୀ ଅନିର୍ବାଣାନନ୍ଦ ଗିରି, ସ୍ୱାମୀ ଆନନ୍ଦାନନ୍ଦ ଗିରି, ଡ଼ଃ ସୃତି ମହାପାତ୍ର, ପ୍ରଶାନ୍ତ ବାସୁଦ୍ୱେନ୍‌, ପ୍ରଜ୍ଞାନ ମିଶନର ସନ୍ୟାସୀ ଓ ସଂନ୍ୟାସୀନୀଗଣ, ଗୋପୀନାଥ କର, ତ୍ରିଜୀବ ଦାଶ, କ୍ଷୀରୋଦ ଦାଶ, ବ୍ରଜକିଶୋର ପଣ୍ଡା, ନିମନ୍ତ୍ରିତ ମାନ୍ୟଗଣ୍ୟ ବ୍ୟକ୍ତି, ଶିକ୍ଷକ ଓ ଶିକ୍ଷୟତ୍ରୀବୃନ୍ଦ ଯୋଗଦେଇଥିଲେ । ବିଦ୍ୟାଳୟର ଏହି ମନୋରମ ଉତ୍ସବକୁ ଛାତ୍ରଛାତ୍ରୀ ମାନେ ସୁନ୍ଦର ଭାବରେ ସଂଯୋଜନା କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆୟୋଜିତ କରାଯାଇଥିବା ଚିତ୍ରକଳା, ବିଜ୍ଞାନ ପ୍ରଦର୍ଶିନୀ ଅତିଥି ମାନଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା । ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଉକ୍ତ ଉତ୍ସବକୁ ସରସ ଓ ସୁନ୍ଦର କରିବାରେ ବିଦ୍ୟାଳୟର କର୍ମଚାରୀ ବିଜୟ କୁମାର ସାହୁ, ପର୍ଶୁରାମ ଦାସ, ତପନ କୁମାର ପାତ୍ର, ଗୋପୀନାଥ ଦାଶଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀମାନେ ସହଯୋଗ କରିଥିଲେ ।


Next Post

ଷଷ୍ଠ ଜିଲ୍ଲା ପରିଷଦର ଚତୁର୍ଥ ସାଧାରଣ ବୈଠକ ଅନୁଷ୍ଠିତ

Fri Dec 22 , 2023
କେନ୍ଦ୍ରାପଡ଼ା, ୨୨/୧୨: ଷଷ୍ଠ ଜିଲ୍ଲା ପରିଷଦର ଚତୁର୍ଥ ସାଧାରଣ ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକକୁ ଜିଲ୍ଲାପାଳ ଅମ୍ରିତ ଋତୁରାଜ ପ୍ରଦୀପ ପ୍ରଜ୍ଜେ୍ୱାଳନ କରି ଆନୁଷ୍ଠାନିକଭାବେ ଉଦ୍‌ଘାଟନ କରିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳୀ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅଶୋକ କୁମାର ପ୍ରତିହାରୀ, ପାଟକୁରା ବିଧାୟିକାଙ୍କ ପ୍ରତିନିଧି ସଞ୍ଜୟ […]

KANIKA