
କ୍ରୀଡା ଶାରୀରିକ ଗଠନ ଓ ସାମାଜିକ ପରିଚୟ ଦେବାରେ ସହାୟକ ହୋଇଥାଏ ବୋଲି ପଟ୍ଟାମୁଣ୍ଡାଇ ପୌର ପରିଷଦ ପକ୍ଷରୁ ନୂଆ-ଓ ଯୁବଓଡ଼ିଆ ନବୀନ ଓଡିଶା କାର୍ଯ୍ୟକ୍ରମରେ କଷଣଅଂଟା ହାଇସ୍କୁଲ ପଡିଆରେ ଆୟୋଜିତ କ୍ରୀଡା ପ୍ରତିଯୋଗିତାର ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ରାଜନଗର ବିଧାୟକ ଧ୍ରୁବ ସାହୁ ପ୍ରକାଶ କରିଛନ୍ତି । ପୌର ପରିଷଦ ନିର୍ବାହୀ ଅଧିକାରୀ ଅଜିତ ନାରାୟଣ ଗିରିଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସବରେ ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ, କାଉନସିଲର ସର୍ବଶ୍ରୀ ପ୍ରଶାନ୍ତ ବାରିକ, ମଳୟ ଓଝା, ସୁଧାମୟ ମଲିକ, ମଧୁସ୍ମିତା ମଲିକ, ସୁବାଷ ମଲିକ, ସାନିଆ ପରମିନ ସାହେବା, ପ୍ରିୟଙ୍କା ସେଠୀ, ଟାଉନ କ୍ଳବ ସଭାପତି ରମେଶ ଦେ ପ୍ରମୁଖ ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ । ଏହି କ୍ରୀଡା ପ୍ରତିଯୋଗିତାରେ ଖୋଖୋ ରେ ଏନଏନକେକେ ସି ଗଂଜା ରାଜକନିକା ଚମ୍ପିୟାନ ହୋଇଥିବାବେଳେ କ୍ରିକେଟରେ ଅଳଭା ଲଷ୍ମୀନାରାୟଣ କ୍ରିକେଟ କ୍ଲବ ଚମ୍ପିୟାନ ହୋଇ ଅତିଥିମାନଙ୍କ ଠାରୁ ଟ୍ରଫି ଗ୍ରହଣ କରିଥିଲେ । ଏହି କ୍ରୀଡା ପ୍ରତିଯୋଗିତାକୁ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ଓ ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ ଉଦଘାଟନ କରିଥିଲେ । ୩ଦିନ ଧରି ଆୟୋଜିତ କ୍ରୀଡା ପ୍ରତିଯୋଗିତାର ବିଭିନ୍ନ ଦିବସରେ ପୌର ଉପାଧ୍ୟାକ୍ଷା ଅନୁପ୍ରିୟା ସାହୁ କାଉନସିଲର ଲାସ୍ୟମୟୀ ସାହୁ, ଗୋପୀବଲ୍ଲଭ ନାୟକ, ମୃତ୍ୟୁଞ୍ଜୟ ପାଢ଼ୀ,ଲଷ୍ମୀପ୍ରିୟା ସାହୁ, ସନ୍ତୋଷ ଦାସ,ଝରଣା ବେହେରା, ରୀନାରାଣୀ ମଲିକ, ସମ୍ରାଟ ଜେନା, ବିଦ୍ୟାଧର ସେଠୀ, ବନିତା ମଲିକ ଓ ଶ୍ରୀମତୀ ମଲିକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ ପଟ୍ଟାମୁଣ୍ଡାଇ ସମେତ ବିଭିନ୍ନ ଅଂଚଳର ବହୁ କ୍ରୀଡାବିତ ଯୋଗ ଦେଇଥିଲେ । ଏହି କ୍ରୀଡା ପ୍ରତିଯୋଗିତାକୁ ସିଓ ତପସ୍ୱିନୀ ଦାଶ, ସି ଏମ ଏମ ମାମିନି ପଣ୍ଡା, ଏମ ଆଇ ଏସ ମନୋରଞ୍ଜନ ଦାଶ, ଅମ୍ବିକା ମହାନ୍ତି, ସରୋଜ ପଣ୍ଡା ଗଣେଷ ପାତ୍ର,ସତ୍ୟାନନ୍ଦ ସାହୁ ମହେଶ୍ୱର ଲେଙ୍କା, ହୃଷିକେଶ ନାଥ ପରିଚାଳନା କରିଥିଲେ ।










