ଷ୍ଟେଟବ୍ୟାଙ୍କ ପେନସନରର୍ସ ଅଭିଯୋଗ ସମାଧାନ ପକ୍ଷ ସମ୍ମିଳନୀ ଷ୍ଟେଟବ୍ୟାଙ୍କ ଡିସପେନସରୀ ଖୋଲାଯାଉନଥିବାରୁ ଉଦବେଗ


କେନ୍ଦ୍ରାପଡ଼ା, ୨୨ା୧୨ : ଭାରତୀୟ ଷ୍ଟେଟବ୍ୟାଙ୍କ ଆଞ୍ଚଳିକ କାର୍ଯ୍ୟାଳୟ ପାରାଦୀପ ପକ୍ଷରୁ କେନ୍ଦ୍ରାପଡା ଭାରତୀୟ ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖା ସମ୍ମିଳନୀ କକ୍ଷରେ ଷ୍ଟେଟବ୍ୟାଙ୍କ ପେନସନରର୍ସ ଅଭିଯୋଗ ସମାଧାନ ପକ୍ଷ ବୈଠକ ଅନୁଷ୍ଠିତ ହୋଇଯାଇଛି । ଷ୍ଟେଟବ୍ୟାଙ୍କ ଆଞ୍ଚଳିକ କାର୍ଯ୍ୟାଳୟର ମୁଖ୍ୟ ପରିଚାଳକ ଶତୃଘ୍ନ ଦ୍ୱିବେଦୀଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ଆଞ୍ଚଳିକ କାର୍ଯ୍ୟାଳୟର ମାନବସମ୍ବଳ ବିକାଶ ମୁଖ୍ୟ ପରିଚାଳକ ସୁକାନ୍ତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପେନସନରର୍ସମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ପ୍ରତିଶୃତି ଦେଇଥିଲେ । ଷ୍ଟେଟବ୍ୟାଙ୍କ ପେନସନରର୍ସ ଆସୋସିଏସନ, ଓଡିଶା ସର୍କଲର ଆଞ୍ଚଳିକ ସମ୍ପାଦକ ଗଣେଶ୍ୱର ମେକାପ ବୈଠକ ପରିଚାଳନା କରିବା ସହ ଦୀର୍ଘଦିନରୁ କେନ୍ଦ୍ରାପଡାରେ ଷ୍ଟେଟବ୍ୟାଙ୍କ ଡିସପେନସାରୀ ଖୋଲାଯିବା ନିମନ୍ତେ କତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଦାବି ଉପସ୍ଥାପନ କରାଯାଇଥିଲେ ମଧ୍ୟ ଡିସପେନସାରୀ ଖୋଲାଯାଉନଥିବାରୁ ଗଭୀର ଉଦବେଗ ପ୍ରକାଶ କରି ସାରା ଓଡିଶାରେ ଷ୍ଟେଟବ୍ୟାଙ୍କ କର୍ମଚାରୀ ଓ ପେନସନ ଭୋଗୀମାନଙ୍କ ନିମନ୍ତେ ସ୍ୱାସ୍ଥ୍ୟସେବା ଉପଲବ୍ଧ ଥିବା ସ୍ଥଳେ କେନ୍ଦ୍ରାପଡା ଜିଲ୍ଲାରେ ଷ୍ଟେଟବ୍ୟାଙ୍କ କର୍ମଚାରୀ ଓ ପେନସନ ଭୋଗୀମାନେ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେଉଥିବା ପ୍ରକାଶ କରିଥିଲେ । ପେନସନରର୍ସ ସଙ୍ଘର କେନ୍ଦ୍ରାପଡା ଜିଲ୍ଲା ସମ୍ପାଦକ ଉଦୟନାଥ ସାହୁ, ଅତୁଲ ଚନ୍ଦ୍ର ଗିରି, ହରିପଦ ପଣ୍ଡା, ଦୁର୍ଯ୍ୟୋଧନ ସେଠୀ, ଶରତ କୁମାର ମୁଦୁଲି, ଗୋଲକ ବିହାରୀ ବେହେରା, ଅଜୟ କୁମାର ନାୟକ, ଭୀମସେନ ଦାସ, ନଗେନ ମହାକୁଡ, ରବିନ ଗୋଛାୟତ, କୁଞ୍ଜବିହାରୀ ସାମଲ, ଏସାନ ମହମ୍ମଦ ପ୍ରମୁଖ ବିଭିନ୍ନ ସମସ୍ୟା ଉପସ୍ଥାପନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ଆଞ୍ଚଳିକ ସମ୍ପାଦକ ଶ୍ରୀ ମେକାପ ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading