ମଦ୍ରାସା ଇସଲାମିଆ ଆରାବିୟାରେ ବାର୍ଷିକ କ୍ରୀଡା ଉତ୍ସବ



କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ଦିଲାୱାରପୁରସ୍ଥିତ ମଦ୍ରାସା ଇସଲାମିଆ ଆରାବିୟାର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜନାବ ସେକ ଗୋଫ୍ରାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଅତିଥି ଭାବେ ପୈାର ଉପାଧ୍ୟକ୍ଷା ଆକବରୀ ଖାତୁନ, କାଉନସିଲରଙ୍କ ପ୍ରତିନିଧି ସେକ ଇମ୍ରାନ ମହମ୍ମଦ(ବୁଲୁ) ଓ ସେକ ନସିମୁଦ୍ଦିନ ପ୍ରମୁଖ ଯୋଗଦେଇ କ୍ରୀଡାର ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ରଖିବା ସହ ବିଭିନ୍ନ କ୍ରୀଡା ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ମଦ୍ରାସାର ପ୍ରଧାନ ମୈାଲବୀ ସୟଦ ଅଖତର ଅଲ୍ଲୀ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମଦ୍ରାସାର ଶିକ୍ଷକ ସେକ ଦିୱାନ କ୍ରୀଡା ପ୍ରତିଯୋଗିତାକୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମଦ୍ରାସା ପରିଚାଳନା କମିଟି ସଦସ୍ୟ ଆଇନଜୀବୀ ସୟଦ ମୁକ୍ତାର ଅଲ୍ଲୀ, ସେକ ନୁରୁଦ୍ଦିନ, ସେକ ଗୟାସୁଦ୍ଦିନ ଓ ବିଧାୟକଙ୍କ ପ୍ରତିନିଧି ସେକ ତଫିରୁଦ୍ଦିନ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ମୈାଲାନା ଖୁର୍ସିଦ ଅନୱର ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୟଦା ସୁହିଲ ଅଖତର, ନସିମ ଖାଁ, ମୈାଲାନା ମୁସରଫ ବସ୍କ, ମୈାଲାନା କମାଲୁଦ୍ଦିନ, ମୈାଲାନା ମୁଜିବ ଅସରଫ, ମୈାଲାନା ମୀର ତବରେଜ, ସେକ ଅବଦୁଲ ମକସୁଦ, ମୈାଲାନା ମହମ୍ମଦ ଫୁରକାନ, ମହମ୍ମଦ ଅବଦୁସ ସଲାମ, ମହମ୍ମଦ ରିଜୱାନୁର ରହେମାନ ପ୍ରମୁଖ ମଦ୍ରାସାର ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଉପସ୍ଥିତ ଥିଲେ ।


Discover more from

Subscribe now to keep reading and get access to the full archive.

Continue reading