ସଂସ୍କୃତି ପୁରୁଷ ଦିବାକର ବିଶ୍ୱାଳଙ୍କୁ ଶ୍ରଦ୍ଧାଞ୍ଜଳି



କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବିକାଶ ପରିଷଦ, କସ୍ତୁରି କଳାନିକେତନ, ଚେତନା ସାହିତ୍ୟ ସଂସଦ ଆଦି ଅନେକ ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା,କେନ୍ଦ୍ରାପଡ଼ା କର୍ମଜୀବି ସାମ୍ବାଦିକ ସଂଘର ପ୍ରାକ୍ତନ ସଭାପତି, ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ବିଶିଷ୍ଟ ସ୍ତମ୍ଭକାର, ସଂସ୍କୃତି ପୁରୁଷ ଦିବାକର ବିଶ୍ୱାଳଙ୍କ ପୁଣ୍ୟତିଥିରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଖବରଦାତା ଚିତରଞ୍ଜନ ମଲ୍ଲିକଙ୍କ ସଂଯୋଜନାରେ ହୋଇଥିବା କାର୍ଯ୍ୟକ୍ରମରେ ବର୍ଷିଆନ ସମାଜସେବୀ ବସନ୍ତ କୁମାର ମଲ୍ଲିକ, ରାଜ୍ୟପାଳ ପୁରସ୍କୃତ ଶିକ୍ଷକ କଣ୍ଡୁରୀ ଚରଣ ସ୍ୱାଇଁ, ବରିଷ୍ଠ ଖବରଦାତା ପତିତପାବନ ଭଦ୍ର, ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ସଭାପତି ଗୋପୀବଲ୍ଳଭ ନାୟକ, ସମ୍ପାଦକ ଆଡ଼ଭୋକେଟ ଗୋପୀନାଥ ତ୍ରିପାଠୀ, ପରିବେଶବିତ ବିଜୟ କବି ସମାଜସେବୀ ପ୍ରଫୁଲ କୁମାର ସାହୁ ପ୍ରମୁଖ ଦିବଂଗତ ଦିବାକର ବିଶ୍ୱାଳଙ୍କ କର୍ମମୟ ଜୀବନ ଓ ପଟ୍ଟାମୁଣ୍ଡାଇ ଅଂଚଳର କଳା ସାହିତ୍ୟ ଓ ସଂସ୍କୃତିକୁ ରୁଦ୍ଧିମନ୍ତ କରିବାରେ ବଳିଷ୍ଠ ଅବଦାନ ସମ୍ପର୍କରେ ଆଲୋକପାତ କରିବା ସହିତ ତାଙ୍କ ଅମ୍ଲାନ ସ୍ମୃତି ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଶେଷରେ ବରିଷ୍ଠ ଶିକ୍ଷୟତ୍ରୀ ସଂଘମିତ୍ରା ବିଶ୍ୱାଳ ଧନ୍ୟବାଦ ଦେଇଥିଲେ ।


Next Post

ବଳଦେବ ଉଚ୍ଚ ବିଦ୍ୟାଳୟରେ ଜାତୀୟ ଯୁବ ଦିବସ ପାଳନ

Sat Jan 13 , 2024
କେନ୍ଦ୍ରାପଡ଼ା ୧୨ା୧: କେନ୍ଦ୍ରାପଡା ପୌରାଞ୍ଚଳ ଅନ୍ତର୍ଗତ ପୁରାତନ ବିଦ୍ୟାଳୟ ବଳଦେବ ଉଚ୍ଚ ବିଦ୍ୟାଳୟରେ ୟୁଥ୍ ଆଣ୍ଡ ଇକୋ କ୍ଲବ୍ ସୌଜନ୍ୟରେ ପବିତ୍ର ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ଏହି ସଭାରେ ପ୍ରଧାନ ଶିକ୍ଷକ ନୃସିଂହ ଚରଣ ତ୍ରିପାଠୀ ସଭାପତିତ୍ୱ କରି ଜାତୀୟ ଯୁବ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ । ମୁଖ୍ୟ ଅତିଥି ଭାବେ ଆଲୁମୁନି ଅଦୈତ ପ୍ରସାଦ ଦାସ ଓ ମୁଖ୍ୟବକ୍ତା ଭାବରେ […]

KANIKA