କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ପରିଷଦ ପକ୍ଷରୁ ଶିଶିର ଉତ୍ସବ ଓ ମୁଖପତ୍ର “ଭୂମିଲଗ୍ନା” ଉନ୍ମୋଚିତ


କେନ୍ଦ୍ରାପଡ଼ା ଜିଲ୍ଲା ସାହିତ୍ୟ ପରିଷଦ ପକ୍ଷରୁ ଶିଶିର ଉତ୍ସବ ୨୦୨୩ ଆଜି କମଳ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କଥାକାର ତଥା ପୂର୍ବତନ ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ଡ଼ଃ ରାମଚନ୍ଦ୍ର ବେହେରା,ମୁଖ୍ୟବକ୍ତା କବି ଅଭୟ ନାୟକ, ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଭୁବନ ମୋହନ ଜେନା, କବି ନିରାକାର ଦାସ ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲା ସାହିତ୍ୟ ପରିଷଦ ସଭାପତି କବି ଡ଼ଃ ଅପର୍ଣ୍ଣା ମହାନ୍ତିଙ୍କ ସଭାପତିତ୍ୱରେ ସମ୍ପାଦକ କବି ସରୋଜ ମହାନ୍ତି ପରିଷଦର ଆଭିମୁଖ୍ୟ ସମ୍ପର୍କରେ ଧାରଣା ଦେବା ସହ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । କବି ମାତୃଦତ୍ତ ମହାନ୍ତି ପ୍ରାରମ୍ଭିକ ସୂଚନା ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଜିଲ୍ଲା ସାହିତ୍ୟ ପରିଷଦ ପକ୍ଷରୁ ସାହିତ୍ୟ କ୍ଷେତ୍ରରେ ବିଶିଷ୍ଟ ଲେଖକ, କବି ସନାତନ ବେହୁରା, ନେତ୍ରାନନ୍ଦ ଦାସ, ଶରତ ଚନ୍ଦ୍ର ମହାପାତ୍ର, ନୃସିଂହ ଚନ୍ଦ୍ର ରାଉତ, ଫକିର ଚରଣ ଓଝା, ଯଦୁମଣି ସାହୁ, କୃତିବାସ ଜେନା, ଦିବାକର ମହାନ୍ତି ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସାହିତ୍ୟ ପରିଷଦର ମୁଖପତ୍ର “ଭୂମିଲଗ୍ନା” ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଉକ୍ତ ସମାରୋହରେ ପ୍ରାଚୀନ କବିତା ଆବୃତ୍ତି କରିଥିଲେ ଗୁରୁ ରବୀନ୍ଦ୍ର ନାଥ ମିଶ୍ର, ବିମଳ ପ୍ରସାଦ ପରିଡ଼ା, ପ୍ରିତିନନ୍ଦା ପରିଡ଼ା, ଲୋପିତା ସାହୁ, ସୁଶୀଲ ସୂତାର, ଶୋଭାଗିନି ମହାପାତ୍ର ପ୍ରମୁଖ । କଥାକାର ଡ଼ଃ ଅରବିନ୍ଦ ଧଳ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଭାଗିରଥି ମଲ୍ଲିକ, ଗାଳ୍ପିକ ରତ୍ନାକର ନାୟକ, ଅଧ୍ୟାପକ ପବିତ୍ର ସାହୁ, ଅଧ୍ୟାପକ ତପନ ପତି ମାନପତ୍ର ପାଠ କରିଥିଲେ । ଏହି ସାହିତ୍ୟ ଉତ୍ସବରେ ବରିଷ୍ଠ କବି ରମେଶ ପ୍ରତାପ, ଅମୀୟ ରାଉତ, ଅତୁଲ ବଳ, ମନୋରଞ୍ଜନ ସାହୁ, ଅଭିରାମ ସାହୁ, ଅକ୍ଷୟ ନାୟକ, ଅମୂଲ୍ୟ ମଲ୍ଲ, ଅଧ୍ୟାପକ ଅଜୟ ସାମଲ ପ୍ରମୁଖ ଶତାଧିକ କବି ଓ ସାହିତ୍ୟିକ ମାନେ ଯୋଗ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading