ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଦ୍ୱିତୀୟ ଦିନରେ  ୪୨୯ ଜଣ ଯୋଗ୍ୟ ବିବେଚିତ


କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଏମଏନ ହାଇସ୍କୁଲ ପଡିଆଠାରେ ଦକ୍ଷତା ବିକାଶ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳାର ଦ୍ୱିତୀୟ ତଥା ଅନ୍ତିମ ଦିବସ ଅନୁଷ୍ଠିତ ହୋଇଯାଇଛି । ରାଜନଗରର ବିଧାୟକ ଧ୍ରୁବଚରଣ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହି ମେଳାକୁ ଆନୁଷ୍ଠାନିକଭାବେ ଉଦ୍‌ଘାଟନ କରି କହିଥିଲେ ଏଣେତେଣେ ଘୁରିବୁଲୁଥିବା ବେକାରୀ ଯୁବକ ଯୁବତୀମାନେ ଏଠାକୁ ଆସିଥିବା ବିଭିନ୍ନ ସଂସ୍ଥା ଦ୍ୱାରା ଚାକିରୀ କି ତାଲିମ୍ ବିଷୟରେ ବୁଝି ନିଜର ଶିକ୍ଷାଗତ ଓ ଦକ୍ଷତା ଅନୁଯାୟୀ ନିଜପାଇଁ ନିଯୁକ୍ତି ବାଛି ନେବାର ସୁଯୋଗ ହାତଛଡ଼ା ନକରିବାକୁ ପରାମର୍ଶ ପ୍ରଦାନ କରିଥିଲେ।। ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ର ଆଶାୟୀ ଯୁବକ ଯୁବତୀଙ୍କ ପାଇଁ ଏହି ମେଳା ଆଶୀର୍ବାଦ ସାଜିଛି ବୋଲି କହିଥିଲେ । ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଘନଶ୍ୟାମ ସା ନିଯୁକ୍ତି ମେଳାର ଆଭିମୁଖ୍ୟ ସମ୍ପର୍କରେ ସମସ୍ତ ସୂଚନା ପ୍ରଦାନ କରିଥିଲେ । ଏହି ମେଳାରେ ୪୦ ଗୋଟି ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ଯୋଗ ଦେଇ ୯୭୯ ଜଣ ଆଶାୟୀ ଯୁବକ ଓ ଯୁବତୀ ନିଯୁକ୍ତି ପାଇଁ ଅଂଶଗ୍ରହଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୪୨୯ ଜଣଙ୍କୁ ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ଯୋଗ୍ୟଭାବେ ଚୟନ କରିଛନ୍ତି । ଏହି ମେଳାରେ ପଟ୍ଟାମୁଣ୍ଡାଇ ବ୍ଲକ୍ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ଜିଲ୍ଲା ମଙ୍ଗଳ ଅଧିକାରୀ ଗୁରୁଚରଣ ମଲ୍ଲିକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି, ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟର ବହୁ କର୍ମଚାରୀ ଉପସ୍ଥିତ ଥିଲେ ।


Next Post

ତୁଳସୀକ୍ଷେତ୍ରର କୋଣଅନୁକୋଣରେ ଭାବମୟ ପରିବେଶ

Wed Jan 10 , 2024
କେନ୍ଦ୍ରାପଡ଼ା, ତା ୧୦/୦୧: ତୁଳସୀକ୍ଷେତ୍ରରେ ପୁରପଲ୍ଲୀରେ ‘ଅର୍ପଣ ରଥ’କୁ କରାଯାଉଛି ଭବ୍ୟ ସ୍ୱାଗତ । ରଙ୍ଗବେରଙ୍ଗ ମୁରୁଜ ସାଙ୍ଗକୁ ଝୋଟିଚିତା ପକାଇ ଗାଁ ଦାଣ୍ଡକୁ ସଜେଇ ରଖିଛନ୍ତି ଶ୍ରଦ୍ଧାଳୁ । ସଂକୀର୍ତନ, ଘଂଟଘଂଟା, ଶଙ୍ଖ ଧ୍ୱନି, ହରିବୋଲ, ହୁଳହୁଳି ସାଙ୍ଗକୁ ଜୟ ଜଗନ୍ନାଥ ଧ୍ୱନିରେ ସବୁଠି ସୃଷ୍ଟି ହୋଇଛି ଏକ ଭାବମୟ ପରିବେଶ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଭବ୍ୟ ଓ ଦିବ୍ୟ କରିବା ନିମନ୍ତେ କେନ୍ଦ୍ରାପଡ଼ାବାସୀ ଶ୍ରଦ୍ଧାର ସହ […]

KANIKA