ଗୁରୁଜୀ ଡଃ. ଚନ୍ଦ୍ରଭାନୁ ଶତପଥୀଙ୍କ କରକମଳରେ ଶିରିଡି ସାଇ ମନ୍ଦିର ପ୍ରତିଷ୍ଠା ଉତ୍ସବ



କେନ୍ଦ୍ରାପଡ଼ା, ୨୩ା୧୨: ଜୀବନରେ ଦୁଃଖ ନଥିଲେ ସୁଖର ସନ୍ଧାନ ମିଳେନି । ସୁଖ ଓ ଦୁଃଖକୁ ସମାନ ମନେକରି ନିଜକୁ ପ୍ରଭୁଙ୍କ ନିକଟରେ ବା ସଦଗୁରୁଙ୍କ ନିକଟରେ ସମର୍ପଣ କରିପାରିଲେ ଜୀବନରେ ସାର୍ଥକତା ମିଳେ ଓ ଦୁଖଃ ଯନ୍ତ୍ରଣା ଲାଘବ ହୁଏ । ତେବେ ଭାବ ନଥିଲେ ସମର୍ପଣ ସମ୍ଭବ ହୋଇନଥାଏ ବୋଲି ଉପସ୍ଥିତ ହଜାର ଗହାର ସାଇ ଭକ୍ତଙ୍କୁ ଆଶୀର୍ବଚନ ପ୍ରଦାନ କରିଛନ୍ତି ବିଶିଷ୍ଟ ସାଇ ସାଧକ ବୁଦ୍ଧିଜୀବୀ ତଥା ଜଣାଶୁଣା ଆଧ୍ୟାତ୍ମିକ ମାର୍ଗ ଦର୍ଶକ ଗୁରୁଜୀ ଡଃ. ଚନ୍ଦ୍ରଭାନୁ ଶତପଥୀ । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ଗ୍ରାମପଞ୍ଚାୟତର ଗରାପୁରସ୍ଥିତ ସାଇବିହାରରେ ନୂତନ ଭାବେ ସ୍ଥାପିତ ଶିରିଡି ସାଇ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ ପୁରୁଧା ଭାବେ ଯୋଗଦେଇ ଶ୍ରୀ ଗୁରୁଜୀ ଶ୍ରୀସାଇନାଥଙ୍କ ଭବ୍ୟ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା କରିବା ସହ ସମସ୍ତ ଉପସ୍ଥିତ ଜନତାଙ୍କୁ ଆଧ୍ୟାତ୍ମିକ ଆଶୀର୍ବାଦ ପ୍ରଦାନ କରିଥିଲେ । ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକଙ୍କ ଅଧ୍ୟକ୍ଷତାରେ ଗଠିତ ଶ୍ରୀ ଶିରିଡ଼ି ସାଇ ଜନକଲ୍ୟାଣ ଟ୍ରଷ୍ଟ, କେନ୍ଦ୍ରାପଡା ପକ୍ଷରୁ ନବ ନିର୍ମିତ ଶିରିଡି ସାଇ ମନ୍ଦିରର ଉଦଘାଟନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।

ଏ ଉପଲକ୍ଷେ ଗୁରୁବାର ଅଙ୍କୁରାରୋପଣ, ଗର୍ଭାଧାନ, ମଣ୍ଡଳକରଣ କରାଯିବା ପରେ ଶୁକ୍ରବାର ମହିଳାଭକ୍ତଙ୍କ ସହଯୋଗରେ ଗୁଲନଗର ସାଗରବାବା ମନ୍ଦିର ଗୋବରୀ ନଦୀ ଘାଟ ନିକଟରୁ ଜଳକଳସ ଶୋଭାଯାତ୍ରା ମନ୍ଦିର ପରିସରକୁ ଆସିବା ପରେ କଳସାଧିବାସ, ଗୁରୁପୂଜନ, ଦୀପସ୍ଥାପନ, ସୂର୍ଯ୍ୟପୂଜା, ଗୋପୂଜା, ମଣ୍ଡଳ ପୂଜା, ସାଇ ହବନ, ଦତ୍ତାତ୍ରେୟ ହବନ, ମହାଗଣପତି ହବନ, ବାସ୍ତୁହୋମ ପ୍ରଭୃତ୍ତି ଯଜ୍ଞ କ୍ରମ ଅନୁଷ୍ଠିତ ହୋଇଥିଲା । ଅପରାହ୍ନରେ ମନ୍ଦିର ପ୍ରତିଷ୍ଠା, ଧ୍ୱଜଚକ୍ର ପ୍ରତିଷ୍ଠା ଓ ସ୍ଥାପନ କରାଯାଇଥିଲା । ସନ୍ଧ୍ୟାବେଳେ ବାବାଙ୍କର ଅଧିବାସ ବିଧି, ଅନ୍ନାଧିବାସ, ଜଳାଧିବାସ, ଫଳାଧିବାସ ଅନୁଷ୍ଠିତ ହୋଇଥିଲା । ଶନିବାର ଦିନ ଚକ୍ଷୁଉନ୍ମିଳନ କରାଯିବା ପରେ ଗୁରୁଜୀ ଶ୍ରୀ ଶତପଥୀଙ୍କ କରମଣ୍ଡଳରେ ପ୍ରାଣ ପ୍ରତିଷ୍ଠା, ମହାଭିଷେକ, ଆରତୀ ଓ ପୁଷ୍ପାଞ୍ଜଳୀ ପ୍ରଭୃତି କାର୍ଯ୍ୟକ୍ରମ ସହ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଜିର ଏହି ଉସ୍‌ôବରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ତଥା ଓଡିଶା ସାହିତ୍ୟ ଏକାଡେମିର ପ୍ରାକ୍ତ ସଭାପତି ବିଶିଷ୍ଟ କଥାକାର ଡ଼.ରାମଚନ୍ଦ୍ର ବେହେରା,ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା,ବିଧାୟକ ଶଶିଭୁଷଣ ବେହେରା,ପୂର୍ବତନ ବିଧାୟକ ସିପ୍ରା ମଲ୍ଲିକ,ପୂର୍ବତନ ବିଧାୟକ ଚିନ୍ମୟ ପ୍ରଦାସ ବେହୁରା,ଶିକ୍ଷାବିତ୍ ନନ୍ଦ କିଶୋର ପରିଡ଼ା,ଶିକ୍ଷାବିତ୍ ତପନ ପତି, ଡ଼.ବାସୁଦେବ ଦାସ, ପ୍ରଜୋଜିକା ବିନି ସାମଲ, ବଜେଡ଼ି ନେତା ରଂଜିତ କୁମାର ସାହୁ,ଡଃ ଅପର୍ଣ୍ଣା ମହାନ୍ତି, ରାଜେଶ ପଣ୍ଡା,ଦୁର୍ଗାଶିଷ ମହାନ୍ତି, ଆଲୋକ ସାହୁ ପ୍ରମୁଖ ଯୋଗଦାନ କରିଥିଲେ । ସର୍ବଶ୍ରୀ ପ୍ରଦୀପ୍ତ ପାଇକରାୟ ,ମୃଣାଳକାନ୍ତ ନାୟକ,ସନ୍ତୋଷ ପରିଡ଼ା,ବିକ୍ରମାଦିତ୍ୟ ସାହୁ ,ଚନ୍ଦ୍ରଭାନୁ ରାଉତ,ବାସୁଦେବ ସେନାପତି,ସୁନାକର ଜେନା,ଡ଼.ସୁନାକର ସାମଲ, ତନ୍ମୟ ପଲାଇ, ରୋତ୍ତମ ଜେନା,ବିଜୟ କୁମାର ଦାସ,ବନଜ କୁମାର ଦାସ,ମନୋରଂଜନ ପଟ୍ଟନାୟକ,ବିଶ୍ୱ କଲ୍ୟାଣ ଜେନା,ମହେନ୍ଦ୍ର ଆଚାର୍ଯ୍ୟ,ବିଭୁତି ଭୁଷଣ ଧଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


Next Post

ମଦ୍ରାସା ଇସଲାମିଆ ଆରାବିୟାରେ ବାର୍ଷିକ କ୍ରୀଡା ଉତ୍ସବ

Sat Dec 23 , 2023
କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ଦିଲାୱାରପୁରସ୍ଥିତ ମଦ୍ରାସା ଇସଲାମିଆ ଆରାବିୟାର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜନାବ ସେକ ଗୋଫ୍ରାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଅତିଥି ଭାବେ ପୈାର ଉପାଧ୍ୟକ୍ଷା ଆକବରୀ ଖାତୁନ, କାଉନସିଲରଙ୍କ ପ୍ରତିନିଧି ସେକ ଇମ୍ରାନ ମହମ୍ମଦ(ବୁଲୁ) ଓ ସେକ ନସିମୁଦ୍ଦିନ ପ୍ରମୁଖ ଯୋଗଦେଇ କ୍ରୀଡାର ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ରଖିବା ସହ ବିଭିନ୍ନ କ୍ରୀଡା ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । […]

KANIKA