ଭେଙ୍କଟେଶ୍ୱର ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ



କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ସୁନାମଧନ୍ୟ ଇଂରାଜୀ ମାଧ୍ୟମ ସ୍କୁଲ ଭେଙ୍କଟେଶ୍ୱର ଇଂଲିଶ ମିଡିୟମ ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ତିନି ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଏହି କ୍ରୀଡା ଉତ୍ସବକୁ ସ୍କୁଲ ନିର୍ଦେଶକ ଆଡ଼ଭୋକେଟ ସଞ୍ଜୟ ସାହୁ ଉଦଘାଟନ କରିଥିଲେ । ଏହି ଉପଲକ୍ଷେ ସ୍କୁଲ ଅଧକ୍ଷ ପ୍ରତାପ ବିଶ୍ୱାଳଙ୍କ ପୌରହିତ୍ୟରେ ଆୟୋଜିତ ଉଦଘାଟନୀ ଉତ୍ସବରେ ବକ୍ତାରପୁର ହାଇସ୍କୁଲ ପ୍ରଧାନଶିକ୍ଷକ ସର୍ବେଶ୍ୱର ପତି ମୁଖ୍ୟଅତିଥିଭାବେ ଯୋଗ ଛାତ୍ରଛାତ୍ରୀଙ୍କ ଜୀବନରେ କ୍ରୀଡାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ । ଗୌରବ ବେହେରା ସ୍ୱାଗତଭାଷଣ ଓ ଲିପିକା ଖୁଣ୍ଟିଆ ଅତିଥିପରିଚୟ ପ୍ରଦାନ କରିଥିଲେ । ରାଜେଶ ସୂତାର କ୍ରୀଡା ବିବରଣୀ ପାଠ କରିଥିଲେ। ଶେଷରେ ରିଙ୍କେଶ୍ୱରୀ ଦାସ ଧନ୍ୟବାଦ ଦେଇଥିଲେ ।  ଏହି କ୍ରୀଡା ଉତ୍ସବରେ ଦୌଡ଼, ଲମ୍ବ ଡିଆଁ, ଉଚ ଡିଆଁ,ବେଙ୍ଗ ଡିଆଁ, ଆଳୁ ଚାମୁଚ,ଥାଳିଆ ଫିଙ୍ଗା,ଗଣିତ ଦୌଡ଼, ମ୍ୟୁଜିକ ଚେୟାର ଆଦି ବିଭିନ୍ନ ପ୍ରକାର କ୍ରୀଡା ପ୍ରତିଯୋଗିତା କରାଯାଇଥିଲା । ଅନିରୁଦ୍ଧ ଜେନା, ନିକିତା ଖଣ୍ଡାଇ, ଅମିତ ପାତ୍ର,କାମିନୀ ମହାନ୍ତି, ମୋନାଲିସା ରାୟ ସୋନାଲିସା ପରିଡା,ଜ୍ୟୋତ୍ସ୍ନା ରାଣୀ ନାୟକ ଓ ତପସ୍ୱିନୀ ପ୍ରଧାନ ପ୍ରମୁଖ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ପରିଚାଳନା କରିଥିଲେ । ଉଦଯାପନୀ ଉତ୍ସବରେ କଷଣଅଣ୍ଟା ହାଇସ୍କୁଲ ପ୍ରାକ୍ତନ ପ୍ରଧାନଶିକ୍ଷକ କଣ୍ଡୁରୀ ଚରଣ ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶରେ କ୍ରୀଡାର ମହତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରିବା ସହିତ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ । ଦୀପ୍ତି ମୟୀ ବେହେରା ସ୍ୱାଗତଭାଷଣ ଓ ବୀରସେନ ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ ନମିତା ସୂତାର ଧନ୍ୟବାଦ ଦେଇଥିଲେ । ଏହି କ୍ରୀଡା ପ୍ରତିଯୋଗିତାକୁ ଭକ୍ତ ରଞ୍ଜନ ମହାନ୍ତି,ସୌମ୍ୟ ରଞ୍ଜନ ପଣ୍ଡା ପ୍ରବୀର ବାରିକ,ଅନୁରକ୍ତା ଦାସ ବନିମୟୀ ଜେନା ପ୍ରମୁଖ ପରିଚାଳନା କରିଥିବାବେଳେ ମଧୁସ୍ମିତା ଗିରି, ସୁମନପ୍ରିୟା ନାୟକ, ବନଜା ଭାସିନୀ ପରିଡା ବିଷ୍ଣୁପ୍ରିୟା ମହାରଣା, ଅରୁନ୍ଧତୀ ଦାସ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading