ଆନ୍ତର୍ଜାତୀୟ କ୍ରୀଡାରେ ସ୍ୱର୍ଣ୍ଣ ପଦକ ବିଜୟୀ ସାହାଦତ ଖାନକୁ କେନ୍ଦ୍ରାପଡାରେ ଉଛୋସିତ ସମ୍ବର୍ଦ୍ଧନା



କେନ୍ଦ୍ରାପଡ଼ା ୧୩ା୧: ଆନ୍ତର୍ଜାତୀୟ କ୍ରୀଡା ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇ ଫେରିଥିବା କୁନି ଧାବକ ସାହାଦତ ଖାନକୁ କେନ୍ଦ୍ରାପଡାରେ ଉଛୋସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସାହାଦତ ନେପାଳରୁ ଫେରି ଦୁହୁରିଆ ନିକଟରେ ପହଞ୍ଚିବା ପରେ ସେଠାରୁ ଏକ ସୁସଜ୍ଜିତ ଗାଡିରେ ତାକୁ ଏକ ବିରାଟ ପଟୁଆରରେ ସହର ମଧ୍ୟ ଦେଇ ପୁରୁଣା ବସଷ୍ଟାଣ୍ଡକୁ ପାଛୋଟି ଅଣାଯାଇଥିଲା । ସେଠାରେ ବିଭିନ୍ନ କ୍ରୀଡା ଅନୁଷ୍ଠାନ ସମେତ ସାମାଜିକ ସଂଗଠନ ଗୁଡିକ ପକ୍ଷରୁ ମଧ୍ୟ ଅନ୍ତର୍ଜାତୀୟ କ୍ରୀଡାବିତ ସାହାଦତ ଖାନଙ୍କୁ ଉଛୋସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ନେପାଳର ପୋଖରା ରଙ୍ଗଶାଳାର ଅନ୍ତର୍ଜାତୀୟ ଷ୍ଟାଡିୟମରେ ସ୍ପୋର୍ଟ୍ସ ଡେଭଲପମେଣ୍ଟ ଆଣ୍ଡ ପ୍ରମୋସନ ଫାଉଣ୍ଡେସନ ଅଫ ଇଣ୍ଡିଆ ପକ୍ଷରୁ ତିନିଦିନ ଧରି ଆୟୋଜିତ ଷଷ୍ଠ ଇଣ୍ଡୋ -ନେପାଳ ଇଣ୍ଟରନେସନାଲ ଚମ୍ପିୟନସିପ୍‌ରେ ଭାରତରୁ ୧୦୩ଜଣ ପ୍ରତିଯୋଗୀ ଭାଗନେଇଥିବା ବେଳେ ଓଡିଶାରୁ ୬ଜଣ କ୍ରୀଡାବିତ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ଓଡିଶାର ବିକାଶ ବେହେରା ଭଲିବଲରେ ରୈାପ୍ୟ ପଦକ ହାସଲ କରିଥିବା ବେଳେ ସେକ ସାକିର କବାଡିରେ ରୈାପ୍ୟ, ମାନସରଞ୍ଜନ ପିଙ୍ଗୁଆ ଜାଭେଲିନ ଥ୍ରୋରେ ସ୍ୱର୍ଣ୍ଣ, ବିଶ୍ୱଜିତ ପଣ୍ଡା ୫ହଜାର ମିଟରରେ ରୈାପ୍ୟ, ସୁମିତ କୁମାର ଏକଶହ ମିଟରରେ ସ୍ୱର୍ଣ୍ଣ, ସାହାଦତ ଖାନ ୫ହଜାର ମିଟର ଦୈାଡରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଏହି ଚମ୍ପିୟନସିପରେ ଭାରତର ସର୍ବକନିଷ୍ଠ ଖେଳାଳୀ ଭାବେ ସାହାଦତ ଖାନ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇ ସୁନାମ ଅର୍ଜ୍ଜନ କରିଥିବାରୁ ସ୍ପୋର୍ଟ୍ସ ଡେଭଲପମେଣ୍ଟ ଆଣ୍ଡ ପ୍ରମୋସନ ଆସୋସିଏସନର ସଭାପତି ପ୍ରତାପ ସଂଗ୍ରାମ କେଶରୀ ବଳ ଓ ସମ୍ପାଦକ ତଥା କୋଚ ଜଗଦୀଶ ସାମଲ ସମସ୍ତ ଖେଳାଳୀମାନଙ୍କୁ ଶୁଭେଛା ଜଣାଇବା ସହ କୁନିଧାବକ ସାହାଦତର ପିତା ସୈାକତ ଖାନକୁ ମଧ୍ୟ ଶୁଭେଛା ଜଣାଇଛନ୍ତି । ଏଥିସହିତ ସମସ୍ତ ଖେଳାଳୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ଏହି ଅବସରରେ ବଡହାଟସ୍ଥିତ ଆପେକ୍ସ ଆଙ୍ଗଲୋ ଆରବିକ ସ୍କୁଲ ପକ୍ଷରୁ ଛାତ୍ର ତଥା ଅନ୍ତର୍ଜାତୀୟ ଖେଳାଳି ସାହାଦତ ଖାନକୁ ଉଛୋସିତ ସମ୍ବିର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ଉପଲକ୍ଷେ ସ୍କୁଲ ପରିସରରେ ବିଦ୍ୟାଳୟର ଅଧ୍ୟକ୍ଷ ସାୟରା ପରୱିନଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ କାକଟମଙ୍ଗଳା କ୍ଲଷ୍ଟରର ସି.ଆର.ସି.ସି. ଦେବାଶିଷ ସାହୁ, ବିଶିଷ୍ଟ ଅତିଥି ଭାବେ ପୋଲିସ ମୁଖ୍ୟାଳୟର ଡିଏସପି ଜ୍ୟୋତିରଞ୍ଜନ ସାମନ୍ତରାୟ, ସମ୍ମାନୀତ ଅତିଥି ଭାବେ ଉପନଗରପାଳ ଅକ୍ତରୀ ଖାତୁନ, ଆଥଲେଟିକ ଆସୋସିଏସନର ସମ୍ପାଦକ ସୟଦ ଅକମଲ ଅଲ୍ଲୀ, ହାବିଲଦାର ନରେନ୍ଦ୍ର ନାଥ ସୋରେନ, ମଦ୍ରାସା ଆରବିୟା ତାଲିମୁଲ ଇସଲାମ୍‌ର ସଭାପତି ମୀର ହାସିମୁଲ୍ଲା ପ୍ରମୁଖ ବିଦ୍ୟାଳୟର ଦ୍ୱିତୀୟ ଶ୍ରେଣୀ ଛାତ୍ର ସାହାଦତ ଖାନଙ୍କ ସମେତ ରାଜ୍ୟର ଦୁଇଜଣ ଖେଳାଳି ବିଶ୍ୱଜିତ ପଣ୍ଡା ଓ ସେକ ସାକିରଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।


Next Post

ବନୋଜ ସାହୁ ସ୍ମାରକୀ କ୍ରିକେଟ ଟୁର୍ନାମେଂଟ. ଯାଜପୁର କ୍ରିକେଟ ଟିମ ଚମ୍ପିୟାନ

Sat Jan 13 , 2024
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ମଦନପୁର ମହାବୀର କ୍ରିକେଟ କ୍ଲବ ପଡିଆରେ ଆୟୋଜିତ ବନୋଜ ସାହୁ ସ୍ମାରକୀ ଚ୍ୟାଲେଞ୍ଜ ଟ୍ରଫିର ଫାଇନାଲ ମ୍ୟାଚ କେନ୍ଦ୍ରାପଡ଼ା ବାଲାବାବା କ୍ରିକେଟ କ୍ଲବ ଓ ଯାଜପୁର ଜାଗୁଳାଇ କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଆଜିର ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଯାଜପୁର କ୍ରିକେଟ କ୍ଲବ ନିର୍ଧାରିତ ୨୦ ଓଭରରେ ୩୦୨ ରନ କରଥିଲା । ଜବାବରେ ୩୦୩ ରନର ବିଶାଳ […]

You May Like