କେନ୍ଦ୍ରାପଡା ଜବାହର ନବୋଦୟ ବିଦ୍ୟାଳୟରେ ପୁରାତନ ଛାତ୍ର ସମ୍ମିଳନୀ



କେନ୍ଦ୍ରାପଡା, ୨୫ା୧୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋସ୍ଥିତ ଜବାହର ନବୋଦୟ ବିଦ୍ୟାଳୟର ପୁରାତନ ଛାତ୍ର(ଆଲୁମିନାଇ) ମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଶତାଧିକ ପୁରାତନ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ । ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ଆର. ପି. ସାହୁ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ପୁରାତନ ଛାତ୍ର ସଂସଦର ସଭାପତି ଅନିଲ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଉପସଭାପତି ବିଦ୍ୟାରାଜ ମିଶ୍ର, ସାଧାରଣ ସମ୍ପାଦକ ରାହୁଲ ବିଶ୍ୱାଳ, କୋଷାଧ୍ୟକ୍ଷ ବି.କେ. ପରାତୀର୍ଥ, ଉପଦେଷ୍ଟା ରାକେଶ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ପୁରାତନ ଛାତ୍ର ଲିଆକତ ଅଲ୍ଲୀଙ୍କ ଦ୍ୱାରା ପୁରାତନ ଛାତ୍ର ସଂସଦର ୱେବ ସାଇଟ୍ ଲୋକାର୍ପଣ କରାଯାଇଥିଲା । ଏହି ୱେବ ସାଇଟ୍ ର ଲାଭ ନେବା ପାଇଁ ସେ ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ ଓ ଶିକ୍ଷକ,ଶିକ୍ଷୟିତ୍ରୀମାନଙ୍କୁ ନିବେଦନ କରିଥିଲେ । ପୁରାତନ ଛାତ୍ରଛାତ୍ରୀ ଓ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଅନେକ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବିଦ୍ୟାଳୟର ଉପାଧ୍ୟକ୍ଷ ଶଶିକାନ୍ତ ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଓଡିଆ ଶିକ୍ଷକ ଡି.କେ. ମହାନ୍ତି ମଞ୍ଚପରିଚାଳନା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading