ସ୍ୱରତୀର୍ଥର ବାର୍ଷିକ ଉତ୍ସବ ଓ ଭଞ ସଂଗୀତ ସମାରୋହ



କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ସଂଗୀତାନୁଷ୍ଠାନ ସ୍ୱରତୀର୍ଥର ୯ମ ବାର୍ଷିକୋତ୍ସବ ସଭାପତି କବି ଡାଃ ମନୋରଞ୍ଜନ ଦାଶଙ୍କ ପୌରହିତ୍ୟରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ପ୍ରେକ୍ଷାଳୟରେ ଶୁକ୍ରବାର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ପଣ୍ଡିତ ହୃଷୀକେଶ ରଥ ଉଦଘାଟନ କରିଥିଲେ । ଏଥିରେ ମୁଖ୍ୟ ଅତିଥିଭାବେ ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକ, ମୁଖ୍ୟବକ୍ତା ଭାବେ ଅଧ୍ୟାପକ ମୋହନ ଚରଣ ଜେନା, ସମ୍ମାନିତ ବକ୍ତା ଅଧ୍ୟାପକ ଡଃ ନୀଳମଣି ଲେଙ୍କା, ଅତିରିକ୍ତ ପୋଲିସ କମିଶନର ଅମିତାଭ ମହାପାତ୍ର ଓ ଶ୍ରୀକୃଷ୍ଣ ସେଠୀ ଯୋଗ ଦେଇ ମାନବ ଜୀବନରେ ସଂଗୀତର ଗୁରୁତ୍ୱପୂର୍ଣ୍ଣ ଭୂମିକା ଓ ଭଞ ସଂଗୀତ ଓଡିଆ ସଂଗୀତ ଓ ସାହିତ୍ୟ ଜଗତରେ ଏକ ଅମ୍ଳାନ ସୃଷ୍ଟି ବୋଲି ମତବ୍ୟକ୍ତ କରିଥିଲେ । ପୂର୍ବାହ୍ନରେ ସ୍ୱରତୀର୍ଥର ଅଧ୍ୟକ୍ଷ ଗୁରୁ ରବୀନ୍ଦ୍ର ନାଥ ମିଶ୍ର ଙ୍କ ତତ୍ୱାଧାନରେ ଛାତ୍ରୀଛାତ୍ର ମାନଙ୍କ ଦ୍ୱାରା ଶାସ୍ତ୍ରୀୟ ଓଡ଼ିଶୀ ସଙ୍ଗୀତ ଓ ଶାସ୍ତ୍ରୀୟ ତବଲା ବାଦନ କରାଯାଇଥିଲା । ଅପରାହ୍ନରେ ଆୟୋଜିତ ଦ୍ୱିତୀୟ ଅଧିବେଶନରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରଚିତ ସଂଗୀତ ସ୍ୱର୍ଶ୍ରୀ ଗୁରୁ ବଟକୃଷ୍ଣ ଦାସ,ଗୁରୁ ନିମାକାନ୍ତ ରାଉତରାୟ,ଗୁରୁ ଉମେଶ ଚନ୍ଦ୍ର ଦାସ, ସୁଶ୍ରୀ ସାଗରିକାପଣ୍ଡା, ପ୍ରୀତିନନ୍ଦା ପରିଡ଼ା,ଲୋପିତା ସାହୁ ସୌମ୍ୟଜିତ୍ ମହାନ୍ତି, ପ୍ରଫୁଲ୍ଲ କୁମାର ନାୟକ, ଜ୍ଞାନରଞ୍ଜନ ପରିଡ଼ା,ମାନସ ରଞ୍ଜନ ମହାରଣା ଓ ସୁରଥ ବିଶ୍ୱାସ ସୁଲଳିତ କଣ୍ଠରେ ସଂଗୀତ ପରିବେଷଣ କରି ସ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ଉକ୍ତ ଉତ୍ସବରେ ଶିକ୍ଷାବିତ୍ ସୁକାନ୍ତ ତ୍ରିପାଠୀ, ସରପଂଚ ସନ୍ତୋଷ ସେଠୀ,ନାରାୟଣ ଚନ୍ଦ୍ର ସାହୁ,କବି ରାମକୃଷ୍ଣ ଦାଶ,ଚିତ୍ରଗୁରୁ ରମେଶ ଦେ,କୁଳମଣି ରାଉତ, କବୟିତ୍ରୀ ଚାରୁଲତା ଭୂୟାଁ ,ବୁଦ୍ଧିଜୀବୀ ଶମ୍ଭୁନାଥ ପଣ୍ଡା, ଶିକ୍ଷା ବିତ୍ ହେମନ୍ତ କୁମାର ଲେଙ୍କା, ସଲିଳ କୁମାର ପ୍ରଧାନ, ହରଗୋବିନ୍ଦ ଦାଶ, କୃଷିବିତ ସନ୍ତୋଷ ବାରିକ ଓ ବିଭୂତି ଭୂଷଣ ବେହେରା ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ଶିଳ୍ପୀମାନଙ୍କୁଉତ୍ସାହିତ କରିଥିଲେ । ଶେଷରେ ସ୍ୱରତୀର୍ଥ ସହସଂପାଦକ ଗୈାରହରି ବିଶ୍ୱାଳ ଧନ୍ୟବାଦ ଦେଇଥିଲେ ।


Next Post

ବଳଦେବନଗରରେ ଜୋରରେ ଭାସୁଛି କୁମ୍ଭୀର, ସାଧାରଣରେ ଆତଙ୍କ!

Sat Jan 13 , 2024
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ବଳଦେବନଗର ଜୋରରେ ଆଜି ଏକ ବଉଳା କୁମ୍ଭୀର ଭାସୁଥିବା ଦେଖିବାକୁ ମିଳିଛି । ଏହି ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳକୁ ଲୋକମାନଙ୍କ ସୁଅ ଛୁଟିଛି । ଚଳିତ ବର୍ଷ କୁମ୍ଭୀର ଆକ୍ରମଣରେ ପଟ୍ଟାମୁଣ୍ଡାଇ ଧୋୟାଂଚଳର ୫ଜଣ ଲୋକ ମୃତ ଆହତ ହୋଇଥିବାରୁ କୁମ୍ଭୀର ଦେଖି ସ୍ଥାନୀୟ ଅଂଚଳବାସୀ ଆତଙ୍କିତ ହୋଇପଡିଛନ୍ତି । ରାଜନଗର ବନଖଣ୍ଡ ବିଭାଗ ପକ୍ଷରୁ ତୁରନ୍ତ କୁମ୍ଭୀରକୁ ଧରି […]