ମାର୍ଶାଘାଇ ପୋଲିସ କବଜାରେ ୪ଜଣିଆ ଡକାୟତି ଗ୍ୟାଙ୍ଗ



କେନ୍ଦ୍ରାପଡା : ମାର୍ଶାଘାଇ ପୋଲିସର ଅପରାଧ ଓ ଅପରାଧି ଦମନ ପ୍ରକ୍ରିୟା ଅବ୍ୟାହତ ରହିଛି । ମାର୍ଶାଘାଇ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଗତକାଲି ରାତି ପ୍ରାୟ ଦୁଇଟା ତିରିଶ ମିନିଟ୍ ସମୟରେ ଜାତୀୟ ରାଜପଥର ଟ୍ରକ୍ ମାନଙ୍କରୁ ଡକାୟତି କରିବା ଉଦ୍ଦେଶ୍ୟରେ ଆସିଥିବା ଡକାୟତି ଗ୍ୟାଙ୍ଗର ୪ ଜଣଙ୍କୁ ଗୋଟିଏ କଳା ରଙ୍ଗର ର୍ଥ ଗାଡି (ଓଡି ୩୩ ଏଏଫ୍ ୫୩୦୭) ଓ ବିଭିତ୍ତ ମାରଣାସ୍ତ୍ର ସହ ନୀଳାଞ୍ଚଳ ଗୋଡା ନିକଟରୁ ଗିରଫ କରିଛନ୍ତି । ସମସ୍ତ ଅଭିଯୁକ୍‌ତ ଜଗତସିଂହପୁର ଜିଲ୍ଲାର ହୋଇଥିବା ବେଳେ ସେମାନେ ହେଲେ ପାରାଦ୍ୱୀପ ଲକ୍ ଥାନା ଅଧିନସ୍ଥ ବିଶ୍ୱାଳି ଗ୍ରାମର ବିଶିକେଶନ ସିଂହ ଓରଫ୍ ଧୋବା(୫୦) ଓ ରଞ୍ଜନ କୁମାର ଶଗଡିଆ (୪୪), ଭୁତମୁଣ୍ଡାଇ ଗ୍ରାମର ଜୟ ପ୍ରକାଶ ସ୍ୱାଇଁ ଓରଫ ବବୁଲୁ(୨୮) ଏବଂ ଏରସମା ଥାନା ଅନ୍ତର୍ଗତ ନିମାଳ ଗ୍ରାମର ରଞ୍ଜନ କୁମାର ସାହୁ(୪୯) ।ଏନେଇ ଏଏସଆଇ ଲୋଭାବତି ସାହୁଙ୍କ ଅଭିଯୋଗ କ୍ରମେ ମାର୍ଶାଘାଇ ଥାନାରେ କେଶ୍ ନଂ – ୫୪୪ ଆଇପିସି ୩୦୯/୪୦୨ / ୨୫ ଆର୍ମସ ଆକ୍ଟ ରୁଜୁକରି ତଦନ୍ତକାରୀ ଅଧିକାରୀ ସବ୍ ଇନ୍ସପେକ୍ଟର ଅଜୟ କୁମାର ସାହୁ ସମସ୍ତ ଅଭିଯୁକ୍‌ତମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି ।


Next Post

ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ୨୧ବର୍ଷ କାରାଦଣ୍ଡାଦେଶ

Sat Dec 23 , 2023
କେନ୍ଦ୍ରାପଡ଼ା, ୨୨ା୧୨ : ଜନୈକ ନାବାଳିକାକୁ ଯୈାନ ଉତ୍ପୀଡନ ଦେବା ଓ ଦୁଷ୍କର୍ମ କରିବା ଅଭିଯୋଗରେ ୬୩ବର୍ଷୀୟ ଅଭିଯୁକ୍ତ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଚିତିକାଣ୍ଡିଲୋ ଗ୍ରାମର ପ୍ରହଲ୍ଲାଦ ବେହେରାଙ୍କୁ କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲାଜଜ ତଥା ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ପ୍ରଣତୀ ପଟ୍ଟନାୟକ ୨୧ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୩ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି । ଜରିମାନା ଅନାଦେୟ ଅଧିକ ୬ମାସ କାରାଦଣ୍ଡ ଭୋଗିବାକୁ ପଡିବ […]

KANIKA