ମାର୍ଶାଘାଇ ପୋଲିସ କବଜାରେ ୪ଜଣିଆ ଡକାୟତି ଗ୍ୟାଙ୍ଗ



କେନ୍ଦ୍ରାପଡା : ମାର୍ଶାଘାଇ ପୋଲିସର ଅପରାଧ ଓ ଅପରାଧି ଦମନ ପ୍ରକ୍ରିୟା ଅବ୍ୟାହତ ରହିଛି । ମାର୍ଶାଘାଇ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଗତକାଲି ରାତି ପ୍ରାୟ ଦୁଇଟା ତିରିଶ ମିନିଟ୍ ସମୟରେ ଜାତୀୟ ରାଜପଥର ଟ୍ରକ୍ ମାନଙ୍କରୁ ଡକାୟତି କରିବା ଉଦ୍ଦେଶ୍ୟରେ ଆସିଥିବା ଡକାୟତି ଗ୍ୟାଙ୍ଗର ୪ ଜଣଙ୍କୁ ଗୋଟିଏ କଳା ରଙ୍ଗର ର୍ଥ ଗାଡି (ଓଡି ୩୩ ଏଏଫ୍ ୫୩୦୭) ଓ ବିଭିତ୍ତ ମାରଣାସ୍ତ୍ର ସହ ନୀଳାଞ୍ଚଳ ଗୋଡା ନିକଟରୁ ଗିରଫ କରିଛନ୍ତି । ସମସ୍ତ ଅଭିଯୁକ୍‌ତ ଜଗତସିଂହପୁର ଜିଲ୍ଲାର ହୋଇଥିବା ବେଳେ ସେମାନେ ହେଲେ ପାରାଦ୍ୱୀପ ଲକ୍ ଥାନା ଅଧିନସ୍ଥ ବିଶ୍ୱାଳି ଗ୍ରାମର ବିଶିକେଶନ ସିଂହ ଓରଫ୍ ଧୋବା(୫୦) ଓ ରଞ୍ଜନ କୁମାର ଶଗଡିଆ (୪୪), ଭୁତମୁଣ୍ଡାଇ ଗ୍ରାମର ଜୟ ପ୍ରକାଶ ସ୍ୱାଇଁ ଓରଫ ବବୁଲୁ(୨୮) ଏବଂ ଏରସମା ଥାନା ଅନ୍ତର୍ଗତ ନିମାଳ ଗ୍ରାମର ରଞ୍ଜନ କୁମାର ସାହୁ(୪୯) ।ଏନେଇ ଏଏସଆଇ ଲୋଭାବତି ସାହୁଙ୍କ ଅଭିଯୋଗ କ୍ରମେ ମାର୍ଶାଘାଇ ଥାନାରେ କେଶ୍ ନଂ – ୫୪୪ ଆଇପିସି ୩୦୯/୪୦୨ / ୨୫ ଆର୍ମସ ଆକ୍ଟ ରୁଜୁକରି ତଦନ୍ତକାରୀ ଅଧିକାରୀ ସବ୍ ଇନ୍ସପେକ୍ଟର ଅଜୟ କୁମାର ସାହୁ ସମସ୍ତ ଅଭିଯୁକ୍‌ତମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading