ସ୍ୱାଧୀନତା ସଂଗ୍ରାମୀ ମାନଗୋବିନ୍ଦ ମଲ୍ଲିକଙ୍କ ସ୍ମୃତିସଭା


କେନ୍ଦ୍ରାପଡା ଗରାପୁରସ୍ଥିତ ଡାକବଙ୍ଗଳା ପରିସରରେ ସ୍ୱାଧୀନତା ସଂଗ୍ରାମୀ ମାନଗୋବିନ୍ଦ ମଲ୍ଲିକଙ୍କ ବିୟୋଗରେ ଏକ ସ୍ମୃତିସଭା କେନ୍ଦ୍ରାପଡା ଜିଲ୍ଲା ସ୍ୱାଧୀନତାଉ ସଂଗ୍ରାମୀ ସମିତି ସଭାପତି ବିମ୍ବାଧର ମୁଦୁଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଇସ୍ପାତ ଓ ଖଣିଜ ସମ୍ପଦ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଯୋଗଦେଇ ସଂଗ୍ରାମୀ ସ୍ୱର୍ଗତ ମଲ୍ଲିକଙ୍କ ସ୍ମୃତି ଚାରଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଅଧ୍ୟାପକ ନନ୍ଦ କିଶୋର ପରିଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ଯୁବନେତା ରାଜେଶ ପଣ୍ଡା, ଡଃ. ବାସୁଦେବ ଦାସ, ସ୍ୱାଧୀନତା ସଂଗ୍ରାମୀ ଦାୟାଦ ସମିତିର ରାଜ୍ୟ ସମ୍ପାଦକ ବିଜୟ କୁମାର ତ୍ରିପାଠୀ, ଶରତ ଚନ୍ଦ୍ର ପ୍ରଧାନ, ରମଣୀରଞ୍ଜନ ରାଉତରାୟ, ଗୟାଧର ଧଳ, ସାମ୍ବାଦିକ ଚିତ୍ତରଞ୍ଜନ ଦାସ, ସୀତାକାନ୍ତ ନାୟକ, ଆଦିକନ୍ଦ ରାଉଳ, ଅଜୟ ସାମଲ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ମଲ୍ଲିକଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସ୍ୱାଧୀନତା ସଂଗ୍ରାମୀ ଦାୟାଦ ସଂଗଠନର ସମ୍ପାଦକ ପଦ୍ମନାଭ ଦାସ, ଗଦାଧର ନାୟକ, ଦେବେନ୍ଦ୍ର ଦାସ, ପ୍ରତାପ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

 


Next Post

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ନିମନ୍ତ୍ରଣକୁ କେନ୍ଦ୍ରାପଡାରେ ଭବ୍ୟ ସ୍ୱାଗତ

Thu Dec 28 , 2023
କେନ୍ଦ୍ରାପଡା, ୨୭ା୧୨: ରାଜ୍ୟ ସରକାରଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିିଛି । ଆସନ୍ତା ଜାନୁଆରୀ ମାସ ୧୭ ତାରିଖରେ ଏହାର ଲୋକାର୍ପଣ ଉତ୍ସବ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଅନୁଷ୍ଠିତ ହେବ । ଏହି ଉତ୍ସବକୁ ଭବ୍ୟ ଓ ଦିବ୍ୟ କରିବା ନିମନ୍ତେ ଦେଶ ଭିତର, ଦେଶ ବାହାର ଓ ରାଜ୍ୟର ସମସ୍ତ ଜିଲ୍ଲାର ବିଭିନ୍ନ ମନ୍ଦିରକୁ ନିମନ୍ତ୍ରଣ କରାଯାଉଛି । ଏହି କ୍ରମରେ ଆଜି ଶ୍ରୀକ୍ଷେତ୍ର ପୁରୀରୁ […]

KANIKA