ବଡପଡା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଓ ଡିଗ୍ରୀ କଲେଜରେ ଯୁବଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ


ପଟ୍ଟାମୁଣ୍ଡାଇ ତା ୨୩/୧୨-ସୁଦୃଢ ଶିକ୍ଷା ବ୍ୟବସ୍ଥା, ଦୀର୍ଘସ୍ଥାୟୀ ବିକାଶ ଓ ଯୁବଶକ୍ତିର ପୂର୍ଣ୍ଣ ବିନିଯୋଗ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ମୂଳମନ୍ତ୍ର ବୋଲି ରାଜ୍ୟ ସରକାରଙ୍କ ଯୁବଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ସମନ୍ୱିତ ଯୁବବିକାଶ କାର୍ଯ୍ୟକ୍ରମ ପାଇଁ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡ଼ପଡା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଓ ଡିଗ୍ରୀ କଲେଜ ପକ୍ଷରୁ ମିଳିତ ଭାବେ ଆୟୋଜିତ ସ୍ୱତନ୍ତ୍ର ବର୍ଣ୍ଣାଢ୍ୟ ଉତ୍ସବ ରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜନଗର ବିଧାୟକ ଧ୍ରୁବ ସାହୁ ପ୍ରକାଶ କରିଛନ୍ତି । ଅଧକ୍ଷ ପ୍ରଫେସର ଶ୍ରୀକାନ୍ତ ଦାସଙ୍କ ପୌରହିତ୍ୟ ଓ ପ୍ରାଧ୍ୟାପକ ଅମରେନ୍ଦ୍ର ପତିଙ୍କ ସଂଯୋଜନାରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ବିଧାୟକ ଶ୍ରୀସାହୁ କହିଲେ ଶିକ୍ଷା ବିନା ବିକାଶ ମୂଲ୍ୟହୀନ । ଆସନ୍ତାକାଲିର ସୁଦୃଢ ସମୃଦ୍ଧ ନବୀନ ଓଡିଶା ଗଠନ ପାଇଁ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ସହିତ ଯୁବଶକ୍ତିର ପୂର୍ଣ୍ଣ ବିନିଯୋଗର ଆବଶ୍ୟକତା ରହିଛି I ପର୍ଯ୍ୟାପ୍ତ ସରକାରୀ ଅନୁଦାନ ପାଇବା ପରେ ଦୀର୍ଘ ଦିନ ଧରି ଅବହେଳିତ ଅବସ୍ଥାରେ ଥିବା ବଡପଡା +୨ ଓ +୩କଲେଜର ନବକଳେବର ହୋଇଛି । ନିଜର ଦୁର୍ବଳତାକୁ ଶକ୍ତିରେ ପରିଣତ କରି ନିର୍ଦ୍ଧିଷ୍ଟ ସ୍ବପ୍ନ ନେଇ ଆଗକୁ ବଢିଲେ ସଫଳତା ପାଇବା ସହିତ ଅଂଚଳ ବିକାଶ ଓ ନବୀନ ପଟନାୟକ ଙ୍କ ସ୍ବପ୍ନର ନୂଆ ଓଡିଶା ଗଠନରେ ସହାୟକ ହୋଇପାରିବେ ବୋଲି ମତ ପ୍ରକାଶ କରି ବିଧାୟକ ଯୁବଛାତ୍ର ମାନଙ୍କୁ ନିଜର ଲୁକାୟିତ ପ୍ରତିଭା ପ୍ରଦର୍ଶନ କରି ନୂଆ ସକାଳର ଅନୁସନ୍ଧାନରେ ନିଷ୍ଠା ଓ ଅଧ୍ୟ ବସାୟ ର ସହ ଅଗ୍ରସର ହେବାକୁ ପରାମର୍ଶ ଦେଇଥିଲେ । ପ୍ରାକ୍ତନ ପ୍ରାଧ୍ୟାପକ ଡ଼ ନୀଳମଣି ଲେଙ୍କା ମୁଖ୍ୟବକ୍ତା ଭାବେ ଯୋଗ ଦେଇ ବିଗତ ଦିନରେ କଲେଜର ଶୋଚନୀୟ ଅବସ୍ଥା ଓ ରାଜ୍ୟ ସରକାରଙ୍କ ରୂପାନ୍ତକରଣ ପ୍ରକ୍ରିୟାରେ କଲେଜର ଭୌଗଳିକ ସ୍ଥିତିରେ ଆସିଥିବା ପରିବର୍ତନ ସମ୍ପର୍କରେ ସୂଚନା ଦେଇ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ର ଭରପୁର ଫାଇଦା ନେଇ ନିଜର ପ୍ରତିଭା ପ୍ରଦର୍ଶନ କରି ପ୍ରତିଷ୍ଠିତ ହେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ବଡପଡା ଡିଗ୍ରୀ କଲେଜ ଅଧକ୍ଷ ରମାକାନ୍ତ ଆଚାର୍ଯ୍ୟ ଓ ବଡମୋହନପୁର ସରପଞ୍ଚ ପ୍ରତିନିଧି ରାମ ଚନ୍ଦ୍ର ରାଉତ ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ । ସମାଜସେବା ନୋଡାଲ ଅଫିସର ପ୍ରାଧ୍ୟାପକ ମନ୍ମଥ ପାତ୍ର ସ୍ୱାଗତଭାଷଣ ଦେଇ ସମନ୍ୱିତ ଯୁବବିକାଶ କାର୍ଯ୍ୟକ୍ରମ ନୂତନ ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବାରେ ସହାୟକ ହେବ ବୋଲି ପ୍ରକାଶ କରିଥିଲେ । କ୍ରୀଡା ବିଭାଗ ନୋଡାଲ ଅଫିସର ଅଧ୍ୟାପକ ଇମଦାଦ ଅଲି ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ସାଂସ୍କୃତିକ କମିଟି ନୋଡାଲ ଅଫିସର ପ୍ରାଧ୍ୟାପକ ସନ୍ତୋଷ ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ । ଏଥିରେ ସଂସ୍କୃତି, କ୍ରୀଡା, ସାମାଜିକ ସେବା ଦାୟିତ୍ୱରେ ଥିବା ପ୍ରାଧ୍ୟାପକ /ଅଧ୍ୟାପକମାନେ ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଇ ଅବସରରେ ଭାବଗ୍ରାହୀ କଳା ନିକେତନ କଳାକାରମାନେ ସଂଗୀତଜ୍ଞ ବିମଳ ପରିଡାଙ୍କ ନେତୃତ୍ୱରେ ସ୍ୱାଗତ ସଂଗୀତ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ମୁଖ୍ୟଅତିଥି ବିଧାୟକ ଶ୍ରୀସାହୁ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ କପ ଓ ମାନପତ୍ର ପ୍ରଦାନ କରିଥିଲେ । ଶେଷରେ ଅଧ୍ୟାପକ ଅମରେନ୍ଦ୍ର ପତି ଧନ୍ୟବାଦ ଦେଇଥିଲେ । ଏହି ଉତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବଡପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।


