
ପ୍ରଚଣ୍ଡ ରାଷ୍ଟ୍ରଭକ୍ତ, ଭାରତବର୍ଷର ଏକତା ଏବଂ ଅଖଣ୍ଡତାର ଉପାସକ ଭାରତୀୟ ଜନସଂଘର ପ୍ରତିଷ୍ଠାତା ଡ଼.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୩ ତମ ଜୟନ୍ତୀ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡାଙ୍କ ଆବାହକତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ବିଧାନସଭା ନେତା ସୁନାକର ବେହେରା, ଜିଲ୍ଲା ଉପସଭାପତି ଉପିନ କୁମାର ରାଉତ, ସାଧାରଣ ସମ୍ପାଦକ ଅଭିମନ୍ୟୁ ଗୋଛାୟତ, ଜିଲ୍ଲା ସମ୍ପାଦକ ବିକ୍ରମାଦିତ୍ୟ ସାହୁ, ଅମିତାଭ ସୁଆର, ଲୋକସଭା ବିସ୍ତାରକ ଅନୁପ କୁମାର ପରିଡା,ମଣ୍ଡଳ ସଭାପତି ମଦନ ମୋହନ ବେହେରା, ଶଶାଙ୍କ ଶେଖର ସେଠୀ, ଶ୍ରୀଧର ମହାରଣା ପ୍ରମୁଖ ଉପସ୍ଥିତ ହୋଇ ଡ଼ଃ. ମୁଖାର୍ଜୀଙ୍କ ସ୍ୱାଧୀନତା ପରବର୍ତ୍ତର୍ୀ ଅଣକଂଗ୍ରେସ ବିକଳ୍ପ ରାଜନୈତିକ ଦଳ ଗଠନରେ ଭୂମିକା, ତାଙ୍କର ନିଷ୍ଠା ଓ ତ୍ୟାଗପୂତ ଜୀବନୀ, ଦେଶ ପ୍ରତି ବଳିଷ୍ଠ ଅବଦାନ ସମ୍ପର୍କରେ ସ୍ମୃତି ଚରଣ କରିଥିଲେ ।











