ନୂଆ-ଓ ସାହିତ୍ୟ ପ୍ରତିଯୋଗିତା ଓ ଜାତୀୟ ସଂପାନ


କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀ କଲେଜ ନୂଆ-ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତାର ମିଳିତ ଆନୁକୂଲ୍ୟରେ ଓଡ଼ିଆ ସାହିତ୍ୟରେ ଶ୍ରୀଜଗନ୍ନାଥ ଶୀର୍ଷକ ଜାତୀୟ ସଂପାନ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଡ଼ ସୁବାଷ ଜେନାଙ୍କ ପୌରହିତ୍ୟ ଓ ଓଡ଼ିଆ ବିଭାଗ ମୁଖ୍ୟ ଡ଼ ମନୋରଞ୍ଜନ ସାହୁଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଓଡ଼ିଆ ବିଭାଗ ସହକାରୀ ପ୍ରଫେସର ଡ଼ ସଂଘମିତ୍ରା ବେହେରା ମୁଖ୍ୟଅତିଥି ଓ ପଟ୍ଟାମୁଣ୍ଡାଇ କଲେଜ ପ୍ରାକ୍ତନ ଓଡ଼ିଆ ବିଭାଗ ପ୍ରାଧ୍ୟାପକ ଡ଼ ନୀଳମଣି ଲେଙ୍କା ମୁଖ୍ୟବକ୍ତା ଭାବେ ଯୋଗ ଦେଇ ବିଷୟ ଭିତିକ ଆଲୋଚନା କରିଥିଲେ । ପ୍ରଧ୍ୟାପିକା ମମତାମୟୀ ପଟ୍ଟନାୟକ, ଡ଼ ଗୌରୀ କୁମାର ସାମଲ, ଅଧ୍ୟାପକ ପ୍ରଶାନ୍ତ ସାମଲ, ଅଧ୍ୟାପକ ଜଗନ୍ନାଥ ବେହେରା, ଅଧ୍ୟାପକ ଡ଼ ଚିନ୍ମୟ ପ୍ରଧାନ, ଅଧ୍ୟାପକ ସୁଧାଂଶୁ ସାମଲ, ଅଧ୍ୟାପକ ସତ୍ୟଜିତ ବେହେରା ଓ ଅଧ୍ୟାପିକା ସୁମିତ୍ରା ସେଠୀ ପ୍ରମୁଖ ଆଲୋଚନା ରେ ଭାଗ ନେଇଥିଲେ । ଅଧ୍ୟାପକ ତାପସ ରାଉତ ସ୍ୱାଗତଭାଷଣ ଓ ଅଧ୍ୟାପକ ମାନସ ନାୟକ ଅତିଥିପରିଚୟ ପ୍ରଦାନ କରିଥିଲେ । ଶେଷରେ ଅଧ୍ୟାପକ କାଁହୁ ମଲ୍ଲିକ ଧନ୍ୟବାଦ ଦେଇଥିଲେ ।

 


Next Post

ବଦଳିଲା ପାଗ, ବର୍ଷା ପରେ ବଢିଲା ଶୀତ

Sun Jan 21 , 2024
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ରବିବାର ଝିପିଝିପି ବର୍ଷା ସହିତ କେତେକ ଜାଗାରେ ସାମନ୍ୟଠାରୁ ଅଧିକ ବର୍ଷା ହୋଇଥିବା ବେଳେ ଶୀତ ପ୍ରଭାବ ବଢିଚାଲିଛି । ଅଂଚଳରେ ପ୍ରବଳ ଶୀତ ହେଉଥିବା ବେଳେ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଜାରି ରହିବ ବୋଲି ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର କହିଛି । ବର୍ଷା ଯୋଗୁଁ ଅଂଚଳରେ ଶୀତର ଲହରୀ ଦେଖିବାକୁ ମିଳିଛି । ଅଧିକ ମାତ୍ରାରେ […]

You May Like