Next Post

ଭେଙ୍କଟେଶ୍ୱର ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ

Sat Dec 23 , 2023
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ସୁନାମଧନ୍ୟ ଇଂରାଜୀ ମାଧ୍ୟମ ସ୍କୁଲ ଭେଙ୍କଟେଶ୍ୱର ଇଂଲିଶ ମିଡିୟମ ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ତିନି ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଏହି କ୍ରୀଡା ଉତ୍ସବକୁ ସ୍କୁଲ ନିର୍ଦେଶକ ଆଡ଼ଭୋକେଟ ସଞ୍ଜୟ ସାହୁ ଉଦଘାଟନ କରିଥିଲେ । ଏହି ଉପଲକ୍ଷେ ସ୍କୁଲ ଅଧକ୍ଷ ପ୍ରତାପ ବିଶ୍ୱାଳଙ୍କ ପୌରହିତ୍ୟରେ ଆୟୋଜିତ ଉଦଘାଟନୀ ଉତ୍ସବରେ ବକ୍ତାରପୁର ହାଇସ୍କୁଲ ପ୍ରଧାନଶିକ୍ଷକ ସର୍ବେଶ୍ୱର ପତି ମୁଖ୍ୟଅତିଥିଭାବେ ଯୋଗ ଛାତ୍ରଛାତ୍ରୀଙ୍କ […]

You May Like