୧୯୮୬ମସିହା ମାଟ୍ରିକ ବ୍ୟାଚର ଗୁରୁ ପୂଜନ


କେନ୍ଦ୍ରାପଡା, ୨୫ା୧୨: ଫକିରାବାଦ ରାମଚନ୍ଦ୍ର ଉଚ୍ଚବିଦ୍ୟାଳୟର ୧୯୮୬ ବ୍ୟାଚ ଛାତ୍ରଛାତ୍ରୀମାନଙ୍କ ଗୁରୁପୂଜନ କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଦେବକୀନନ୍ଦନ ମିଶ୍ର ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବର ଉଦଘାଟନ କରିଥିଲେ । ଏହି ଉତ୍ସବକୁ ପୁରାତନ ଛାତ୍ର ଇଂ ନଳିନୀକାନ୍ତ ନାୟକ ଓ ସ୍ୱର୍ଣ୍ଣଲତା ମିଶ୍ର ପରିଚାଳନା କରିଥିଲେ । ପ୍ରାରମ୍ଭିକ ଭାଷଣରେ ଛାତ୍ର ନଳିନୀକାନ୍ତ ନାୟକ ଏହି ଉତ୍ସବ କିପରି ୩୭ବର୍ଷ ବ୍ୟବଧାନରେ ମହାସମାରୋହରେ ପାଳନ ହେଉଛି ଏବଂ ଆଗକୁ ଯାଇ ବ୍ୟାଚ ଏହି ବିଦ୍ୟାଳୟର ବିକାଶ ତଥା ଏହି ଅଞ୍ଚଳର ସମସ୍ତ ବିକାଶ ମୂଳକ କାମରେ ନିୟୋଜିତ ହୋଇପାରିବ ସେ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ପୁରାତନ ଛାତ୍ରଛାତ୍ରୀମାନେ ବିଦ୍ୟାଳୟର ସମସ୍ତ ଶିକ୍ଷକ, କାର୍ଯ୍ୟାଳୟ ସହାୟକ, ଚତୁର୍ଥଶେଣୀ କର୍ମଚାରୀ ପ୍ରମୁଖଙ୍କୁ ଫୁଲ, ଚନ୍ଦନ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଛାତ୍ର ନଳିନୀକାନ୍ତ ନାୟକଙ୍କ ପ୍ରଥମ କବିତା ସଙ୍କଳନ ଈଶ୍ୱରୀ ଏବଂ ଅନ୍ୟାନ୍ୟ କବିତାସମସ୍ତ ଶିକ୍ଷକ ଏବଂ କବିଙ୍କ ପିତା ଶ୍ରୀଚରଣ ନାୟକଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । କବି ପୁସ୍ତକ ସମ୍ପର୍କରେ ସମ୍ୟକ ସୂଚନା ଦେବା ସହିତ ପିଲାଟି ଦିନରୁ ସାହିତ୍ୟ ଓ କବିତା ପ୍ରତି କିପରି ଆକର୍ଷିତ ହୋଇଥିଲେ ସେ ସମ୍ପର୍କରେ ସୂଚନା ଦେଇ ଭାବବିହ୍ୱଳିତ ହୋଇପଡିଥିଲେ । ସମସ୍ତେ ବିଗତ ଦିନର ସ୍ମୃତି ବଖାଣୀ ଥିଲେ । ଅବସରପ୍ରାପ୍ତ ଶିକ୍ଷକ ନିରଞ୍ଜନ ବିଶ୍ୱାଳ, ବିଷ୍ଣୁ ଚରଣ ମିଶ୍ର, ପଞ୍ଚାନନ ବିଶ୍ୱାଳ, କୃଷ୍ଣ ଚରଣ ସିଂ, ଗୋପିନାଥ ସାହୁ, ସୀତାରାମ ମିଶ୍ର, ରାଜକିଶୋର ମିଶ୍ର, ଭଗବାନ କର, ପଦ୍ମଚରଣ ସାମଲ ପ୍ରମୁଖ ଉପସ୍ଥିତ ଥିଲେ । ଦିବଂଗତ ଶିକ୍ଷକ ପ୍ରଭାକର ଶୁକ୍ଳ, ବାବାଜୀ ରାଉ. ଦିବଂଗତ ଛାତ୍ରଛାତ୍ରୀ ଚନ୍ଦ୍ରକାନ୍ତି, ଶୋଭାନ, ବୈରାଗୀ, ସାହାଜୁଦ୍ଦିନଙ୍କ ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ଚଳିତ ମାଟ୍ରିକ ପରୀକ୍ଷାରେ ଟପ୍ପର ଗୁରୁ ପ୍ରସାଦ ନାୟକଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉତ୍ସବକୁ ଦୁର୍ଗା ଚରଣ ଜେନା, ମିନତୀ ଲେଙ୍କା, ଜୟରାମ ସାହୁ, ସୁବାସ ସାହୁ, ସଦାଶିବ ପଣ୍ଡିତ୍ରା, ଜ୍ଞାନରଞ୍ଜନ ସାମଲ, ବିଭୁତି ବିଶ୍ୱାଳ, ସୈାଦାମିନୀ ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading